ETV Bharat / bharat

ବିଜେପି ନେତାଙ୍କ ବିସ୍ଫୋରକ ବୟାନ, କହିଲେ ବ୍ରାହ୍ମଣ ଓ ବଣିଆ ମୋ ପକେଟରେ

author img

By

Published : Nov 9, 2021, 2:40 PM IST

ବ୍ରାହ୍ମଣ ଓ ବଣିଆଙ୍କୁ ନିଜ ପକେଟରେ ରଖିଥିବା କହି ବିବଦୀୟ ହୋଇଛନ୍ତି ବିଜେପି ନେତା ପି ମୁରଲୀଧର ରାଓ । କ୍ଷମା ମାଗିବାକୁ କହିଲା କଂଗ୍ରେସ । ଅଧିକ ପଢନ୍ତୁ...

ବିଜେପି ନେତାଙ୍କ ବିସ୍ଫୋରକ ବୟାନ
ବିଜେପି ନେତାଙ୍କ ବିସ୍ଫୋରକ ବୟାନ

ଭୋପାଳ: ବ୍ରାହ୍ମଣ ଓ ବଣିଆଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ପି ମୁରଲୀଧର ରାଓ । ବ୍ରାହ୍ମଣ ଓ ବଣିଆ ସମ୍ପ୍ରଦାୟ ମୋ ପକେଟରେ ବୋଲି ପି ମୁରଲୀଧର କହିଛନ୍ତି । ଏହା ପରେ ସରଗରମ ହୋଇଛି ମଧ୍ୟପ୍ରଦେଶ ରାଜନୀତି । ବିଜେପି ନେତାଙ୍କ ଏହି ବୟାନ ପରେ କଂଗ୍ରେସ ଆଟାକ୍‌ ମୁଡକୁ ଚାଲି ଆସିଛି। ଏପରି ବୟାନ ପାଇଁ ରାଓଙ୍କୁ କ୍ଷମା ମାଗିବାକୁ କହିଛି କଂଗ୍ରେସ ।

ବିଜେପି ସାଧାରଣ ସମ୍ପାଦକ ଓ ଦଳର ରାଜ୍ୟ ଇନଚାର୍ଜ ପି ମୁରଲୀଧର ରାଓ କଂଗ୍ରେସକୁ କାଉଣ୍ଟର ଆଟାକ କରିଛି । କଂଗ୍ରେସ ତାଙ୍କ ଭାଷଣକୁ ବିକୃତ କରି ଭାଇରାଲ କରୁଛି। କଂଗ୍ରେସ ସବୁ ବର୍ଗର ଲୋକଙ୍କୁ ଧୋକା ଦେଇ ବିଭାଜନ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଆଜି ଯଦି ଅନୁସୂଚିତ ଜାତି ପଛୁଆ ବର୍ଗ ଶ୍ରେଣୀରେ ଅଛନ୍ତି ସେଥିପାଇଁ କେବଳ କଂଗ୍ରେସ ଦାୟୀ ।

ସବକା ସାଥ ସବକା ବିକାଶକୁ ନେଇ ଜଣେ ଗଣମାଧ୍ୟମ ପ୍ରତିନିଧି ରାଓଙ୍କୁ ପ୍ରଶ୍ନ କରିଥିଲେ ବିଜେପି ସବକା ସାଥ ସବକା ବିକାଶ ନାରା ଦେଉଛି ହେଲେ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟଙ୍କୁ ଫୋକସ କରାଯାଉଛି । ଏହାର ଜବାବରେ ପି ମୁରଲୀଧର ରାଓ କହିଥିଲେ ବ୍ରାହ୍ମଣ ଓ ବଣିଆ ମୋ ପକେଟରେ ଅଛନ୍ତି । କିନ୍ତୁ ପରେ ନିଜ ବୟାନକୁ ସମ୍ଭାଳି ସେ କହିଥିଲେ “ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ସଂଖ୍ୟା ଯେତେବେଳେ ଅଧିକ ଥାଏ ସେତେବେଳେ ଲୋକେ ଦଳକୁ ଉକ୍ତ ବର୍ଗର ବୋଲି କହନ୍ତି । ଯେତେବେଳେ ଆମ ଦଳରେ ବ୍ରାହ୍ମଣଙ୍କ ସଂଖ୍ୟା ଅଧିକ ଥିଲା ଜନତା ଆମକୁ ବ୍ରାହ୍ମଣଙ୍କ ଦଳ ବୋଲି କହୁଥିଲେ। ଯେତେବେଳେ ବଣିଆଙ୍କ ସଂଖ୍ୟା ବଢ଼ିଲା, ସେତେବେଳେ ଆମକୁ ବଣିଆ କହିଥିଲେ।

ଦଳ ସମସ୍ତଙ୍କ ପାଇଁ କାମ କରୁଛି। ଏବେ ଏସ୍‌ସି/ଏସଟି ବର୍ଗର ଅଧିକରୁ ଅଧିକ ଲୋକଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛୁ ବୋଲି କହିଥିଲେ ରାଓ । ବିଜେପ ସବୁ ବର୍ଗର ଲୋକଙ୍କ ଦଳ ବୋଲି ପ୍ରମାଣ କରିବାକୁ ଚାହୁଁଛୁ। ଏହାର ଅର୍ଥ ଆମେ ବ୍ରାହ୍ମଣ, ବଣିଆ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟଙ୍କୁ ଛାଡ଼ିବୁ ନାହିଁ।

ବ୍ରାହ୍ମଣ ଓ ବଣିଆଙ୍କ ଉପରେ ବିଜେପି ତା’ର ଅଧିକାର ଜାହିର କରିଥିବାରୁ କଂଗ୍ରେସ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏହାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ଦୁଇ ସମ୍ପ୍ରଦାୟକଙ୍କ ଉପରେ ଅଧିକାର ଜାହିର କରି ସେମାନଙ୍କୁ ଅପମାନିତ କରିଛି। କ୍ଷମତା ହାସଲ ଯୋଗୁ୍ଁ ବିଜେପି ନେତାମାନେ ଏବେ ଅହଂକାରୀ ହୋଇଗଲେଣି । ବିଜେପି ଯେଉଁମାନଙ୍କୁ ଅପମାନିତ କରିଛି, ସେମାନଙ୍କୁ କ୍ଷମା ମାଗୁ ବୋଲି ଦାବି କରିଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.