ETV Bharat / bharat

ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକଙ୍କୁ ୨୫ବର୍ଷ ଜେଲଦଣ୍ଡ

Sonbhadra Rape Case : ନାବାଳିକାଙ୍କୁ ବର୍ଷେ ଧରି ଦୁଷ୍କର୍ମ ଘଟଣା । ଉତ୍ତରପ୍ରଦେଶ ଦୁଧି ବିଜେପି ବିଧାୟକଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଏମପି-ଏମଏଲଏ କୋର୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 15, 2023, 9:36 PM IST

BJP MLA Ramdular Gond
BJP MLA Ramdular Gond

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଦୁଧି ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୋନଭଦ୍ର ଏମପି ଏମଏଲଏ କୋର୍ଟ । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ମିଳିଛି । ଏହାସହିତ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗିଛି । ଦୀର୍ଘ ୯ ବର୍ଷ ଧରି ଏହି ମାମଲା ଚାଲିଥିବା ବେଳେ ଶେଷରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ଗତ ଡିସେମ୍ବର ୧୨ ତାରିଖରେ ବିଧାୟକ ରାମଦୁଲାରଙ୍କୁ କୋର୍ଟ ନ୍ୟାୟିକ ହେପାଜତରେ ପଠାଇଥିବା ବେଳେ ଆଜି ମାମଲାର ଶୁଣାଣି କରି ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ରାଜ୍ୟର ଦୁଧି ବିଧାନସଭା ଆସନରୁ ବିଧାୟକ ଥିବା ରାମଦୁଲାର ଗୋଣ୍ଡଙ୍କ ବିରୋଧରେ ଗତ ୨୦୧୪ ମସିହାରେ ଉକ୍ତ ଅଞ୍ଚଳରୁ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ବିଧାୟକଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଥିଲା । ପୀଡ଼ିତା ଜଣକ ଅଭିଯୋଗ ଆଣିଥିଲେ ଯେ ବିଜେପି ବିଧାୟକ ଜଣକ ୧ ବର୍ଷ ଧରି ତାଙ୍କୁ ଦୁଷ୍କର୍ମ କରୁଥିଲେ । ସେହି ସମୟରେ ପୀଡିତାଙ୍କ ବୟସ ୧୫ ବର୍ଷ ଥିଲା । ସେହି ସମୟରେ ବିଧାୟକ ରାମଦୁଲାରଙ୍କ ପତ୍ନୀ ଗାଁର ମୁଖିଆ ଥିଲେ । ଗାଁରେ ବିଧାୟକ ରାମଦୁଲାର ଜଣେ ଦବଙ୍ଗ ନେତା ଭାବେ ପରିଚିତ ଥିଲେ ।

ଏହା ବି ପଢନ୍ତୁ- ଖାକିରେ ଦାଗ, ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ

ରାମଦୁଲାରଙ୍କ ବିରୋଧରେ ଏହି ସାଙ୍ଘାତିକ ଅଭିଯୋଗ ଥିବା ସତ୍ତ୍ବେ ସେ ଲଗାତାର ଭାବେ ବିଜେପିରୁ ଟିକେଟ ପାଇ ଆସୁଥିବା ବେଳେ ବାରମ୍ବାର ଲୋକେ ତାଙ୍କୁ ନିଜର ନେତା ବାଛୁଥିଲେ । ୨୦୨୨ ପର୍ଯ୍ୟନ୍ତ ସେ ଦୁଧି ବିଧାନସଭା ଅଞ୍ଚଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ସେ କୋର୍ଟକୁ ଯାଇ ନିଜ ପକ୍ଷ ରଖୁଥିଲେ । କିନ୍ତୁ ୨୦୨୩ ଡିସେମ୍ବର ୧୩ ତାରିଖରେ ଏମପି-ଏମଏଲଏ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ପୋଲିସ ବିଧାୟକଙ୍କୁ ନ୍ୟାୟିକ ହେପାଜତକୁ ନେଇଥିଲା ।

ପୀଡ଼ିତାଙ୍କ ଭାଇ ଦୀର୍ଘ ୯ ବର୍ଷ ଧରି ଲଗାତାର ଆଇନଗତ ଲଢେଇ ଜାରି ରଖିଥିଲେ । ଏପରିକି ବିଧାୟକ ରାମଦୁଲାର ତାଙ୍କୁ ଟଙ୍କା ଦେଇ ଚୁପ ରହିବାକୁ ଲୋଭାନ୍ବିତ କରିବା ସହ ଅନେକ ସମୟରେ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ଗତ ୧୨ ତାରିଖରେ ଜେଲ ଯିବା ପରେ ସେ ନିଜ ପୁଅ ଦ୍ବାରା ପୀଡ଼ିତାଙ୍କ ପରିବାରକୁ ଲଗାତାର ଧମକାଉଥିଲେ । ଏହାପରେ ମଧ୍ୟ ପୀଡ଼ିତାଙ୍କ ପରିବାର ଭୟଭୀତ ନ ହୋଇ ଲଢେଇ ଜାରି ରଖିଥିଲେ । ଏବେ ପୀଡ଼ିତା ଜଣକ ବିବାହ କରି ସ୍ବାମୀଙ୍କ ସହିତ ଅନ୍ୟ ଏକ ଜିଲ୍ଲାରେ ରହୁଥିବା ପୀଡ଼ିତାଙ୍କ ଭାଇ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.