ETV Bharat / bharat

Cash For Query: 'ଆଦାନୀ ଗ୍ରୁପ ବିରୋଧରେ ମହୁଆ ମୋଇତ୍ରା ଓ ହୀରାନନ୍ଦନୀଙ୍କ ମିଳିତ ଷଡଯନ୍ତ୍ର'

author img

By ETV Bharat Odisha Team

Published : Nov 3, 2023, 3:32 PM IST

ବଢିଲା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ହିଡେନବର୍ଗ ଏବଂ ମହୁଆ ମୋଇତ୍ରା ଏକାଠି କିଛି ଷଡଯନ୍ତ୍ର ରଚିଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

Cash For Query
ପ୍ରଶ୍ନ ବଦଳରେ ଟଙ୍କା ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗରେ ବଢିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ମହେଶ ଜେଠମଲାନି ସାଂସଦ ମହୁଆ ମୋଇତ୍ରାଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ହିଡେନବର୍ଗ ଏବଂ ମହୁଆ ମୋଇତ୍ରା ଏକାଠି କିଛି ଷଡଯନ୍ତ୍ର କରୁଥାଇପାରନ୍ତି ବୋଲି ସେ କହିଛନ୍ତି । ଜେଠମଲାନି କହିଛନ୍ତି, "ଗୋଟିଏ ପ୍ରସଙ୍ଗକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ହେଲେ ଏମିତି ଆଉ ଏକ ପ୍ରସଙ୍ଗ ରହିଛି ଯାହାକି ଚିନ୍ତାଜନକ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଉପରକୁ କାହାରି ଧ୍ୟାନ ଯାଇନାହିଁ । ହିଡେନବର୍ଗ ରିପୋର୍ଟରେ ଉଲ୍ଲେଖ କରିଥିବା ଅଭିଯୋଗ ସହ ମହୁଆ ମୋଇତ୍ରାଙ୍କ ପ୍ରଶ୍ନ ମେଳ ଖାଉଛି । ତେବେ ମହିଆ ମୋଇତ୍ରା ଏବଂ ହିଡେନବର୍ଗ ମିଳିତଭାବେ ଅଦାନୀ ଗ୍ରୁପ କିମ୍ବା ଅନ୍ୟ କୌଣସି ଉଦ୍ୟୋଗପତିଙ୍କ ବିରୋଧରେ ଷଡଯନ୍ତ୍ର କରୁଥାଇପାରନ୍ତି ।"

  • And while 3 powerful institutions - the #EthicsCommittee of Parliament, the #CBI & the #DelhiHighCourt - are examining the raging controversy as to whether Lok Sabha MP #MahuaMoitra accepted bribes for raising Adani related questions in Parliament, a cryptic passing reference in…

    — Mahesh Jethmalani (@JethmalaniM) November 2, 2023 " class="align-text-top noRightClick twitterSection" data=" ">

"ନିର୍ଦ୍ଦିଷ୍ଟ କେତେକ ରାଜନୈତିକ ଦଳ ଆଦାନୀ ଗ୍ରୁପ ବିରୋଧରେ ଅଛନ୍ତି । ଏଣୁ ଏହି ଦିଗରେ ମାମଲାକୁ ବିଚାର କରାଯିବା ଉଚିତ । କାରଣ ଏହା କୌଣସି ଛୋଟ ମାମଲା ନୁହେଁ । ହିଡେନବର୍ଗ ରିପୋର୍ଟ ପାଇଁ ଅନେକ ସାଧାରଣ ଲୋକଙ୍କ ବ୍ୟାପକ ଅର୍ଥ କ୍ଷତିଗ୍ରସ୍ତ ହୋଇଛି । ବହୁ ନିବେଶକାରୀ କ୍ଷତି ସହିଛନ୍ତି । ଏହା ପଛରେ କେଉଁ ଚାଲ୍ ଚାଲିଛି ତାହା ଉପରେ ବିଚାର କରାଯିବା ଉଚିତ୍‌ । ଅନ୍ୟପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପୁଣି ଥରେ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, "ଗୁରୁବାର ମହୁଆ ସଦାଚାର କମିଟି ଉପରେ ପ୍ରଶ୍ନ ଆଣିଥିଲେ । ହେଲେ ସତଟା ହେଉଛି ଭିନ୍ନ । ଯଦି ମହୁଆ ଲଗ୍ ଇନ- ପାସୱାର୍ଡ ସେୟାର କରିଥାନ୍ତି ତେବେ ସେହି ବ୍ୟକ୍ତି ପାଖରେ ସଂସଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପହଞ୍ଚିଯିବାର ସମ୍ଭାବନା ରହିଛି । ଯାହାକି ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ।"

