ରାୟପୁର: ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା କଂଗ୍ରେସ ଶାସିତ ଛତିଶଗଡ ପାଇଁ ଆଜି 4ର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ସମ୍ପୂର୍ଣ୍ଣ କରିଛି ଭାରତୀୟ ଜନତା ପାର୍ଟି । ଆଜି ଶେଷ ପର୍ଯ୍ୟାୟରେ ପାର୍ଟି ଅବଶିଷ୍ଟ 4 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବହୁଚର୍ଚ୍ଚିତ ଅମ୍ବିକାପୁର ଆସନରୁ ଦଳ ରାଜେଶ ଅଗ୍ରଓ୍ବାଲଙ୍କୁ ଟିକେଟ ଦେଇଛି । ଏହି ଆସନ ଏବେ କଂଗ୍ରେସର ଅନ୍ୟତମ ହେଭିଓ୍ବେଟ ତଥା ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓଙ୍କ ଦଖଲରେ ରହିଛି ।
-
भाजपा की केंद्रीय चुनाव समिति ने छत्तीसगढ़ में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की है। pic.twitter.com/buuH97hnXM
— BJP (@BJP4India) October 25, 2023 " class="align-text-top noRightClick twitterSection" data="
">भाजपा की केंद्रीय चुनाव समिति ने छत्तीसगढ़ में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की है। pic.twitter.com/buuH97hnXM
— BJP (@BJP4India) October 25, 2023भाजपा की केंद्रीय चुनाव समिति ने छत्तीसगढ़ में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की है। pic.twitter.com/buuH97hnXM
— BJP (@BJP4India) October 25, 2023
ଆଜି ଶେଷ ପର୍ଯ୍ୟାୟରେ ଦଳ ବେଲତାରାରୁ ସୁଶାନ୍ତ ଶୁକ୍ଳା, କାଶଦୋଲ ଆସନରୁ ଧନୀରାମ ଧିବର, ବେମେତାରା ଆସନରୁ ଦିପେଶ ସାହୁ ଓ ଅମ୍ବିକାପୁର ଆସନରୁ ରାଜେଶ ଅଗ୍ରଓ୍ବାଲଙ୍କୁ ଟିକେଟ ଦେଇଛି । ଏହି ପର୍ଯ୍ୟାୟ ସୁଦ୍ଧା ଦଳ ସମସ୍ତ 90 ଆସନରେ ପ୍ରାର୍ଥୀ ଘୋଷଣା ମଧ୍ୟ ସମ୍ପୂର୍ଣ୍ଣ କରିଛି ।
ପ୍ରଥମ ପର୍ଯ୍ୟାୟରେ ଦଳ 21 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏହି ପର୍ଯ୍ୟାୟରେ ଦଳ ଲୋକସଭା ସାଂସଦ ବିଜୟ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । ଦୁର୍ଗ ଜିଲ୍ଲାର ପାଟନ ବିଧାନସଭା ଆସନରୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୂପେଶ ବଘେଲ ଓ ବିଜେପି ସାଂସଦ ବିଜୟ ବଘେଲଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ସେହିପରି ଆଜି ଶେଷ ପର୍ଯ୍ୟାୟରେ ଦଳ କଂଗ୍ରେସର ଆଉ ଜଣେ ହେଭିଓ୍ବେଟ ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓଙ୍କ ବିରୋଧରେ ଅମ୍ବିକାପୁର ଆସନରୁ ରାଜେଶ ଅଗ୍ରାଓ୍ବାଲଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି ।
ଏହା ମଧ୍ୟ ପଢନ୍ତୁ:- ଇଣ୍ଡିଆ ପରିବର୍ତ୍ତେ ଭାରତ ପଢିବେ ଛାତ୍ରଛାତ୍ରୀ, NCERT ପ୍ୟାନେଲ କଲା ସୁପାରିଶ
ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସର୍ବାଧିକ 64 ପ୍ରାର୍ଥୀ, ତୃତୀୟରେ ମାତ୍ର ଜଣେ ଓ ଆଜି 4ର୍ଥ ପର୍ଯ୍ୟାୟରେ ଅବଶିଷ୍ଟ 4 ଆସନରେ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଟିକେଟ ବାଣ୍ଟିବା କାର୍ଯ୍ୟ ଶେଷ କରିଛି । ଦଳ ପୂର୍ବରୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ତାରକା ପ୍ରଚାରକ ତାଲିକା ଘୋଷଣା କରିସାରିଛି । ଏଥିରେ ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାର୍ଟି ମୁଖ୍ୟ ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂଙ୍କ ସମେତ ଏକାଧିକ ହେଭିଓ୍ବେଟଙ୍କ ନାମ ରହିଛି । ସେହିପରି ପଡୋଶୀ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଉତ୍ତର ପ୍ରଦେଶମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାଏର ବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥ ମଧ୍ୟ ଛତିଶଗଡ ନିର୍ବାଚନର ପ୍ରଚାର ମୈଦାନରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