ETV Bharat / bharat

ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ବାବୁଲ ସୁପ୍ରିୟ, ଫେସବୁକ ପୋଷ୍ଟରେ ଦେଲେ ସୂଚନା

author img

By

Published : Jul 31, 2021, 5:36 PM IST

Updated : Jul 31, 2021, 6:09 PM IST

ରାଜନୀତିରୁ ଓହରିଲେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ । ନିଜ ଫେସବୁକ ପେଜରେ ଏନେଇ କରିଛନ୍ତି ପୋଷ୍ଟ । ଅଧିକ ପଢନ୍ତୁ...

ରାଜନୀତିରୁ ବାବୁଲ ସୁପ୍ରିୟୋଙ୍କ ସନ୍ୟାସ, ଫେସବୁକ ପୋଷ୍ଟରେ ଦେଲେ ସୂଚନା

ନୂଆଦିଲ୍ଲୀ: ରାଜନୀତିରୁ ଓହରିଲେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ । ସେ ତାଙ୍କ ଫେସବୁକ ପେଜରେ ଏ ସଂକ୍ରାନ୍ତୀୟ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ଫେସବୁକରେ କରିଥିବା ପୋଷ୍ଟରେ ବାବୁଲ କହିଛନ୍ତି, ମୁ କୌଣସି ରାଜନୈତିକ ଦଳକୁ ଯାଉନି । TMC, କଂଗ୍ରେସ କିମ୍ବା CPI(m) କୌଣସି ଦଳ ସହିତ ମୁଁ ଯୋଗାଯୋଗରେ ନାହିଁ, କି ମତେ କେହି ନିମନ୍ତ୍ରଣ କରିନାହାନ୍ତି । ତେଣୁ କୌଣସି ରାଜନୈତିକ ଦଳରେ ମୁଁ ଯୋଗ ଦେଉନାହିଁ । ସାମାଜିକ କାର୍ଯ୍ୟ ପାଇଁ ରାଜନୀତିରେ ରହିବାର କୌଣସି ଆବଶ୍ୟକତା ମଧ୍ୟ ନଥିବା ସେ ତାଙ୍କ ପୋଷ୍ଟରେ କହିଥିବା ଦେଖିବାକୁ ମିଳିଛି । ଆହୁରି ମଧ୍ୟ ପୋଷ୍ଟରେ କହିଛନ୍ତି, ସାଂସଦ କୋଟାରେ ମିଳିଥିବା ସରକାରୀ ଘର ମଧ୍ୟ ଗୋଟିଏ ମାସ ମଧ୍ୟରେ ଛାଡିବା ସହ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ।

ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ଭାବେ ଟୋଲିଗଞ୍ଜରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ । ବର୍ତ୍ତମାନ ପଶ୍ଚିମବଙ୍ଗର ଆସାନସୋଲ ସଂସଦୀୟ ଆସନରୁ ସାଂସଦ ଥିବା ବାବୁଲ କେନ୍ଦ୍ର ମନ୍ତ୍ରୀଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ତେବେ ତାଙ୍କର ଏପରି ଘୋଷଣା ପରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଘୋଷଣା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2021, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.