ETV Bharat / bharat

UP ByPolls Result: ସପା ଗଡରେ ଫୁଟିଲା ପଦ୍ମ, ରାମପୁର ଓ ଆଜମଗଡରେ ବାଜି ମାରିଲେ BJP ପ୍ରାର୍ଥୀ - ଉତ୍ତର ପ୍ରଦେଶ ଲୋକସଭା ବାଇପୋଲ

ଉତ୍ତର ପ୍ରଦେଶ ଉପନିର୍ବାଚନ । ବିଜେପିର ଘନଶ୍ୟାମ ଲୋଧି ରାମପୁରରୁ ଓ ଆଜମଗଡରେ ଦୀନେଶ ଲାଲ ନିରୁହା ବିଜୟୀ । ଅଧିକ ପଢନ୍ତୁ

UP lok sabha by Poll: ରାମପୁରରୁ ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ବିଜୟୀ, ଆଜମଗଡରେ ଆଗରେ ନିରୁହା

author img

By

Published : Jun 26, 2022, 4:41 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଚଳିତ ଲୋକସଭା ଉପ-ନିର୍ବାଚନରେ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ଗଡ଼ ଭାବେ ପରିଚିତ ରାମପୁରର ଆସନ ଛଡ଼ାଇ ପୂର୍ବ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ବିଜେପିର ଦୁଇ ପ୍ରାର୍ଥୀ ଘନଶ୍ୟାମ ଲୋଧି ଓ ଦୀନେଶ ଲାଲ ନିରୁହା ବିଜୟୀ ହୋଇଛନ୍ତି ।

ରାମପୁର ଆସନରୁ ପ୍ରାୟ 42 ହଜାର ଭୋଟ ବ୍ୟବଧାନରେ ଘନଶ୍ୟାମ ଲୋଧି ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି । ସେହିପରି ଆଜମଗଡ ଉପ-ନିର୍ବାଚନରେ ​​ବିଜେପିର ଦୀନେଶ ଲାଲ ନିରୁହା ମଧ୍ୟ ନିଜ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ପ୍ରାୟ 12 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଆଜି (ରବିବାର) ରାମପୁର ଏବଂ ଆଜାମଗଡରେ ସକାଳ 8 ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ଆଜମଗଡରେ ଗଣତି ଆରମ୍ଭରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ ଆଗୁଆ ରହିଥିଲେ । ଏଥି ସହିତ ରାମପୁରର ମଧ୍ୟ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସୀମ ରାଜା ମଧ୍ୟ ଆଗରେ ଥିଲେ ।

ଏହା ପରବର୍ତ୍ତୀ ସମୟରେ ଉଭୟ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିବା ସହ ଘନଶ୍ୟାମ ଲୋଦିଙ୍କ ବିଜୟ ସ୍ପଷ୍ଟ ହୋଇସାରିଛି । ଲୋଧୀଙ୍କୁ ମୋଟ 3,52,674 ଭୋଟ ମିଳିଥିବା ଜଣାପଡିଛି । ଏକଦା ସମାଜବାଦୀ ପାର୍ଟିର ଗଡ କୁହାଯାଉଥିବା ରାମରେ ପ୍ରବେଶ କରିବାକୁ ଯାଇଛି ଭାରତୀୟ ଜନତା ପାର୍ଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.