ETV Bharat / bharat

Bihar: ବିଧାନସଭା ଘେରାଉ ବେଳେ ପୋଲିସ ଲାଠିଚାର୍ଜରେ BJP ନେତା ମୃତ !

author img

By

Published : Jul 13, 2023, 3:39 PM IST

Updated : Jul 13, 2023, 7:36 PM IST

ବିହାରରେ ବିଜେପିର ବିଧାନସଭା ଘେରାଉ ବେଳେ ପୋଲିସର ଲାଠି ଚାର୍ଜ । BJP ନେତା ମୃତ । ଏକାଧିକ ବିଧାୟକ ସାଂସଦ ମଧ୍ୟ ଆହତ । ଅଧିକ ପଢନ୍ତୁ

Bihar: ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜରେ BJP ନେତା ମୃତ !

ପାଟନା: ଆନ୍ଦୋଳନ ବେଳେ ପୋଲିସ ମାଡରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିହାରରେ ବିରୋଧୀ ବିଜେପି ରୋଜଗାର ଏବଂ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଆଜି ରାଜଧାନୀ ପାଟନାରେ ବିଧାନସଭା ଘେରଉା ଉଦ୍ୟମ କରିଥିଲା । ଏହି ସମୟରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖାଯାଇଥିଲା । ପୋଲିସ ଲାଠିଚାର୍ଜ କରିଥିଲା । ଏଥିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଣ ହରାଇଥିବା ବିଜେପି ନେତା ହେଲେ ବିଜୟ କୁମାର ସିଂ । ସେ ଜେହାନାବାଦ ସହରର ବିଜେପି ସାଧାରଣ ସମ୍ପାଦକ ଥିବା ନେଇ ଦଳୀୟ ସୂତ୍ରରୁ ସ୍ପଷ୍ଟ ହୋଇଛି ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ବିଜୟଙ୍କ ମୃତ୍ୟୁ ହୋଇଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଟ୍ବିଟ କରି ଅଭିଯୋଗ କରିଛନ୍ତି । ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଟ୍ବିଟ କରି ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ବିଫଳତା ଏବଂ କ୍ରୋଧର ଫଳାଫଳ । ଦୁର୍ନୀତିକୁ ଲୁଚାଇବା ପାଇଁ ମହାମେଣ୍ଟ ସରକାର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବୋଲି ଶାହ ଟ୍ବିଟ କରିଛନ୍ତି । ଅନ୍ୟ ସୂଚନା ଅନୁସାରେ, ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିୱାଲଙ୍କ ସମେତ ଅନେକ ନେତା ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ କିଛି ନେତାଙ୍କୁ ଉଠାଇ ନେଇ ଅଟକ ରଖିଥିବା ମଧ୍ୟ ସୂଚନା ମିଳିଛି ।

  • भाजपा कार्यकर्ताओं पर पटना में हुआ लाठीचार्ज राज्य सरकार की विफलता और बौखलाहट का नतीजा है। महागठबंधन की सरकार भ्रष्टाचार के क़िले को बचाने के लिए लोकतंत्र पर हमला कर रही है।जिस व्यक्ति पर चार्जशीट हुई है, उसको बचाने के लिए बिहार के मुख्यमंत्री अपनी नैतिकता तक भूल गये हैं।

    — Jagat Prakash Nadda (@JPNadda) July 13, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-Haryana: ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ ! ଭାଇରାଲ ହେଉଛି ଭିଡିଓ

ଆଜି ରୋଜଗାର ଏବଂ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭା ଘେରାଉ କରିବା ପାଇଁ ବାହାରିଥିଲା ବିରୋଧୀ ଭାରତୀୟ ଜନତା ପାର୍ଟି । ହଜାର ହଜାର କାର୍ଯ୍ୟକର୍ତ୍ତା ଓ କର୍ମୀ ରାଜଧାନୀ ପାଟନାରେ ଏକାଠି ହୋଇଥିଲେ । ଦଳର ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ବିଜେପିର ଏହି ପ୍ରତିବାଦ ଶୋଭଯାତ୍ରା ଗାନ୍ଧୀ ମୈଦାନରୁ ଆରମ୍ଭ ହୋଇ ବିଦର୍ଭ ମାର୍ଗ ଅଭିମୁଖେ ବାହାରିଥିଲା । ଡାକବଙ୍ଗଳା ସ୍କୋୟାରରେ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ବିଜେପି ଶୋଭାଯାତ୍ରାକୁ ବାଧା ଦେଇଥିଲା ।

  • #WATCH | Bihar | “It is so unfortunate that one of our party workers died due to a lathi charge by the police. He died on the way to the hospital. We will lodge murder charges against the police. Nitish Kumar is responsible for all this”: Sushil Modi, Former Deputy CM of Bihar &… pic.twitter.com/HVGmquoWJ4

    — ANI (@ANI) July 13, 2023 " class="align-text-top noRightClick twitterSection" data=" ">

ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ବଳ ପ୍ରୟୋଗ କରିବା ସହ ଲାଠିଚାର୍ଡ କରିଥିଲା । ଏଥିରେ ଏକାଧିକ ନେତା ଓ କର୍ମୀ ଆହତ ହୋଇଛନ୍ତି । ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିୱାଲ ପୋଲିସ ମାଡରେ ଆହତ ହୋଇପଡିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ସେହିପରି ବିହାର ବିଧାନ ମଣ୍ଡଳ ନେତା ବିଜୟ ସିହ୍ନା ମଧ୍ୟ ପୋଲିସ ମାଡରେ ଆହତ ହୋଇଛନ୍ତି । ନେତାଙ୍କ ସହ ଅନେକ କର୍ମୀ ମଧ୍ୟ ପୋଲିସ ମାଡରେ ଆହତ ହୋଇଥିବା ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2023, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.