  • मीडिया में कल @INCIndia पार्टी के सांसद उत्तम रेड्डी ने महुआ ( आरोपी ) सांसद का बिना जानकारी के बचाव करते हुए देश को गुमराह किया । OTP प्रश्न पूछने के लिए आया लेकिन जब portal खुल गया तो बिना OTP के
    १. आपको संसद में पेश होने से 2 दिन पहले बिल मिला कि नहीं?
    २.महुआ IT standing…

    — Dr Nishikant Dubey (@nishikant_dubey) November 3, 2023 " class="align-text-top noRightClick twitterSection" data="

मीडिया में कल @INCIndia पार्टी के सांसद उत्तम रेड्डी ने महुआ ( आरोपी ) सांसद का बिना जानकारी के बचाव करते हुए देश को गुमराह किया । OTP प्रश्न पूछने के लिए आया लेकिन जब portal खुल गया तो बिना OTP के
१. आपको संसद में पेश होने से 2 दिन पहले बिल मिला कि नहीं?
२.महुआ IT standing…

— Dr Nishikant Dubey (@nishikant_dubey) November 3, 2023 ">

କ'ଣ ଥିଲା ହିଡେନବର୍ଗ ରିପୋର୍ଟ?

୨୪ ଜାନୁଆରୀ ୨୦୨୩ରେ ହିଡେନବର୍ଗ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକି ଆଦାନୀ ଗ୍ରୁପ ବାବଦରେ ଉଲ୍ଲେଖ ରହିଥିଲା । ଆଦାନୀ କମ୍ପାନୀର ସେୟାରରେ ଅନିୟମିତତା ନେଇ ଆରୋପ ରହିଥିଲା । ସେହି ସମୟରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ଥିବା ଗୌତମ ଅଦାନୀ ଏହି ତାଲିକାର ବହୁ ତଳକୁ ଖସିଗଲେ । କମ୍ପାନୀର ସେୟାର ପ୍ରାୟ ୮୫% ହ୍ରାସ ପାଇଥିଲା ।

ମହୁଆ-ହୀରାନନ୍ଦାନୀ ମାମଲା:

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଜଣେ ପୁରୁଣା ବନ୍ଧୁ ଅନନ୍ତ ଦେହାଦ୍ରଇଙ୍କ କହିବା କଥା, ମହୁଆ କୁଆଡେ ହୀରାନନ୍ଦନୀଙ୍କଠାରୁ ଉପହାର ନେଉଥିଲେ । ମହୁଆ ସଂସଦର ଲଗ ଇନ ଆଇଡି ଓ ପାସୱାର୍ଡ ସେ ଦର୍ଶନ ହୀରାନନ୍ଦନୀଙ୍କୁ ଦେଇଥିବା ଭଳି ସାଙ୍ଘାତିକ ଆରୋପ ଲଗାଇଛନ୍ତି ଅନନ୍ତ । ତେବେ ହୀରନନ୍ଦନୀଙ୍କୁ ଅଦାନୀ ଗ୍ରୁପ ଅନେକ ଟେଣ୍ଡରରେ ହରାଇଥିବାରୁ ହିରାନନ୍ଦନୀ ଅଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ ପଚାରି ଥାଇପାରନ୍ତି । ତେବେ ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗରେ ଗୁରୁବାର ଏଥିକ୍ସ କମିଟିରେ ହାଜର ହୋଇଥିଲେ ସାଂସଦ ମହୁଆ ମୋଇତ୍ରା । ତାଙ୍କର ସଂସଦୀୟ ଆକାଉଣ୍ଟ ଦୁବାଇରୁ ଅନେକ ଥର ଆକ୍ସେସ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିଛି ।

