ନୂଆଦିଲ୍ଲୀ: ଜାନୁଆରୀ 16 ତାରିଖରୁ ଆୟୋଜିତ ହେବାକୁ ଯାଉଛି ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ବିଜେପି ମୁଖ୍ୟ କାର୍ଯ୍ୟାଳୟ ଏବଂ NDMCରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ପ୍ରାୟ 350 କାର୍ଯ୍ୟକାରୀ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି(ସୋମବାର) ଏବଂ 17 ତାରିଖ ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା 2023 ବିଧାନସଭା ନିର୍ବାଚନ ଏବଂ 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଏଜେଣ୍ଡା ପ୍ରସ୍ତୁତ କରିବା ବୈଠକର ମୂଳ ଉଦ୍ଦେଶ୍ୟ । ବୈଠକରେ ମୁଖ୍ୟତଃ ଚାରୋଟି ମୁଖ୍ୟ ପ୍ରସ୍ତାବ ଅର୍ଥନୈତିକ, ରାଜନୈତିକ, ଗରିବ କଲ୍ୟାଣ ଓ ଭାରତ G20 ଅଧ୍ୟକ୍ଷତା ନେଇ ଆଲୋଚନା କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ: ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଆଜିଠୁ ଟ୍ରାକରେ ଦୌଡିବ ଟ୍ରେନ
ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ 9 ବର୍ଷର କାର୍ଯ୍ୟକାଳର ସଫଳତା ଏବଂ ଗୁଜରାଟରେ ବିଜେପିର ବିଜୟ ଉପରେ ଆଲୋକପାତ କରାଯିବ । ଯେଉଁ ନିର୍ବାଚନରେ ବିଜେପି ପରାଜିତ ହୋଇଛି ସେନେଇ ଆଲୋଚନା କରାଯିବା ସହ ଆଗାମୀ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଭାରତର G20 ଅଧ୍ୟକ୍ଷତା ନେଇ ଆଲୋଚନା କରାଯିବ । ବର୍ତ୍ତମାନ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ ପାଇଁ ଏକ ବଡ଼ ସୁଯୋଗ ରହିଛି । ଭାରତ କିପରି ନିଜକୁ ଆହୁରି ମଜଭୁତ କରିପାରିବ ସେନେଇ ଆଲୋଚନା କରାଯିବ । ଗରିବ କଲ୍ୟାଣ ଯୋଜନା, ଅନ୍ନ ଯୋଜନା, ଆବାସ ଯୋଜନା, ଉଜ୍ଜଳା ଯୋଜନା, ଜନଧନ ଯୋଜନା, ଜନ କଲ୍ୟାଣ ଯୋଜନା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀରେ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଦୁଇ ଗିରଫ ଆତଙ୍କୀଙ୍କୁ ଜେରା ବେଳେ ମିଳିଲା ତଥ୍ୟ
ସୂଚନା ଅନୁସାରେ, 2023ରେ 10ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଆଗୁଆ ରଣନୀତି ପ୍ରସ୍ତୁତ କରିବ ବିଜେପି । ନାଗାଲାଣ୍ଡ, ତ୍ରିପୁରା, ମିଜୋରାମ, ରାଜସ୍ଥାନ, ତେଲେଙ୍ଗାନା, କର୍ଣ୍ଣାଟକ, ଛତିଶଗଡ଼, କର୍ଣ୍ଣାଟକ ଏବଂ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ନେଇ ଆଲୋଚନା କରାଯିବ । ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆସନ୍ତା 20 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବ । ସଂଗଠନରେ କୌଣସି ନିର୍ବାଚନ ନଥିବାରୁ ଆସନ୍ତା ଲୋକସଭା ନିର୍ବାଚନ ଯାଏଁ ଅଧ୍ୟକ୍ଷ ପଦରେ ରହିବା ପାଇଁ କୁହାଯାଇପାରେ ।