ETV Bharat / bharat

Manipur violence: ବିଜେପି ବିଧାୟକଙ୍କୁ ପିଟିଲେ ବିକ୍ଷୋଭକାରୀ, ମଣିପୁରରେ ୩୫୫ ଧାରା ଜାରି

ମଣିପୁରରେ ହିଂସାକାଣ୍ଡ ସମୟରେ ବିଜେପି ବିଧାୟକଙ୍କୁ ପିଟିଲେ ବିକ୍ଷୋଭକାରୀ । ସାରା ରାଜ୍ୟରେ ଜାରି ହେଲା ୩୫୫ ଧାରା । ଅଧିକ ପଢନ୍ତୁ

Manipur violence
Manipur violence
author img

By

Published : May 5, 2023, 1:57 PM IST

ଇମ୍ଫାଲ: ମଣିପୁରରେ ହିଂସାକାଣ୍ଡ ସମୟରେ ବିଜେପି ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ବିକ୍ଷୋଭକାରୀ ଥାନଲାନ ବିଧାୟକ ଭୁଙ୍ଗଜାଗିନ ଭଲଟେଙ୍କୁ ନିସ୍ତୁକ ମାଡ ମାରଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଗତକାଲି ଭଲଟେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସହ ଆଲୋଚନା କରି ସଚିବାଳୟରୁ ଫେରୁଥିବା ବେଳେ ଇମ୍ଫାଲ ଠାରେ ଆକ୍ରମଣର ଶିକାର ହୋଇଛନ୍ତି ବିଧାୟକ । ଫଳରେ ସେ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ, ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ମଣିପୁରରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ହିଂସାକାଣ୍ଡକୁ ନେଇ ଗତକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଯୋଗ ଦେଇ ବିଧାୟକ ଭଲଟେ ନିଜ ଘରକୁ ଫେରୁଥିଲେ । ହେଲେ ବାଟରେ ହିଂସାକାଣ୍ଡ ଘଟାଉଥିବା କିଛି ଆନ୍ଦୋଳନକାରୀ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ । ଏଥିରେ ବିଧାୟକ ସମେତ ତାଙ୍କର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତେବେ ଉତ୍ୟକ୍ତ ଜନତାଙ୍କ ଠାରୁ ପିଏସଓ ଜୀବନ ବଞ୍ଚାଇ ପଳାୟନ କରିଛନ୍ତି । ବିଧାୟକଙ୍କୁ ଗୁରୁତର ଅବସ୍ଥାରେ ଇମ୍ଫାଲ ସ୍ଥିତ RIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭଲଟେ ଫେରଜାଉଲ ଜିଲ୍ଲା ଥାନଲନର ତିନି ଥର ବିଧାୟକ । ସେ କୁକି ସମ୍ପ୍ରଦାୟର ଅଟନ୍ତି । ପୂର୍ବରୁ ଭଲଟେ ଆଦିବାସୀ ବ୍ୟାପାର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ବିଧାୟକଙ୍କୁ ଏପରି ଆକ୍ରମଣ ଘଟଣାରେ ଗୃହ ମନ୍ତ୍ରଣାଳୟ ଗଭୀର ଉଦବେଗ ପ୍ରକାଶ କରିଛି । ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଣିପୁରରେ ୩୫୫ ଧାରା ଜାରି କରିଛନ୍ତି । ସ୍ଥିତି ମୁକାବିଲା ନିମନ୍ତେ କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପୂର୍ବତନ ଏନଆଇଏ ଡିଆଇଜି କୁଲଦୀପ ସିଂଙ୍କୁ ନିଯୁକ୍ତ କରିଛି ।

ଏହାମଧ୍ୟ ପଢନ୍ତୁ: Manipur violence: ହିଂସାଗ୍ରସ୍ତ ମଣିପୁରରେ ସୁଧୁରୁଛି ସ୍ଥିତି, ବାହାର ରାଜ୍ୟରୁ ସେନା ପଠାଯାଉଛି

ବିଜେପି ଶାସିତ ମଣିପୁରରେ ସମୁଦାୟ ଜନସଂଖ୍ୟାର ୫୩ ପ୍ରତିଶତ ଅଣ-ଆଦିବାସୀ ମେଇତି ସମ୍ପ୍ରଦାୟ । ଏହି ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଆସୁଛି । କିନ୍ତୁ ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ଏହାକୁ କଡା ବିରୋଧ କରୁଛି । ଏହି ପରିପ୍ରେକ୍ଷୀରେ ଗତ ବୁଧବାର ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନ (ATSU) ଚୋରାଚାନ୍ଦପୁର ଠାରେ ରାଲି କରୁଥିବା ସମୟରେ ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.