ETV Bharat / bharat

ବିଜେପିର ନାହିଁ ଭାରତମାତା କି ଜୟ କହିବା ଅଧିକାର: ଉଦ୍ଧବ ଠାକରେ - ଉଦ୍ଧବ ଠାକରେ

ଦେଶ କିମ୍ବା ମହାରାଷ୍ଟ୍ର ବିଜେପିର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି କହିଛନ୍ତି ଉଦ୍ଧବ ଠାକରେ । ବିଜେପିକୁ ଭାରତ ମାତା କି ଜୟ କହିବାର ଅଧିକାର ନଥିବା କହିଛନ୍ତି ଉଦ୍ଧବ । ଅଧିକ ପଢନ୍ତୁ...

ବିଜେପିକୁ ନାହିଁ ଭାରତ ମାତା ଜୟ କହିବାର ଅଧିକାର: ଉଦ୍ଧବ ଠାକରେ

author img

By

Published : Mar 3, 2021, 7:51 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଦେଶ କିମ୍ବା ମହାରାଷ୍ଟ୍ର ବିଜେପିର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି କହିଛନ୍ତି ଉଦ୍ଧବ ।

ମହାରାଷ୍ଟ୍ର ବିଧାନସଭାରେ ଦେଇଥିବା ସମ୍ବୋଧନରେ ଠାକରେ କହିଛନ୍ତି, ବିଜେପିର ପୈତୃକ ଅଂଶ ଆରଏସଏସ ଦେଶର ସ୍ବାଧିନତା ଆନ୍ଦୋଳନରେ ଅଂଶଗ୍ରହଣ କରିନଥିଲା । କେବଳ ଏତିକି ନୁହେଁ, ବିଜେପିକୁ ଭାରତ ମାତା କି ଜୟ କହିବାର ଅଧିକାର ନଥିବା କହିଛନ୍ତି ଉଦ୍ଧବ ।

ଉଦ୍ଧବ କହିଛନ୍ତି, ଯଦି ଆପଣ ସାଧାରଣ ଲୋକଙ୍କୁ ନ୍ୟାୟ ଦେଇ ପାରୁନାହାନ୍ତି, ତେବେ ଭାରତ ମାତା କି ଜୟ କହିବାର ମଧ୍ୟ ଅଧିକାର ନାହିଁ । ସେ କହିଛନ୍ତି, ପେଟ୍ରୋଲ ଦର 100 ଛୁଇଁ ଯାଇଥିବା ବେଳେ ଗ୍ୟାସ ସିଲିଣ୍ଡର 1000 ଛୁଇଁବାକୁ ଯାଉଛି । ତେବେ କେନ୍ଦ୍ର ସରକାର ସାଇକେଲର ମୂଲ୍ୟ ବୃଦ୍ଧି କରିନଥିବା ସୌଭାଗ୍ୟର କଥା ବୋଲି କଟାକ୍ଷ କରି କହିଛନ୍ତି ଠାକରେ ।

2019 ଲୋକସଭା ନିର୍ବାଚନ ସମୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ରୁଦ୍ଧଦ୍ବାର ବୈଠକର ବିଷୟ ଉଠାଇ ଠାକରେ କହିଛନ୍ତି, ଗୋଟିଏ କୋଠରୀରେ ରଣନୀତି ଉପରେ ଆଲୋଚନା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ବାହାରେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଅମିତ ଶାହ । ଏହା କଣ ହିନ୍ଦୁତ୍ବ ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.