ETV Bharat / bharat

ସଂସଦରେ ଦିଗବିଜୟଙ୍କ ଆଶୀର୍ବାଦ ଲୋଡିଲେ ସିନ୍ଧିଆ

author img

By

Published : Feb 4, 2021, 6:37 PM IST

ସଂସଦରେ ଅଧିବେଶନରେ ଗମ୍ଭୀର ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଆଗରେ ହତ ଯୋଡି ଦେଲେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ...

ସଂସଦରେ ଦିଗବିଜୟଙ୍କ ଆଶୀର୍ବାଦ ଲୋଡିଲେ ସିନ୍ଧିଆ
ସଂସଦରେ ଦିଗବିଜୟଙ୍କ ଆଶୀର୍ବାଦ ଲୋଡିଲେ ସିନ୍ଧିଆ

ନୂଆଜିଲ୍ଲୀ:ସଂସଦରେ ବଜେଟ ଅଧିବେଶନର ଚତୁର୍ଥ ଦିନ । ଗୋଟିଏ ପକ୍ଷେ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ଅନ୍ୟପକ୍ଷେ ଗୃହରେ ଦେଖିବାକୁ ମିଳିଥିଲା ହସ ମଜାର ବାତାବରଣ । ସଂସଦରେ ଅଧିବେଶନରେ ଗମ୍ଭୀର ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଆଗରେ ହାତ ଯୋଡି ଦେଲେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ସଂସଦରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କୃଷି ଆଇନ ଓ ସାଧାରଣ ବଜେଟ ଉପରେ ମୋଦି ସରକାରଙ୍କ ପ୍ରଶଂସା କରୁଥିଲେ । ପ୍ରଶଂସା ସହିତ ସେତେବେଳର ୟୁପିଏ ସରକାରଙ୍କୁ ମଧ୍ୟ କରୁଥିଲେ ଟାର୍ଗେଟ । ସିନ୍ଧିଆ ନିଜ ମତ ରଖିସାରିଥିବା ବେଳେ ଆସନରୁ ଉଠି ଛିଡା ହୋଇଥିଲେ ଦିଗବିଜୟ ସିଂହ ।

ଦିଗବିଜୟ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଜରିଆରେ କହିଲେ କି, ସଭାପତି ମହୋଦୟ, ମୁଁ ଆପଣଙ୍କ ମାଧ୍ୟମରେ ସିନ୍ଧିଆଙ୍କୁ ଶୁଭେଚ୍ଛା ଅର୍ପଣ କରିବାକୁ ଚାହୁଁଛି । ଯେଭଳି ଉତ୍ତମ ଢଙ୍ଗରେ ସେ ସେତେବେଳର ୟୁପିଏ ସରକାରଙ୍କ ପକ୍ଷ ରଖୁଥିଲେ, ସମାନ ଢଙ୍ଗରେ ବିଜେପିର ମଧ୍ୟ ପକ୍ଷ ରଖିଛନ୍ତି । ଏହାପରେ ଦିଗବିଜୟ କହିଥିଲେ, ବାଃ ମହାରାଜ ବାଃ ।

ଦିଗବିଜୟ ସିଂହଙ୍କ ଏହି କଥା ଶୁଣି ହସିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହାପରେ ସେ ଦିଗବିଜୟଙ୍କୁ କହିଲେ ଯେ, ସବୁକିଛି ଆପଣଙ୍କ ଆଶୀର୍ବାଦରୁ ହୋଇଛି । ସିନ୍ଧିଆଙ୍କ ଏହି କଥାର ଜବାବ ଦେଇ ଦିଗବିଜୟ କହିଛନ୍ତି, ସର୍ବଦା ଆଶୀର୍ବାଦ ରହିବ । ଆପଣ ଯେଉଁ ଦଳରେ ରୁହନ୍ତୁ ନା କାହିଁକି, ଆମ ଆଶୀର୍ବାଦ ଆପଣଙ୍କ ସହ ଥିଲା ଆଉ ଆଗକୁ ମଧ୍ୟ ରହିଥିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.