ETV Bharat / bharat

ସ୍ବାମୀ ବିବେକାନନ୍ଦଙ୍କ ପୁର୍ନଜନ୍ମ ପ୍ରଧାନମନ୍ତ୍ରୀ ମୋଦି: ବିଜେପି ସାଂସଦ

author img

By

Published : Jan 13, 2023, 1:31 PM IST

ବିଜେପି ସାଂସଦଙ୍କ ବିବାଦୀୟ ବୟାନ । ସ୍ବାମୀ ବିବେକାନନ୍ଦଙ୍କ ନରେନ୍ଦ୍ର ମୋଦିଙ୍କ ରୂପରେ ପୁର୍ନଜନ୍ମ ନେଇଛନ୍ତି ବୋଲି କହିଲେ ସାଂସଦ । ଅଧିକ ପଢନ୍ତୁ

ବିଜେପି ସାଂସଦଙ୍କ ବିବାଦୀୟ ବୟାନ
ବିଜେପି ସାଂସଦଙ୍କ ବିବାଦୀୟ ବୟାନ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହ ତୁଳନା କରି ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗ ବିଜେପି ସାଂସଦ ସୌମିତ୍ର ଖାନ । ନରେନ୍ଦ୍ର ମୋଦି ବିବେକାନନ୍ଦଙ୍କ ସୂରୁପ । ବିବେକାନନ୍ଦ ମୋଦିଙ୍କ ରୂପରେ ପୁର୍ନଜନ୍ମ ନେଇଛନ୍ତି । ଆମ ପାଇଁ ସ୍ବାମୀଜୀ ଇଶ୍ବରଙ୍କ ସହ ସମାନ।'' ଗୁରୁବାର ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପି ସାଂସଦ ଏହିଭଳି ବୟାନ ଦେଇଛନ୍ତି । ଏହାକୁ ନେଇ ଏବେ ଚାରିଆଡେ ବିବାଦ ମୁଣ୍ଡ ଟେକିଛି । ବିଜେପି ନେତାଙ୍କ ଏପରି ବୟାନ ବିବେକାନନ୍ଦଙ୍କ ପାଇଁ ଅପମାନ ବୋଲି ଟିଏମସି କହିଛି ।

ପଶ୍ଚିମବଙ୍ଗ ବିଷ୍ଣୁପୁର ସାଂସଦ ତଥା ବିଜେପି ନେତା ସୌମିତ୍ର ଖାନ କହିଛନ୍ତି ଯେ, ''ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ମାଆଙ୍କୁ ହରାଇବା ସତ୍ତ୍ବେ ସେ ତାଙ୍କ ଜୀବନ ଦେଶବାସୀଙ୍କ ସେବାରେ ଉତ୍ସର୍ଗ କରିଦେଇଛନ୍ତି । ମୋଦି ଆଧୁନିକ ଭାରତର ସ୍ବାମୀ ବିବେକାନନ୍ଦଙ୍କ ନୂଆ ରୂପ । ସ୍ବାମୀଜୀ ତାଙ୍କ ରୂପରେ ପୁର୍ନଜନ୍ମ ନେଇଛନ୍ତି ।'' ବିଜେପି ସାଂସଦଙ୍କ ଏହି ବୟାନକୁ କଡା ସମାଲୋଚନା କରିଛି ତୃଣମୂଳ କଂଗ୍ରେସ । TMC ମନ୍ତ୍ରୀ ଏବଂ କୋଲକାତା ମେୟର ଫିରହାଦ ହକିମ୍ ଖାନଙ୍କ ବୟାନକୁ ସ୍ବାମୀ ବିବେକାନନ୍ଦଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ବିବେକାନନ୍ଦଙ୍କ ବିଚାରଧାରା ଠାରୁ ଭାରତୀୟ ଜନତା ପାର୍ଟିର ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ । ସାଂସଦ ଏପରି ବୟାନ ଦେଇ ସ୍ବାମୀଙ୍କୁ ଅପମାନ କରିଛନ୍ତି କହି ସେ ସମାଲୋଚନା କରିଛନ୍ତି ।

ତେବେ ଯୁବଶକ୍ତିର ଚିରନ୍ତନ ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୁଳନା କରାଯିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବିହାର ବିଜେପି ସଭାପତି ନିତ୍ୟାନନ୍ଦ ରାୟ ମଧ୍ୟ ମୋଦିଙ୍କୁ ବିବେକାନନ୍ଦଙ୍କ ପୁର୍ନଜନ୍ମ ବୋଲି କହିଥିଲେ । ଗୁରୁବାର ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଆଦର୍ଶ ଓ ବିଚାରଧାରା ଦେଶବାସୀଙ୍କୁ ମାର୍ଗଦର୍ଶନ କରୁଥିବ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଟିଏମସି ବିଧାୟକଙ୍କ ଘରେ ଟଙ୍କାର ପାହାଡ ! 11 କୋଟି ଜବତ କଲା ଆୟକର ବିଭାଗ

ଏହାରି ଭିତରେ ହିନ୍ଦୁ ଧର୍ମଗ୍ରନ୍ଥ ରାମଚରିତମାନସ ସମ୍ପର୍କରେ ବିବାଦୀୟ ବୟାନ ଦେଇ ବିହାର ଶିକ୍ଷାମନ୍ତ୍ରୀ ମଧ୍ୟ ବିବାଦରେ ରହିଛନ୍ତି । ରାମଚରିତମାନସ ଓ ମନସ୍କୃତି ସମାଜରେ ଘୃଣା ବିସ୍ତାର କରୁଛି ବୋଲି ମନ୍ତ୍ରୀ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.