ETV Bharat / bharat

ବିଜେପି ରାଜ୍ୟସଭା ସାଂସଦଙ୍କୁ ହ୍ବିପ୍‌ ଜାରି - Rajya Sabha

ରାଜ୍ୟସଭାରେ ଫେବୃଆରୀ 8 ତାରିଖରୁ ଫେବୃଆରୀ 12 ତାରିଖ ଯାଏ ବିଜେପିର ସମସ୍ତ ସାଂସଦ ଉପସ୍ଥିତ ରହିବା ପାଇଁ ହ୍ବିପ୍‌ ଜାରି । ଅଧିକ ପଢନ୍ତୁ...

ବିଜେପି ରାଜ୍ୟସଭା ସାଂସଦଙ୍କୁ ହ୍ବିପ୍‌ ଜାରି
ବିଜେପି ରାଜ୍ୟସଭା ସାଂସଦଙ୍କୁ ହ୍ବିପ୍‌ ଜାରି
author img

By

Published : Feb 5, 2021, 9:43 AM IST

Updated : Feb 5, 2021, 10:44 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ସମସ୍ତ ବିଜେପି ସାଂସଦ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହ୍ବିପ୍‌ ଜାରି । ଫେବୃଆରୀ 8ରୁ ଫେବୃଆରୀ 12 ତାରିଖ ଯାଏଁ ଗୃହରେ ଉପସ୍ଥିତ ରହିବାକୁ ଜାରି ହୋଇଛି ହ୍ବିପ୍‌ ।

ରାଜ୍ୟସଭାରେ ବିଜେପିର ସଂଖ୍ୟା ଅଧିକ ନଥିବାରୁ ଦଳର ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହି ସମର୍ଥନ କରିବାକୁ କୁହାଯାଇଛି । ଏନେଇ ବିଜେପି ପକ୍ଷରୁ ଏକ ତିନି ଧାଡିଆ ହ୍ବିପ୍‌ ଜାରି କରାଯାଇଛି ।

ସୂଚନାଥାଉକି, ରାଜ୍ୟସଭାରେ ବିଜେପିର 93 ଜଣ ସାଂସଦ ଥିବାବେଳେ ଏନଡିଏର ସମୁଦାୟ 118 ଜଣ ସାଂସଦ ରହିଛନ୍ତି । ସେହିପରି ୟୁପିଏର 122 ଓ ଅନ୍ୟ ଦଳର 65 ଜଣ ସାଂସଦ ରହିଛନ୍ତି ।

ତେବେ ବିଜେପି ଫେବୃଆରୀ 8 ତାରିଖରୁ ଫେବୃଆରୀ 12 ତାରିଖ ଯାଏ ହ୍ବିପ୍‌ ଜାରି କରିଥିବାରୁ ଏହାରି ଭିତରେ ସରକାର କିଛି ବଡ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

@ANI

Last Updated : Feb 5, 2021, 10:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.