ETV Bharat / bharat

ଗାଜିପୁରରେ ଚିକିତ୍ସା ଆଳରେ ଧର୍ମାନ୍ତରୀକରଣ ଅଭିଯୋଗ, ଫାଦରଙ୍କ ନାଁରେ ଏତେଲା - ଚର୍ଚ୍ଚର ଫାଦରଙ୍କ ନାଁରେ ଏତେଲା ଦେଲେ ବିଜେପି ନେତା

ଉତ୍ତରପ୍ରଦେଶର ଗାଜିପୁରରେ ଚିକିତ୍ସା ଆଳରେ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ । ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କ ପରିସ୍ଥିତିର ଫାଇଦା ଉଠାଇ ଲୋକଙ୍କ ଧର୍ମ ପରିବର୍ତ୍ତନ ଘଟଣା ବଢିବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଉତ୍ତରପ୍ରଦେଶର ଗଜିପୁରରେ ଚିକିତ୍ସା ଆଳରେ ଧର୍ମାନ୍ତରଣ ଆଭିଯୋଗ

author img

By

Published : Apr 2, 2023, 10:44 PM IST

ଲକ୍ଷ୍ନୌ: ଗାଜିପୁରରେ ଚିକିତ୍ସା ଆଳରେ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ ହୋଇଛି । ଲୋକଙ୍କୁ ଉତ୍ତମସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାହାନାରେ ଲୋକଙ୍କ ଧର୍ମ ପରିବର୍ତ୍ତନ କରୁଥିବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁରରେ । ରବିବାର ଗଜିପୁର ସଦର କୋଟୱାଲୀ ଥାନା ଅଞ୍ଚଳରେ ଏକ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ ।

ଖ୍ରୀଷ୍ଟିଆନ ଧର୍ମର କିଛି ଅନୁଗାମୀ ଏବଂ ପ୍ରଚାରକମାନେ ଲୋକଙ୍କୁ ପ୍ରବର୍ତ୍ତାୟୀ ତାଙ୍କର ଧର୍ମ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ । କୋଟୱାଲୀରେ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିବାର ସୂଚନା ପାଇ ସ୍ଥାନୀୟ ଭାରତୀୟ ଜନତା ପାର୍ଟି କର୍ମୀ ତଥା ସାମାଜସେବୀ ସଂଗଠନର ଲୋକମାନେ ଜାଣିବାକୁ ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥିତିକୁ ଆୟତ୍ତକୁ ଆଣିବା ପରେ ପୋଲିସ ଏକ ମାମଲା ପଞ୍ଜିକରଣ କରିବା ସହିତ ଘଟଣାର ତଦନ୍ତର ଆରମ୍ଭ କରିଛି ।

ବିଜେପି ନେତା ଯୋଗେଶ ସିଂ କହିଛନ୍ତି, କୋଟୱାଲୀ ସଦର ବଂଶି ବଜାରର ରାଧା ନଗରରେ ପେଣ୍ଡାଲ ଲଗାଇ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ କରାଯାଉଥିଲା । ଲୋକଙ୍କ ଚିକିତ୍ସା କରିବା ଆଳରେ ଠକେଇ କରି ଧର୍ମ ପରିବର୍ତ୍ତନ କରାଯାଉଥିଲା । ଏହାପରେ, ଚର୍ଚ୍ଚର ପବିତ୍ର ଜଳ ଛିଞ୍ଚି କ୍ରୁଶ୍‌ ବଣ୍ଟନ କରି ଗରିବ ଏବଂ ଆଦିବାସୀ ଲୋକଙ୍କୁ ହିନ୍ଦୁ ଦେବତା ଏବଂ ଦେବୀଙ୍କ ବିଷୟରେ ବିଭ୍ରାନ୍ତିକର କଥା କୁହାଯାଇଥିଲା । ଲୋକଙ୍କ ମନରେ ହିନ୍ଦୁ ଦେବାଦେବୀଙ୍କ ବିରେଧରେ ପ୍ରବଚନ ଦିଆଯାଉଥିବା ବିଜେପି ନେତା ଯୋଗେଶ ସିଂ କହିଛନ୍ତି । ଏହାସହ ଲୋକଙ୍କୁ ବିଭିନ୍ନ ପ୍ରକାର ଲୋଭାଗ୍ରସ୍ତ କରି ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିଲେ । ଯୋଗେଶ ସିଂ ଅଭିଯୋଗ କରିଛନ୍ତି, "ଚର୍ଚ୍ଚର ଫାଦର ବିପିନ କୁମାର ଧର୍ମ ଲୋକଙ୍କ ବିଶ୍ବାସ ଜିତିବା ପରେ ତାଙ୍କର ପରିବର୍ତ୍ତନ କରୁଥିଲେ।"

ଗାଜିପୁର ଏସପି ଓମବୀର ସିଂଙ୍କ ସୂଚନା ଅନୁଯାୟୀ, "ରାଧା ନଗରରେ କୋଲନୀ ପେଣ୍ଡାଲରେ ଧର୍ମ ପରିବର୍ତ୍ତନ କରିବା ଉଦ୍ୟମ କରାଯାଉଥିବା ଅଭିଯୋଗ ଆସିଥିଲା । ବିଜେପି ନେତା ଯୋଗେଶ ସିଂ ଲିଖିତ ଆକାରରେ ଏତଲ ଦେଇଛନ୍ତି । ଯାହାର ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଯାହା ତଥ୍ୟ ସାମ୍ନାକୁ ଆସିବ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଲକ୍ଷ୍ନୌ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.