ETV Bharat / bharat

ଗୁଜୁରାଟରେ 7 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲା ବିଜେପି - ଗୁଜୁରାଟ ବିଧାନସଭା ନିର୍ବାଚନ

ଗୁଜୁରାଟରେ 7 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲା ବିଜେପି । ଦଳୀୟ ଟିକେଟ କନ୍ଦଳରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଭରିଛନ୍ତି ନାମାଙ୍କନ । ଅଧିକ ପଢନ୍ତୁ

ଗୁଜୁରାଟରେ 7 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲା ବିଜେପି

author img

By

Published : Nov 20, 2022, 5:12 PM IST

ଗାନ୍ଧୀନଗର: ନିର୍ବାଚନ ତାରିଖ ପାଖଉଥିବା ବେଳେ ବିଦ୍ରୋହୀ ବିଧାୟକଙ୍କ ଉପରେ ଶୃଙ୍ଖଳାଗତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି (BJP suspends 7 rebel MLAs in Gujarat)। ଟିକେଟ କନ୍ଦଳ ପାଇଁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା 6 ବିଧାୟକଙ୍କୁ ଦଳ ଆଜି ନିଲମ୍ବିତ କରିଛି । ନିଲମ୍ବିତ ହୋଇଥିବା ସମସ୍ତ ବିଧାୟକ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ 6 ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ 6 ବର୍ଷ ପର୍ଯ୍ୟନ୍ତ ଦଳରୁ ନିଲମ୍ବିତ କରାଯାଇଛି ।

ନିଲମ୍ବିତ ହୋଇଥିବା ବିଜେପି ନେତାଙ୍କ ମଧ୍ୟରେ ନର୍ମଦା ଜିଲ୍ଲାର ନନ୍ଦୋଦର ହର୍ଷଦ ବଶବ, ଜୁନାଗଡର କେସୋଦରୁ ଟିକେଟ ଦାବି କରୁଥିବା ଅରବିନ୍ଦ ଲଡାନୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସେହିପରି ସୁରେନ୍ଦ୍ରନଗରର ଚତରସିଂ ଗଞ୍ଜରିଆ, ଭାଲସାଦ ଜିଲ୍ଲାର ପାରାଦି ଆସନରୁ କେତନ ଭଇ ପଟେଲ, ରାଜକୋଟ ରୁରାଲରୁ ଭାରତ ଭାଇ ଚାଭଡା, ଗିର୍ ସୋମନାଥ ଜିଲ୍ଲାର ଭେରାଭାଲରୁ ଉଦୟ ଭାଇ ଶାହ ଏବଂ ଆମ୍ରେଲି ଜିଲ୍ଲାର ରାଜୁଲାରୁ ଟିକେଟ୍ ଆଶାୟୀ ଥିବା କରଣ ଭାଇ ବାରାୟାଙ୍କୁ ଦଳ ନିଲମ୍ବିତ କରିଛି ।

ଏହି 6 ନେତା ଟିକେଟ ନମିଳିବା ପରେ ଦଳୀୟ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ନେଇ ନାମାଙ୍କନ ଭରିଛନ୍ତି । ପରେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମସ୍ତ 6 ବିଦ୍ରୋହୀ ବିଧାୟକଙ୍କୁ ଆସନ୍ତା 6ବର୍ଷ ପାଇଁ ନିଲମ୍ବିତ କରିଛି ଦଳ । ଗୁଜୁରାଟରେ ଗତ 27 ବର୍ଷ ଧରି କ୍ଷମତାରେ ରହିଆସିଛି ଭାରତୀୟ ଜନତା ପାର୍ଟି । ଚଳିତ ଥର ଡିସେମ୍ବର 1 ଓ 5 ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବାବେଳେ, 8 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.