ଏହା ବି ପଢନ୍ତୁ...Cash for query case: ‘ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ’

ନୂଆଦିଲ୍ଲୀ: ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗରେ ବଢିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ମହେଶ ଜେଠମଲାନି ସାଂସଦ ମହୁଆ ମୋଇତ୍ରାଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ହିଡେନବର୍ଗ ଏବଂ ମହୁଆ ମୋଇତ୍ରା ଏକାଠି କିଛି ଷଡଯନ୍ତ୍ର କରୁଥାଇପାରନ୍ତି ବୋଲି ସେ କହିଛନ୍ତି । ଜେଠମଲାନି କହିଛନ୍ତି, "ଗୋଟିଏ ପ୍ରସଙ୍ଗକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ହେଲେ ଏମିତି ଆଉ ଏକ ପ୍ରସଙ୍ଗ ରହିଛି ଯାହାକି ଚିନ୍ତାଜନକ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଉପରକୁ କାହାରି ଧ୍ୟାନ ଯାଇନାହିଁ । ହିଡେନବର୍ଗ ରିପୋର୍ଟରେ ଉଲ୍ଲେଖ କରିଥିବା ଅଭିଯୋଗ ସହ ମହୁଆ ମୋଇତ୍ରାଙ୍କ ପ୍ରଶ୍ନ ମେଳ ଖାଉଛି । ତେବେ ମହିଆ ମୋଇତ୍ରା ଏବଂ ହିଡେନବର୍ଗ ମିଳିତଭାବେ ଅଦାନୀ ଗ୍ରୁପ କିମ୍ବା ଅନ୍ୟ କୌଣସି ଉଦ୍ୟୋଗପତିଙ୍କ ବିରୋଧରେ ଷଡଯନ୍ତ୍ର କରୁଥାଇପାରନ୍ତି ।"

  • And while 3 powerful institutions - the #EthicsCommittee of Parliament, the #CBI & the #DelhiHighCourt - are examining the raging controversy as to whether Lok Sabha MP #MahuaMoitra accepted bribes for raising Adani related questions in Parliament, a cryptic passing reference in…

    — Mahesh Jethmalani (@JethmalaniM) November 2, 2023 " class="align-text-top noRightClick twitterSection" data=" ">

"ନିର୍ଦ୍ଦିଷ୍ଟ କେତେକ ରାଜନୈତିକ ଦଳ ଆଦାନୀ ଗ୍ରୁପ ବିରୋଧରେ ଅଛନ୍ତି । ଏଣୁ ଏହି ଦିଗରେ ମାମଲାକୁ ବିଚାର କରାଯିବା ଉଚିତ । କାରଣ ଏହା କୌଣସି ଛୋଟ ମାମଲା ନୁହେଁ । ହିଡେନବର୍ଗ ରିପୋର୍ଟ ପାଇଁ ଅନେକ ସାଧାରଣ ଲୋକଙ୍କ ବ୍ୟାପକ ଅର୍ଥ କ୍ଷତିଗ୍ରସ୍ତ ହୋଇଛି । ବହୁ ନିବେଶକାରୀ କ୍ଷତି ସହିଛନ୍ତି । ଏହା ପଛରେ କେଉଁ ଚାଲ୍ ଚାଲିଛି ତାହା ଉପରେ ବିଚାର କରାଯିବା ଉଚିତ୍‌ । ଅନ୍ୟପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପୁଣି ଥରେ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, "ଗୁରୁବାର ମହୁଆ ସଦାଚାର କମିଟି ଉପରେ ପ୍ରଶ୍ନ ଆଣିଥିଲେ । ହେଲେ ସତଟା ହେଉଛି ଭିନ୍ନ । ଯଦି ମହୁଆ ଲଗ୍ ଇନ- ପାସୱାର୍ଡ ସେୟାର କରିଥାନ୍ତି ତେବେ ସେହି ବ୍ୟକ୍ତି ପାଖରେ ସଂସଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପହଞ୍ଚିଯିବାର ସମ୍ଭାବନା ରହିଛି । ଯାହାକି ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ।"

