ETV Bharat / bharat

ଉଦ୍ଧବଙ୍କୁ ବିଜେପିର ଟାର୍ଗେଟ, ମହାରାଷ୍ଟ୍ରରେ ବିକାଶ ନୁହେଁ ଚାଲିଛି ବଟି ଆଦାୟ

author img

By

Published : Mar 23, 2021, 5:23 PM IST

ମହାରାଷ୍ଟ୍ରରେ ମଧ୍ୟ ଖେଲା ଚାଲିଥିବା ସହ ଏଠାରେ ବିକାଶ ନୁହେଁ ବଟି ଆଦାୟ ଚାଲିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ । ଅଧିକ ପଢନ୍ତୁ...

ଉଦ୍ଧବଙ୍କୁ ବିଜେପିର ଟାର୍ଗେଟ, ମହାରାଷ୍ଟ୍ରରେ ବିକାଶ ନୁହେଁ ଚାଲିଛି ବଟି ଆଦାୟ
ଉଦ୍ଧବଙ୍କୁ ବିଜେପିର ଟାର୍ଗେଟ, ମହାରାଷ୍ଟ୍ରରେ ବିକାଶ ନୁହେଁ ଚାଲିଛି ବଟି ଆଦାୟ

ନୂଆଦିଲ୍ଲୀ: ମୁମ୍ବାଇର ଆଣ୍ଟିଲିଆ ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଲାଗିଥିବା ଅଭିଯୋଗର ବିଷୟ ଉଠାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛି ବିଜେପି । ମହାରାଷ୍ଟ୍ରରେ ମଧ୍ୟ ଖେଳ ଚାଲିଥିବା ସହ ଏଠାରେ ବିକାଶ ନୁହେଁ ବଟି ଆଦାୟ ଚାଲିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ସରକାର, ବଟି ଆଦାୟର, ବଟି ଆଦାୟ ଦ୍ବାରା ଓ ବଟି ଆଦାୟ ପାଇଁ ଅଟେ । ମହାରାଷ୍ଟ୍ରରେ କ୍ଷମତାସୀନ ମେଣ୍ଟର ସହଯୋଗୀ ଦଳ ଜାଣିନାହାନ୍ତି କଣ ହେଉଛି ଓ ସରକାର କିଏ ଚଳାଉଛି ।

ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତର ଇତିହାସରେ ପ୍ରଥମ ଥର ଏପରି ହୋଇଛି ଯେଉଁଠି ଜଣେ ପୋଲିସ କମିଶନର ରାଜ୍ୟର ଗୃହମନ୍ତ୍ରୀଙ୍କ ଉପରେ 100 କୋଟିର ବଟି ଆଦାୟ ଅଭିଯୋଗ ଆଣିଛନ୍ତି । ଯଦି ଜଣେ ମନ୍ତ୍ରୀଙ୍କ ଟାର୍ଗେଟ 100 କୋଟି ଟଙ୍କା, ତାହେଲେ ଅନ୍ୟମନ୍ତ୍ରୀମାନଙ୍କ ଟାର୍ଗେଟ କେତେ ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଭଡନାଭିସ କିଛି ଦସ୍ତାବିଜ ସହିତ ବଦଳି ଓ ପୋଷ୍ଟିଂ ନାଁରେ ବି ବଟି ଆଦାୟ ହେଉଥିବା ଖୁଲାସା କରିଛନ୍ତି । ଏହା କୌଣସି ଛୋଟ ଅଫିସର ପଦ ପାଇଁ ନୁହେଁ ବରଂ ଆଇପିଏସ ଅଧିକାରୀଙ୍କ ପୋଷ୍ଟିଂ ପାଇଁ ମଧ୍ୟ ବଟି ଆଦାୟ ହେଉଥିବା ଅଭିଯୋଗ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.