ETV Bharat / bharat

ନାମାଙ୍କନ ପତ୍ରରେ ମମତା ଲୁଚାଇଛନ୍ତି ଅପରାଧିକ ମାମଲା ! EC ଆଗରେ BJPର ଅଭିଯୋଗ

ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ସଙ୍ଗୀନ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ନାମାଙ୍କନ ପତ୍ରରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଉଲ୍ଲେଖ କରିନଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

author img

By

Published : Sep 14, 2021, 5:33 PM IST

ନାମାଙ୍କନ ପତ୍ରରେ ମମତା ଲୁଚାଇଛନ୍ତି ଅପରାଧିକ ମାମଲା ! EC ଆଗରେ ଅଭିଯୋଗ କଲା ବିଜେପି

କୋଲକାତା: ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ଭବାନୀପୁର ସିଟ୍‌କୁ ନେଇ ସବୁଠୁ ଅଧିକ ଜୋର ଧରିଛି ଚର୍ଚ୍ଚା । କାରଣ ଏହି ଆସନରୁ ମୈଦାନକୁ ଓହ୍ଲାଇବେ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଏହା ପୂର୍ବରୁ ମମତାଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ସଙ୍ଗୀନ ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ନାମାଙ୍କନ ପତ୍ରରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଉଲ୍ଲେଖ କରିନଥିବା ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ଅଭିଯୋଗ ଦାଖଲ କରିଛି ।

ଭବାନୀପୁର ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମମତାଙ୍କ ବିରୋଧରେ ପ୍ରିୟଙ୍କା ଟିବରେୱାଲଙ୍କୁ ପ୍ରାର୍ଥୀ କରିଛି ବିଜେପି । ଭବାନୀପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଦାଖଲ ନାମାଙ୍କନପତ୍ର ଉପରେ ଆପତ୍ତି ଜାହିର କରିଛନ୍ତି ।

ଭବାନୀପୁର ସମେତ ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ୩୦ ସେପ୍ଟେମ୍ବରରେ ହେବ ମତଦାନ । ୩ ଅକ୍ଟୋବରରେ ଘୋଷଣା କରାଯିବ ଉପନିର୍ବାଚନ ଫଳାଫଳ । ଭବାନୀପୁର ଆସନକୁ ମମତା ବାନାର୍ଜୀଙ୍କ ଗଡ ଭାବରେ ବିବେଚନା କରାଯାଏ । ହେଲେ ବିଧାନସଭା ନିର୍ବାଚନରେ ଦିଦି ନନ୍ଦିଗ୍ରାମ ଆସନରୁ ଲଢିଥିଲେ । ଏଠାରେ ତାଙ୍କୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ପରେ ଭବାନୀପୁରରୁ ନିର୍ବାଚନ ଜିତିଥିବା ଟିଏମସିର ଶୋଭନଦେବ ଚଟ୍ଟୋପାଧ୍ୟାୟ ନିଜ ଆସନ ଖାଲି କରିଦେଇଥିଲେ । ଯାହାଫଳରେ ଏହି ଆସନରେ ନିର୍ବାଚନ ଆୟୋଗଙ୍କୁ ଉପନିର୍ବାଚନ ଘୋଷଣା କରିବାକୁ ପଡିଥିଲା ।

ମମତା ବାନାର୍ଜୀ ଏବେ ଭବାନୀପୁର ଆସନରୁ ଉପନିର୍ବାଚନ ଲଢିବାକୁ ଯାଉଛନ୍ତି । ରାଜ୍ୟର କୌଣସି ଆସନରୁ ସେ ବିଧାୟକ ନାହାଁନ୍ତି । ନିୟମ ଅନୁଯାୟୀ, ମମତାଙ୍କୁ ୫ ନଭେମ୍ବର ପୂର୍ବରୁ ରାଜ୍ୟର ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହେବାକୁ ପଡିବ ନଚେତ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.