ETV Bharat / bharat

ବିଜେପି କର୍ମୀଙ୍କୁ ଜବରଦସ୍ତ ପରିସ୍ରା ପିଆଇଲେ ଟିଏମସି କର୍ମୀ !

author img

By

Published : Jul 16, 2023, 10:29 AM IST

ପଶ୍ଚିମବଙ୍ଗରେ ପରିସ୍ରାକାଣ୍ଡ । ବିଜେପି ପୁଲିଂ ଏଜେଣ୍ଟକୁ ଟିଏମସି କର୍ମୀ ଜୋର ଜବରଦସ୍ତ ପରିସ୍ରା ପିଆଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ପରିସ୍ରାକାଣ୍ଡ
ପଶ୍ଚିମବଙ୍ଗରେ ପରିସ୍ରାକାଣ୍ଡ

କୋଲକାତା: ବିଜେପି ପୁଲିଂ ଏଜେଣ୍ଟକୁ ପରିସ୍ରା ପିଆଇଲେ ତୃଣମୂଳ କଂଗ୍ରେସ କର୍ମୀ । ପ୍ରଥମେ ଡକାଇ ନିସ୍ତୁକ ମାଡ ମାରିଲେ ଓ ପାଣି ପିଇବାକୁ ପଚାରି ପରିସ୍ରା ପିଆଇଲେ । ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ପୀଡିତ ବିଜେପି କର୍ମୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଟିଏମସି ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ ଗାଁ ବିବାଦରୁ ଏହି ଅମାନବୀୟ କାର୍ଯ୍ୟ ଘଟିଥାଇପାରେ ବୋଲି କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି ।

ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ପୀଡିତ ବିଜେପି କର୍ମୀ ପୁଲିଂ ଏଜେଣ୍ଟ ଭାବେ କାମ କରୁଥିଲେ । ମୈତ ଅଞ୍ଚଳରେ ସେ ଡ୍ୟୁଟି କରୁଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଅପରାହ୍ନରେ କିଛି ଟିଏମସି କର୍ମୀ ତାଙ୍କୁ କଥାବର୍ତ୍ତା ପାଇଁ ଡକାଇଥିଲେ । ପ୍ରଥମେ ସେ ଯିବାକୁ ମନା କରିଦେଇଥିଲେ । ହେଲେ କିଛି ସମୟ ପାଇଁ ଆସିବାକୁ ସେମାନେ ବାଧ୍ୟ କରିବାରୁ ବିଜେପି କର୍ମୀ ଯାଇଥିଲେ । ଏହାପରେ ଦୁଇ ଜଣ ଟିଏମସି କର୍ମୀ ତାଙ୍କୁ ଧରି ପାର୍ଟି ଅଫିସ ପାଖକୁ ନେଇ ଯାଇଥିଲେ ଏବଂ କାହିଁକି ସେ ବିଜେପି ପୁଲିଂ ଏଜେଣ୍ଟ ହୋଇଛନ୍ତି ବୋଲି ପଚାରି ଥିଲେ ।

ସେ ନିଜକୁ ବିଜେପି ସମର୍ଥକ କହିବାରୁ ଶାସକ ଦଳ କର୍ମୀମାନେ ତାଙ୍କୁ ତଳେ ପକାଇ ଖୁବ୍ ମାଡ ମାରିଥିଲେ । ଏହାପରେ ମଇଳା ପାଣି ଓ ଗୋଟିଏ ଗ୍ଲାସ ପରିସ୍ରା ଆଣି ତାଙ୍କୁ ଜୋର ଜବରଦସ୍ତ ପିଆଇବାକୁ ଚେଷ୍ଟା କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରି ମୁହଁକୁ ପରିସ୍ରା ଫିଙ୍ଗିଥିଲେ ।

ଏହାମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶ ପରେ ଉତ୍ତରପ୍ରଦେଶ: ଆଦିବାସୀ ଯୁବକଙ୍କ କାନରେ ପରିସ୍ରା କଲେ ଅନ୍ୟ ଜଣେ ଯୁବକ

ଏହାଧ୍ୟ ପଢନ୍ତୁ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଭାଇରାଲ ହେଉଛି ଭିଡିଓ

ଏହି ପରିସ୍ରାକାଣ୍ଡ ଅଭିଯୋଗକୁ ଶାସକ ଟିଏମସି ଖଣ୍ଡନ କରିଛି । ଟିଏମସି ଜିଲ୍ଲା ସଭାପତି ସୁଜୋୟ ହାଜରା କହିଛନ୍ତି, ‘‘ଯଦି ବାସ୍ତବରେ ଏଭଳି କିଛି ଘଟିଥାଏ ତାହାହେଲେ ଥାନାରେ ଅଭିଯୋଗ କରିବାକୁ ମୁଁ ପୀଡିତଙ୍କୁ କହିବି ଏବଂ ଏହାର ଯାଞ୍ଚ କରିବି । ମଧ୍ୟପ୍ରଦେଶରେ ଜଣେ ବିଜେପି ନେତା ଦଳିତ ଯୁବକଙ୍କ ଉପରେ ପରିସ୍ରା କରିଥିଲା । ଏହି ଘଟଣାରେ ଯଦି ସେହିଭଳି କିଛି ଭିଡିଓ ସାମ୍ନାକୁ ଆସେ ତାହାହେଲେ ବିଶ୍ବାସ କରିବି । ତେବେ ଗାଁର କୌଣସି ବିବାଦରୁ ବିଜେପି କର୍ମୀଙ୍କ ସହ ଏମିତି ଘଟିଥାଇପାରେ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.