ETV Bharat / bharat

UP Assembly Polls: ଆଜି ଆଗ୍ରା ଓ ବରେଲିରେ ପ୍ରଚାର କରିବେ ନଡ୍ଡା

author img

By

Published : Jan 21, 2022, 10:26 AM IST

ୟୁପି ଗସ୍ତରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଅନେକ ସାଙ୍ଗଠନିତ ବୈଠକରେ ଯୋଗ ଦେବା ସହ ଆଗ୍ରା ଓ ବରେଲିରେ କ୍ୟାମ୍ପେନ କରିବେ ରାଷ୍ଟିୟ ଅଧ୍ୟକ୍ଷ । ଅଧିକ ପଢନ୍ତୁ

UP Assembly Polls: ଆଜି ଆଗ୍ରା ଓ ବରେଲିରେ ପ୍ରଚାର କରିବେ ନଡ୍ଡା
UP Assembly Polls: ଆଜି ଆଗ୍ରା ଓ ବରେଲିରେ ପ୍ରଚାର କରିବେ ନଡ୍ଡା

ଲକ୍ଷ୍ନୌ: ଆସନ୍ତା ମାସରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଏନେଇ ସରଗରମ ହେଲାଣି ୟୁପି ରାଜନୀତି । ଏହାରି ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଅନେକ ସାଙ୍ଗଠନିକ ବୈଠକରେ ଯୋଗ ଦେବା ସହ ବିଧାନସଭା ନିର୍ବାଚନକୁ ନେଇ ପାର୍ଟି ପଦାଧିକାରୀଙ୍କୁ ଭେଟିବେ ନଡ୍ଡା । ଏଥିସହ ଆଗ୍ରା ଓ ବରେଲିରେ ଡୋରଟୁ ଡୋର କ୍ୟାପେନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏନେଇ ଆଜି ସକାଳ ସମୟରେ ଜେପି ନଡ୍ଡା ଆଗ୍ରାରେ ପହଞ୍ଚି ସାରିଥିବା ବେଳେ କଲେକ୍ଟର ଚୌରାହ ଠାରେ ପ୍ରସିଦ୍ଧ ରାଉଲି ମହାଦେବ ମନ୍ଦିରରେ ଦର୍ଶନ କରିବେ । ଏହା ପରେ SNG ଗୋଲ୍ଡ ରିସର୍ଟ, ଆଗ୍ରା, ଫତେହପୁର ସିକ୍ରି, ମଥୁରା, ଫିରୋଜାବାଦ, ଆଲିଗଡ, ହାଥ୍ରସ, ଏଟା, ମେନପୁରୀ ଅଞ୍ଚଳର ପାର୍ଟି ଅଧିକାରୀ ସହ ବୈଠକ କରିବେ ।

ଏହାପରେ ମଧ୍ୟାହ୍ନ ସମୟରେ ବରେଲିରେ ପହଞ୍ଚି ପ୍ରମୁଖ ପାର୍ଟି ଅଫିସର ଅଧିକାରୀଙ୍କ ସହିତ ବୈଠକ କରିବେ । ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁସରଣ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅପରାହ୍ନ ସମୟରେ ଡୋରଟୁ ଡୋର ପ୍ରଚାର କରିବେ । ଏହାପରେ ସନ୍ଧ୍ୟା ୭ଟା ୧୫ ମିନିଟରେ ବରେଲି ଜିଲ୍ଲାର ପ୍ରମୁଖ ସାମାଜିକ ବ୍ୟକ୍ତିଙ୍କ ସହ ଏକ ବୈଠକ କରିବେ ।

କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବଡ଼ ସମାବେଶ ଏବଂ ବୈଠକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ କେବଳ ୫ ଜଣଙ୍କୁ ନେଇ ପ୍ରଚାର ପାଇଁ ଅନୁମତି ଦେଇଛନ୍ତି । ଫଳରେ ଭର୍ଚୁଆଲ ରାଲି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ତେବେ ଏହାରି ମଧ୍ୟରେ ନିର୍ବାଚନ ପ୍ରଚାର ମଇଦାନରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ପ୍ରଥମ ଥର ପାଇଁ ଡୋରଟୁଡୋର କ୍ୟାମ୍ପେନ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.