ETV Bharat / bharat

Kali Row: ମହୁଆଙ୍କ ଜବାବ, ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ BJP - କାଳୀ ପୋଷ୍ଟର ବିବାଦ

ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ ବିଜେପି । କାଳୀ ପୋଷ୍ଟର ବିବାଦକୁ ନେଇ ବିଜେପିକୁ ଏପରି ଜବାବ ଦେଲେ ଟିଏମସି ସାଂସଦ ମହୁଆ ମଇତ୍ର । ଅଧିକ ପଢନ୍ତୁ

Kali Row: ମହୁଆଙ୍କ ଜବାବ, ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ ବିଜେପି

author img

By

Published : Jul 8, 2022, 5:46 PM IST

କୋଲକାତା: ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀର ପୋଷ୍ଟରକୁ ନେଇ ବଢୁଛି ବିବାଦ । ଟିଏମସି ସାଂସଦ ମହୁଆ ମଇତ୍ର (TMC MP Mahua Moitra)ଙ୍କ ଦେବୀ କାଳୀଙ୍କ ସମ୍ପର୍କରେ ଦେଇଥିବା ଆପତ୍ତିଜକ ମନ୍ତବ୍ୟ ଏହାକୁ ଆହୁରି ବିବାଦୀୟ କରିଛି । ସାଂସଦ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବିଜେପି ତାଙ୍କର ଇସ୍ତଫା ଦାବି କରୁଛି । ଏହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ମହୁଆ । ସେ କହିଛନ୍ତି, ''ଭାରତୀୟ ଜନତା ପାର୍ଟି(BJP) ହିନ୍ଦୁ ଦେବାଦେବୀଙ୍କୁ ରକ୍ଷା କରିବାର ଦାୟିତ୍ବ ନେଇନାହିଁ । କାଳୀଙ୍କ କିପରି ପୂଜା କରାଯିବା ତାହା ବିଜେପି ବଙ୍ଗାଳିମାନଙ୍କୁ ଶିଖାଇବା ଦରକାର ନାହିଁ ।''

ସାଂସଦ ମହୁଆ ମଇତ୍ର କହିଛନ୍ତି ଯେ, କାଳୀ ପୋଷ୍ଟର ବିବାଦ ଉପରେ ଏକ ପରିପକ୍ବ ରାଜନେତା ଭାବେ ମୁଁ ଆଚରଣ କରିଥିଲି । କିନ୍ତୁ ବିଜେପି ତାର ହିନ୍ଦୁତ୍ବ ଏଜେଣ୍ଡା ତଥା ଏକ ନିର୍ଦ୍ଧିଷ୍ଟ ବିଚାରଧାରାକୁ ଲଦି ଦେବାକୁ ଚାହୁଁଛି । ଉତ୍ତର ଭାରତ କିମ୍ବା ଦେଶର ଅନ୍ୟ ପ୍ରାନ୍ତର ଲୋକଙ୍କ ପୂଜାପଦ୍ଧତିକୁ ନେଇ ବିଜେପି ତା'ର ବିଚାରଧାରାକୁ ଲଦି ପାରିବ ନାହିଁ । ଦେଶର ବିଭିନ୍ନ ସ୍ଥାନରେ ପୂଜା ପଦ୍ଧତି ଭିନ୍ନ ଭିନ୍ନ, ଯାହାକି ଗତ ଦୁଇ ହଜାର ବର୍ଷ ହେଲା ଚଳି ଆସୁଛି । କାଳୀଙ୍କୁ କିପରି ପୂଜା କରିଯିବା ତାହା କହିବାକୁ ବିଜେପି କିଏ ବୋଲି ସମାଲୋଚନା କରିଛନ୍ତି ମହୁଆ ।

ଏହାମଧ୍ୟ ପଢନ୍ତୁ:ଦେବୀ କାଳୀଙ୍କ ଉପରେ ମହୁଆ ମଇତ୍ରଙ୍କ ବିବାଦୀୟ ବୟାନ, ଭୋପାଳରେ ମାମଲା ରୁଜୁ

ଏହାସହିତ ପ୍ରଭୁ ରାମ ଏବଂ ହନୁମାନ କେବଳ ବିଜେପିର ନୁହଁନ୍ତି । ଏହି ଦଳ କ'ଣ ହିନ୍ଦୁ ଧର୍ମର ଠିକା ନେଇଛି କି ? କହିଛନ୍ତି ଟିଏମସି ସାଂସଦ । ଦଳର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦ ଉପରୁ ଧ୍ୟାନ ହଟାଇବାକୁ ବିଜେପି କାଳୀ ମନ୍ତବ୍ୟ ଉପରେ ଅଧିକ ଧ୍ୟାନ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.