ETV Bharat / bharat

‘କ୍ଷମତା ପାଇଁ ମମତାଙ୍କୁ ତାଙ୍କ ପୁତୁରା ହତ୍ୟା କରୁ ବୋଲି ଚାହେଁନି ବିଜେପି ’ - ପଶ୍ଚିମବଙ୍ଗ ରାଜନୀତି

କ୍ଷମତା ଦଖଲ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ପୁତୁରା ହତ୍ୟା କରନ୍ତୁ ବୋଲି ବିଜେପି ଚାହେଁ ନାହିଁ । ଏକଥା କହି ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ କରିଛନ୍ତି ବିଜେପି ନେତା ଅର୍ଜୁନ ସିଂ ।

ମମତା
ମମତା
author img

By

Published : Jan 4, 2021, 9:28 AM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ବନାମ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଲାଣି ଜୋରଦାର ଟକ୍କର । କ୍ଷମତା ଦଖଲ ପାଇଁ ବିଜେପି ନିଜର ରଣନୀତି ସହ ଆଗେଇ ଚାଲିଛି । ସେପଟେ ଟିଏମସି ମଧ୍ୟ ପଛରେ ପଡିନି । ଗଡ ରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ।

ଏହାରି ଭିତରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଲାଗି ରହିଛି ତୁତୁମେମେ । କ୍ଷମତା ଦଖଲ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ହତ୍ୟା କରନ୍ତୁ ବୋଲି ବିଜେପି ଚାହେଁ ନାହିଁ ବୋଲି ରବିବାର ବିଜେପି ନେତା ଅର୍ଜୁନ ସିଂ କହିଛନ୍ତି ।

ସେ କହିଛନ୍ତି,‘ ବିଜେପି ଚାହେଁନାହିଁ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଦ୍ବାରା ହତ୍ୟାର ଶିକାର ହୁଅନ୍ତୁ, କାରଣ ଏହାଦ୍ବାରା ଲୋକଙ୍କ ସହାନୁଭୂତି ପାଇ ସେ କ୍ଷମତାକୁ ଆସିବେ ।’

ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏଭଳି କହି ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ରୋଚକ କରିଛନ୍ତି ସେ । ସୂଚନାଥାଉକି, 2021 ମସିହାରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 294 ଆସନ ପାଇଁ ମତଦାନ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.