  • मीडिया में कल @INCIndia पार्टी के सांसद उत्तम रेड्डी ने महुआ ( आरोपी ) सांसद का बिना जानकारी के बचाव करते हुए देश को गुमराह किया । OTP प्रश्न पूछने के लिए आया लेकिन जब portal खुल गया तो बिना OTP के
    १. आपको संसद में पेश होने से 2 दिन पहले बिल मिला कि नहीं?
    २.महुआ IT standing…

    — Dr Nishikant Dubey (@nishikant_dubey) November 3, 2023 " class="align-text-top noRightClick twitterSection" data=" ">

କ'ଣ ଥିଲା ହିଡେନବର୍ଗ ରିପୋର୍ଟ?

୨୪ ଜାନୁଆରୀ ୨୦୨୩ରେ ହିଡେନବର୍ଗ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକି ଆଦାନୀ ଗ୍ରୁପ ବାବଦରେ ଉଲ୍ଲେଖ ରହିଥିଲା । ଆଦାନୀ କମ୍ପାନୀର ସେୟାରରେ ଅନିୟମିତତା ନେଇ ଆରୋପ ରହିଥିଲା । ସେହି ସମୟରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ଥିବା ଗୌତମ ଅଦାନୀ ଏହି ତାଲିକାର ବହୁ ତଳକୁ ଖସିଗଲେ । କମ୍ପାନୀର ସେୟାର ପ୍ରାୟ ୮୫% ହ୍ରାସ ପାଇଥିଲା ।

ମହୁଆ-ହୀରାନନ୍ଦାନୀ ମାମଲା:

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଜଣେ ପୁରୁଣା ବନ୍ଧୁ ଅନନ୍ତ ଦେହାଦ୍ରଇଙ୍କ କହିବା କଥା, ମହୁଆ କୁଆଡେ ହୀରାନନ୍ଦନୀଙ୍କଠାରୁ ଉପହାର ନେଉଥିଲେ । ମହୁଆ ସଂସଦର ଲଗ ଇନ ଆଇଡି ଓ ପାସୱାର୍ଡ ସେ ଦର୍ଶନ ହୀରାନନ୍ଦନୀଙ୍କୁ ଦେଇଥିବା ଭଳି ସାଙ୍ଘାତିକ ଆରୋପ ଲଗାଇଛନ୍ତି ଅନନ୍ତ । ତେବେ ହୀରନନ୍ଦନୀଙ୍କୁ ଅଦାନୀ ଗ୍ରୁପ ଅନେକ ଟେଣ୍ଡରରେ ହରାଇଥିବାରୁ ହିରାନନ୍ଦନୀ ଅଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ ପଚାରି ଥାଇପାରନ୍ତି । ତେବେ ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗରେ ଗୁରୁବାର ଏଥିକ୍ସ କମିଟିରେ ହାଜର ହୋଇଥିଲେ ସାଂସଦ ମହୁଆ ମୋଇତ୍ରା । ତାଙ୍କର ସଂସଦୀୟ ଆକାଉଣ୍ଟ ଦୁବାଇରୁ ଅନେକ ଥର ଆକ୍ସେସ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିଛି ।

ଏହା ବି ପଢନ୍ତୁ...Cash for query case: ‘ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.