ନୂଆଦିଲ୍ଲୀ: ବର୍ଷ ୨୦୧୯ ମେ' ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଦ୍ବିତୀୟ ପାଳିର ତୃତୀୟ ବର୍ଷ ଅର୍ଥାତ ମୋଦି ସରକାରଙ୍କ ଅଷ୍ଟମ ବାର୍ଷିକୀରେ BJP ଗ୍ରାଣ୍ଡ ସେଲିବ୍ରେସନ ଯୋଜନା କରୁଥିବା ଜଣାପଡିଛି ।
ଗତକାଲି ବିଜେପି ମୁଖ୍ୟକାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଯେଉଁଥିରେ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିବା ସୂଚନା ରହିଛି । ଆସନ୍ତା ୨ ତାରିଖ ସୁଦ୍ଧା ଉତ୍ସବ ପାଇଁ ଯୋଜନା ପ୍ରସ୍ତୁତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଓ ଦ୍ବିତୀୟ ବର୍ଷ କୋଭିଡ ଯୋଗୁଁ କୌଣସି ପ୍ରମୁଖ ଉତ୍ସବ ଓ କାର୍ଯ୍ୟକ୍ରମର ଆୟୋଜନ ସମ୍ଭବ ହୋଇନଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଏକ ଟ୍ରାପ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ ବୋଲି ସ୍ଥିର ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ପାଳିରେ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା, ନାଗରିକତା ସଂଶୋଧନ ବିଲ୍ ପାସ, ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ମାମଲାର ରାୟ ଓ କୋଭିଡ ସ୍ଥିତିର ସଫଳ ସୁପରିଚାଳନା କରିଛନ୍ତି ।