ETV Bharat / bharat

ଦିପାବଳୀରେ ସାମ୍ବାଦିକଙ୍କୁ ଟଙ୍କା ଉପହାର ଘଟଣା: ମୁଖ୍ୟମନ୍ତ୍ରୀ ଏଭଳି ଭୁଲ କରିନଥିବେ କହିଲେ ସିଟି ରବି - ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି

ଦିପାବଳୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ଟଙ୍କା ଉପହାର ଦେବା ଘଟଣା । ମୁଖ୍ୟମନ୍ତ୍ରୀ ଏଭଳି ଭୁଲ କେବେ କରିନଥିବେ କହିଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି । ଅଧିକ ପଢ଼ନ୍ତୁ

ଦିପାବଳୀରେ ସାମ୍ବାଦିକଙ୍କୁ ଟଙ୍କା ଉପହାର ଘଟଣା: ମୁଖ୍ୟମନ୍ତ୍ରୀ ଏଭଳି ଭୁଲ କରିନଥିବେ କହିଲେ ସିଟି ରବି

author img

By

Published : Oct 30, 2022, 5:14 PM IST

ବେଙ୍ଗାଲୁରୁ: ଦିପାବଳୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ଟଙ୍କା ଉପହାର ଦେବା ଘଟଣାରେ କଂଗ୍ରେସ ବିଜେପିକୁ କଡ଼ା ସମାଲୋଚନା କରିଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏଭଳି କାର୍ଯ୍ୟ ମୁଖ୍ୟମନ୍ତ୍ରୀ କେବେ କରିନଥିବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ।

ବେଙ୍ଗାଲୁରୁସ୍ଥିତ ବାସଭବନରେ ପ୍ରତିକ୍ରିୟାରେ ସିଟି ରବି କହିଛନ୍ତି, "ମୋର ଏ ବିଷୟରେ କୌଣସି ଧାରଣା ନାହିଁ । କେବଳ ଏଭଳି ଗୁଜବ ଶୁଣିବାକୁ ମିଳୁଛି । ମୁଁ ଜାଣିବାରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଦୀର୍ଘ ଦିନରୁ ରାଜନୀତିରେ ରହିଛନ୍ତି । ତେଣୁ ସେ ଏଭଳି ଭୁଲ କେବେ କରିନଥିବେ । ମୁଁ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି । ଯଦି କେହି ମୁଖ୍ୟମନ୍ତ୍ରୀଙ୍କ ନାମରେ ମିଥ୍ୟା ପ୍ରଚାର କରିଛନ୍ତି, ଏନେଇ ଅତି ଗମ୍ଭୀରତାର ସହିତ ବିଚାର କରାଯିବ ।" ସେ ଖୁବଶୀଘ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।

ସେପଟେ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ସ୍ପଷ୍ଟ କରିଛନ୍ତି ଯେ ଦୀପାବଳି ଉପହାର ନାମରେ ସାମ୍ବାଦିକଙ୍କୁ ଟଙ୍କା ଦିଆଯିବା ମାମଲାରେ ସେ ହସ୍ତକ୍ଷେପ କରିବେ ନାହିଁ । ଏଭଳି ଅଭିଯୋଗର ଉତ୍ତରରେ ମନ୍ତ୍ରୀ କହିଛନ୍ତି, "ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ । ଯିଏ ଅଭିଯୋଗ ଆଣିଛି ତାଙ୍କୁ ପଚାରିବା ଉଚିତ । ମୋ ପାଖରେ କୌଣସି ପ୍ରମାଣ ନାହିଁ ।" ତେବେ ଯଦି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଆସିଛି ତେବେ ଲୋକାୟୁକ୍ତ ଅନୁସନ୍ଧାନ କରିବେ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ କର୍ଣ୍ଣାଟକର ଦୁଇଜଣ ସାମ୍ବାଦିକ ଦୀପାବଳି ଉପହାର ଆକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟଙ୍କା ପାଇଥିବା ଏକ ନିର୍ଦ୍ଦିଷ୍ଟ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ । ତେବେ ଏହାକୁ ପରବର୍ତ୍ତୀ ମୁହୁର୍ତ୍ତରେ ସେ ଫେରାଇ ଦଇଥିବା ମଧ୍ୟ କହିଥିଲେ । ତେବେ ଏଭଳି ଉପହାର କିଛି ସାମ୍ବାଦିକଙ୍କୁୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଅନ୍ୟ ଜଣେ ସାମ୍ବାଦିକ ଜାଣିଥିବା କହିବା ପରେ ଏନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଯାହାକୁ ନେଇ ବିରୋଧି କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.