ETV Bharat / bharat

କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ଅଧ୍ୟକ୍ଷ

କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

କାଶୀ ବିଶ୍ବନାଥ ମନ୍ଦିର
କାଶୀ ବିଶ୍ବନାଥ ମନ୍ଦିର
author img

By

Published : Mar 1, 2021, 12:17 PM IST

ଲକ୍ଷ୍ନୌ:ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସୋମବାର ସେ ମନ୍ଦିରରେ ପହଞ୍ଚିବା ସହ ସେଠାରେ ପୂଜାପାଠ କରିଥିବା ଦେଖିବାକୁ ମିଳିଛି । ପରେ ଜେପି ନଡ୍ଡା କାଲ ଭୈରବ ମନ୍ଦିରରେ ମଧ୍ୟ ପୂଜା କରିଛନ୍ତି ।

ବାରଣାସୀ ଗସ୍ତରେ ଥିବା ବିଜେପି ଅଧ୍ୟକ୍ଷ ଆଜି ଅପରାହ୍ନ 4ଟା 45ରେ ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟର ଉଦଘାଟନ କରିବେ । ସେହିପରି ସନ୍ଧ୍ୟା 7ଟାରେ ବିଭିନ୍ନ ସାମାଜିକ କର୍ମୀଙ୍କ ସହିତ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସୂଚନାଥାଉକି, ଉତ୍ତର ପ୍ରଦେଶରେ 2022ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ଏଠାରେ 2017 ମସିହାରୁ କ୍ଷମତାରେ ଥିବାବେଳେ ଏଥର ମଧ୍ୟ ଜିତିବାର ଲକ୍ଷ୍ୟ ରଖିଛି । ତେବେ 2017 ମସିହାରେ ଉତ୍ତର ପ୍ରଦେଶର 403 ସିଟ ମଧ୍ୟରୁ ବିଜେପି 309ରେ ଜିତିଥିବାବେଳେ ଏସପି 49, ବିଏସପି 18 ଓ କଂଗ୍ରେସ 7 ଟି ଆସନ ଜିତିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.