ETV Bharat / bharat

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା, ବିଜେପି ନେତାଙ୍କୁ ଗୁଳିମାଡ - ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା । ବିଜେପି ନେତାଙ୍କୁ ଗୁଳିମାଡ । ଅଧିକ ପଢନ୍ତୁ....

BJP leader shot at in Malda, hospitalised
ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା , ବିଜେପି ନେତାଙ୍କୁ ଗୁଳିମାଡ
author img

By

Published : Jun 12, 2021, 8:34 AM IST

କୋଲକାତା: ଥମୁନି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ମାଲଦା ଜିଲ୍ଲାରେ ଜଣେ ବିଜେପି ନେତା ପ୍ରଭାତ ଟୁଡୁଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମାଲଦା ହସପିଟାଲରେ ଭର୍ତ୍ତି କରାଯାଇଛି । ରଞ୍ଜକଲି ଅଞ୍ଚଳରେ ଦୁଇଜଣ ଅଜଣା ଯୁବକ ପ୍ରଭାତଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କାଳିଆଛକ ପୋଲିସ ଷ୍ଟେସନ ଅଞ୍ଚଳର ଅଲିମ ଖାନ ବୋଲି ଜଣାପଡିଛି । ଗିରଫ ଯୁବକଙ୍କ ଠାରୁ ଏକ ପିସ୍ତଲ ଜବତ କରାଯାଇଛି । ବିଜେପି ନେତାଙ୍କ ଉପରେ ତାଙ୍କ ସାଙ୍ଗ ଗୁଳି ଚଳାଇଥିବା ସେ ପଚାରାଉଚରା ବେଳେ ସ୍ବୀକାର କରିଛନ୍ତି ।

ସୂଚନା ଅନୁସାରେ, ପ୍ରଭାତଙ୍କ ଘର ସମ୍ମୁଖରେ ଦୁଇ ଜଣ ଯୁବକ ପ୍ରଥମ ବାଇକରେ ଆସିଥିଲେ । ଏବଂ ପ୍ରଭାତଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ସୌଭାଗ୍ୟବଶତଃ ପ୍ରଭାତ ହେଲମେଟ ପିନ୍ଧିଥିବାରୁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସେପଟେ ଏହି ପ୍ରସଙ୍ଗରେ ବିଜେପିର ଜିଲ୍ଲା ସ୍ତରୀୟ ନେତା ଚମ୍ପାଇ ବେସ୍ରା କହିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ଏଭଳି ଅନେକ ଘଟଣା ଘଟିଛି । ଯେଉଁଥିରେ ବିଜେପି ନେତାମାନେ ରାଜନୈତିକ ହିସାଂର ସମ୍ମୁଖିନ ହେଉଛନ୍ତି । ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.