ETV Bharat / bharat

2024 ନିର୍ବାଚନ ଜିତିବା ପାଇଁ କୌଣସି ଦେଶକୁ ଆକ୍ରମଣ କରିପାରେ ବିଜେପି: ବିହାର ମନ୍ତ୍ରୀ

author img

By

Published : Jan 18, 2023, 8:59 PM IST

ନିର୍ବାଚନରେ ଜିତିବା ପାଇଁ ବିଜେପି କୌଣସି ଦେଶ ଉପରେ ମଧ୍ୟ କରିପାରେ ଆକ୍ରମଣ । ବିହାର ସମବାୟ ମନ୍ତ୍ରୀ ସୁରେନ୍ଦ୍ର ଯାଦବଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

2024 ରେ ନିର୍ବାଚନ ଜିତିବା ପାଇଁ କୌଣସି ଦେଶକୁ ଆକ୍ରମଣ କରିବ ବିଜେପି

ହାଇଦ୍ରାବାଦ: 2024 ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଏବେ ଠାରୁ ଆରମ୍ଭ ହୋଇଗଲାଣି । ଦଳ ଦଳ ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଲାଣି । ଏହାରି ମଧ୍ୟରେ ବିହାରର ଜଣେ ମନ୍ତ୍ରୀ ବିସ୍ଫୋରକ ବୟାନ ଦେଇଛନ୍ତି । 2024 ସାଧାରଣ ନିର୍ବାଚନ ଜିତିବା ପାଇଁ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କୌଣସି ଦେଶ ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ବିହାର ସମବାୟ ମନ୍ତ୍ରୀ ସୁରେନ୍ଦ୍ର ଯାଦବ । ତେବେ ଏପରି କରି ଦେଶବାସୀଙ୍କ ଠାରୁ ଲାଭ ଉଠାଇବାକୁ ବିଜେପି ପ୍ରୟାସ କରିବ ବୋଲି ମନ୍ତ୍ରୀ ଯାଦବ କହିଛନ୍ତି ।

ତେବେ ପରୋକ୍ଷ ଇଙ୍ଗୀତରେ 2019ରେ ପୁଲଓ୍ବାମାରେ ହୋଇଥିବା ଆକ୍ରମଣକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ମନ୍ତ୍ରୀ ଯାଦବ । ଯାହାର ମାତ୍ର କିଛି ମାସ ପରେ ସଧାରଣ ନିର୍ବାଚନ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ପୁଣି ଥରେ ସ୍ପଷ୍ଟ ବହୁମତ ପାଇଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦିତ୍ବୀୟ ପାଳି ଆରମ୍ଭ କରିଥିଲେ । ଏହି ଆକ୍ରମଣକୁ ସେ ବିଜେପିର ଏକ ଚାଲ ବୋଲି କହିବା ସହ 2024 ନିର୍ବାଚନ ପୂର୍ବରୁ ଦଳ ପୁଣି ସେହିପରି କିଛି କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଆରଜେଡି ବିଧାୟକ ତଥା ନୀତିଶଙ୍କ ମିଳିତ ସରକାରରେ ମନ୍ତ୍ରୀ ଥିବା ସୁରନ୍ଦ୍ର ଯାଦବ କହିଥିଲେ, "2024ରେ ବିଜେପି ଦେଶରୁ ମୂଳପୋଛ ହୋଇଯିବ । କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ଜନତା ପାର୍ଟି ପୁଣି ଥରେ ଏପରି କିଛି କରିପାରେ । ସେତେବେଳେ ସେମାନେ ଦେଶର ସେନା ଉପରେ ଆକ୍ରମଣ କରାଇଥିଲେ, ଏଥର ନିର୍ବାଚନ ଜିତିବା ପାଇଁ ସେମାନେ କୌଣସି ଦେଶକୁ ମଧ୍ୟ ଆକ୍ରମଣ କରିପାରନ୍ତି । ଦେଶରେ ଯେବେ ନିର୍ବାଚନ ଆସେ ସେତେବେଳେ ବିଜେପି ସରକାର ସେନା ଉପରେ ଆକ୍ରମଣ କରାଏ । ଚଳିତ ଥର (2024 ସାଧାରଣ ନିର୍ବାଚନରେ) ମଧ୍ୟ ଦଳ ଠିକ ସେହିପରି କରିବ ।"

ତେବେ 2019ରେ ଦକ୍ଷିଣ କାଶ୍ମୀରରେ ହୋଇଥିବା ସିଆରପିଏଫ ଉପରେ ଆତଙ୍କୀ ଆକ୍ରମଣକୁ ବିଜେପିର ଏକ ଷଡଯନ୍ତ୍ର ବୋଲି ବିରୋଧି ଅଭିଯୋଗ କରିଆସିଛନ୍ତି । ନୀତିଶଙ୍କ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ମଧ୍ୟ ନିନ୍ଦା କରିଛି । ବିଜେପି ଓବିସି ଶାଖା ଜାତୀୟ ସାଧାରଣ ସମ୍ପାଦକ ନିଖିଲ ଆନନ୍ଦ କହିଛନ୍ତି, ନୀତିଶଙ୍କ ସରକାରରେ ଆରଜେଡିର ଏକାଧିକ କାର୍ଟୁନ ବ୍ୟକ୍ତିତ୍ବ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.