ରାଞ୍ଚି: ଅନେକ ସମୟରେ ରାଜନେତାଙ୍କ ଭିଡିଓ ଅଡିଓ ଭାଇରାଲ ହେବାର ଖବର ସାମ୍ନିଥାଏ । ଏବେ ଝାଡଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ଭିଡିଓ ଚାଟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚରିତ୍ରକୁ ପ୍ରଶ୍ନ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମନ୍ତ୍ରୀ ଜଣେ ମହିଳାଙ୍କ ସହ ଭିଡିଓ କଲରେ କଥା ହେଉଥିବା ଶୁଣାଯାଉଛି । ମହିଳାଜଣଙ୍କ ଅଶ୍ଲୀଳ ଭାଷା କହୁଥିବା ବେଳେ ଏନେଇ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି । ଭିଡିଓଟି ଅତ୍ୟନ୍ତ ଅଶ୍ଳୀଳ ହୋଇଥିବାରୁ ଏହା ଦେଖାଇବା ସମ୍ଭବ ନୁହେଁ ।
ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ଭିଡିଓକୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, " ଏହା ହେଉଛି କଂଗ୍ରେସର ଅସଲ ଚରିତ୍ର । ଏ ହେଉଛନ୍ତି ଝାଡଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା । ମହିଳାମାନଙ୍କ ସମ୍ମାନ ସହିତ ଖେଳିବା, କଂଗ୍ରେସ କର୍ମୀ ସୁଶୀଲ ଶର୍ମା ତାଙ୍କ ପତ୍ନୀଙ୍କୁ ଚୁଲିରେ ଜାଳି ଦେବା କଥା, କାସ ଗାନ୍ଧୀ ପରିବାର ଏହା ବୁଝି ପାରିଥାନ୍ତେ । ଯଦି ଏହା ଠିକ ତାହାଲେ କଂଗ୍ରେସ ପାଇଁ ଏହା ସବୁଠାରୁ ଲଜ୍ଜାଜନକ ବିଷୟ ଅଟେ ।"
ବ୍ଲୋର ନକରି ଭିଡିଓ ସୋସିଆଲ ମିଡିଆରେ ପକାଇବାକୁ ନେଇ ପ୍ରଶ୍ନ: ବିଜେପି ସାଂସଦ ନିଶିକାନ୍ତ ଦୁବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଶ୍ଲୀଳ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଗୋଟିଏ ମନ୍ତ୍ରୀଙ୍କ ଭିଡିଓକୁ ବ୍ଲୋର ନକରି କିଭଳି ଭାବେ ଆଉ ଜଣେ ନେତା ପୋଷ୍ଟ କରିଲେ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ଭିଡିଓ ସର୍ବସାଧାରଣରେ ଅପଲୋଟ କରିବା କେତେ ଦୂର ଯଥାର୍ଥ ? ଏଭଳି ଅନେକ ପ୍ରଶ୍ନ ଉଠିଛି । ରାଜନୀତିରେ ଅନେକ ନୋତାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେଉଛି । ଏହା କୌଣସି ନୂଆ କଥା ନୁହେଁ । ଏହା ପୂର୍ବରୁ 2019 ବିଧାନସଭା ନିର୍ବାଚନ ପୂର୍ବରୁ ଜଣେ ବିଜେପି ନେତାଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।
ଅନ୍ୟପଟେ ବିଜେପିକୁ ପାଲଟା ଜବାବ ଦେଲା କଂଗ୍ରେସ: ଭାଇରାଲ ଭିଡିଓ ଏବଂ ନିଶିକାନ୍ତଙ୍କ ଟ୍ବିଟକୁ ନେଇ କଂଗ୍ରେସର ରାଜ୍ୟ ମହାସଚିବ ବିଜେପିକୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, "ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପୂର୍ବରୁ ସତ୍ୟାତା ଜାଣିବା ଆବଶ୍ୟକ । କୋରୋନା ସମୟରେ ମନ୍ତ୍ରୀ ଯେଉଁ ଭଳି କାମ କରିଥିଲେ, ସେବେଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ବିରୋଧୀ ଦଳ ତାଙ୍କ ପଛରେ ଲାଗିଛନ୍ତି ।"
ଭାଇରାଲ ଭିଡିଓ ନେଇ ଏଭଳି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଏକ ପ୍ରେସ୍ ରିଲିଜ ଜାରି କରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "କିଛି ବିରୋଧୀ ରାଜନୈତିକ ଅକ୍ରୋଶ ରଖି ମୋତେ ବଦନାମ କରିବା ପାଇଁ ମୋ ଭିଡିଓକୁ ଏଡିଟ କରି ଏଭଳି ପୋଷ୍ଟ କରିଛନ୍ତି । ଭିଡିଓକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ମୋର ଫଟୋକୁ କୌଣସି ମୋବାଇଲ ଆପ୍ଲିକେସନ କିମ୍ବା ଆପ ଦ୍ବାରା ଏଡିଟ କରାଯାଇଛି । ମୁଁ ଏହି ଘଟଣାକୁ ନେଇ ଥାନାରେ ଏତଲା ଦେଇଛି । ପୋଲିସର ତଦନ୍ତ ପରେ ଖୁବଶୀଘ୍ର ସବୁ କିଛି ସ୍ପଷ୍ଟ ହୋଇଯିବ । ଯେଉଁମାନେ ମୋତେ ଫସାଇବା ପାଇଁ ମୋ ଫଟୋକୁ ଏଡିଟ କରି ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସତ୍ୟମେବ ଜୟତେ !"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