ETV Bharat / bharat

Telangana: ନିର୍ବାଚନ ପୂର୍ବରୁ ବିଧାୟକ ରାଜା ସିଂଙ୍କ ଉପରୁ ନିଲମ୍ବନ ହଟାଇଲା BJP

author img

By ETV Bharat Odisha Team

Published : Oct 22, 2023, 5:12 PM IST

ବିଧାନସଭା ନିର୍ବାଚନ ପୂର୍ବରୁ ହଟିଲା ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶ । ରାଜା କହିଲେ ବିଜେପି ଟିକେଟରୁ ହିଁ ଏଥର ପୁଣି ଲଢିବେ ନିର୍ବାଚନ । ଅଧିକ ପଢନ୍ତୁ

Telangana: ନିର୍ବାଚନ ପୂର୍ବରୁ ବିଧାୟକ ରାଜା ସିଂଙ୍କ ଉପରୁ ନିଲମ୍ବନ ହଟାଇଲା BJP
Telangana: ନିର୍ବାଚନ ପୂର୍ବରୁ ବିଧାୟକ ରାଜା ସିଂଙ୍କ ଉପରୁ ନିଲମ୍ବନ ହଟାଇଲା BJP

ହାଇଦ୍ରାବାଦ: ଧର୍ମୀୟ ବିବାଦୀୟ ବୟାନ ମାମଲାରେ ନିଲମ୍ବିତ ହୋଇଥିବା ବିଧାୟକ ଟି.ରାଜା ସିଂଙ୍କ ବିରୋଧରେ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନଲମ୍ବନ ଆଦେଶ ହଟାଇଛି । ଆଜି ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ ରାଜାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉଥିବା ସ୍ପଷ୍ଟ କରାଯାଇଛି । ରାଜାଙ୍କୁ ତାଙ୍କ ବୟାନ ପାଇଁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତାଙ୍କ ଉତ୍ତରରେ ପରେ ଦଳର କେନ୍ଦ୍ରୀୟ ଶୃଙ୍ଖଳା କମିଟି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି । ବିଧାନସଭା ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ତାଙ୍କ ନିଲମ୍ବନ ହଟିବା ପରେ ସେ ପୁଣି ଥରେ ବିଜେପି ଟିକେଟରେ ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ବିଜେପି କେନ୍ଦ୍ରୀୟ ଶୃଙ୍ଖଳା କମିଟିର ସଦସ୍ୟ ଓମ ପାଠକ ଏକ ବିଜ୍ଞପ୍ତିରେ କହିଛନ୍ତି,‘‘ ରାଜାଙ୍କୁ ଏକ କାରଣ ଦର୍ଶାଓ ନୋଟିସ ସହ ନିଲମ୍ବିତ କରାଯାଇଥିଲା । ତେବେ ସେ ଏହି ନିଲମ୍ବନ ଅବଧି ମଧ୍ୟରେ ନିଜର ଉତ୍ତର ଦଳର ଶୃଙ୍ଖଳା କମିଟି ନିକଟରେ ଦାଖଲ କରିଥିଲେ । ତାଙ୍କର ଉତ୍ତରକୁ ଆଧାର କରି କେନ୍ଦ୍ରୀୟ ଶୃଙ୍ଖଳା କମିଟି ଆଜି ତାଙ୍କ ଉପରେ ଜାରି ନିଲମ୍ବନ ଆଦେଶ ପ୍ରତ୍ୟାହାର କରୁଛି । ’’ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ପରେ ବିଧାୟକ ରାଜାଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ସେ ଜାଣିଥିଲେ, ଦଳ ତାଙ୍କ ବିରୋଧରେ ଖୁବଶୀଘ୍ର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବ । ସେ ପୁଣି ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଘୋଶମହଲ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ।

ଏହା ମଧ୍ୟ ପଢନ୍ତୁ :- Telengana Assembly Poll: BJPର 52 ଜଣିଆ ପ୍ରାର୍ଥୀ ତାଲିକା, ଟି.ରାଜାଙ୍କ ଉପରୁ ନିଲମ୍ବନ ହଟାଇ ପ୍ରାର୍ଥୀ କଲା ଦଳ

ବିଜେପି ବିଧାୟକ ରାଜା ସିଂ ତାଙ୍କ ବିବୀଦୀୟ ତଥା ଧାର୍ମିକ ମନ୍ତବ୍ୟ ପାଇଁ ସର୍ବଦା ବିବାଦରେ ରହିଛନ୍ତି । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପିର ନିଲମ୍ବିତ ନେତ୍ରୀ ନୁପୂର ଶର୍ମାଙ୍କ ବୟାନକୁ ସମର୍ଥନ କରି ରାଜା ବିବାଦ ଘେରକୁ ଆସିଥିଲେ । ତାଙ୍କ ଗିରଫଦାରୀ ପାଇଁ ତେଲଙ୍ଗାନା ଓ ହାଇଦ୍ରାବାଦରେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଓ ରାଜନୈତିକ ଦଳ ପ୍ରଦର୍ଶନ କରିଥିଲେ । ପରେ ସେ ଗିରଫ ମଧ୍ୟ ହୋଇଥିଲେ । ଏହା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଜେପି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ।

ତେବେ ଚଳିତ ରାମ ନବମୀରେ ମଧ୍ୟ ବିଶାଳ ରାଲି ବାହାର କରି ଚର୍ଚ୍ଚାକୁ ଆସିଥିଲେ ବିଧାୟକ ରାଜା । ସେ ରାଲିରେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ବିବାଦୀୟ ତଥା ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ତମାମ ବିବାଦ ପରେ ତେଲେଙ୍ଗାନାରେ ବିଜେପିର କଠୋର ହିନ୍ଦୁତ୍ବ ଚେହେରା ଟି.ରାଜା ସିଂଙ୍କୁ ଦଳ ନିର୍ବାଚନ ପୂର୍ବରୁ ନିଲମ୍ବନ ପ୍ରତ୍ୟାହର ବିଧାନସଭା ନିର୍ବାଚନରେ ପୁଣି ଲଢେଇବା ନେଇ ସ୍ପଷ୍ଟ ସଙ୍କେତ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.