ETV Bharat / bharat

ଉଦୟପୁର ହତ୍ୟାକାଣ୍ଡ: ଅଭିୟୁକ୍ତ ସହ ବିଜେପି ନେତାଙ୍କ ଲିଙ୍କ୍ ! ଫଟୋ ଛାଡିଲା କଂଗ୍ରେସ

author img

By

Published : Jul 2, 2022, 8:59 PM IST

ଦୟପୁରେ ଦରଜୀ କହ୍ନେୟାଲାଲ ହତ୍ୟା ମାମଲାରେ ବିଜେପିର ଲିଙ୍କ ଥିବା ଅଭିଯୋଗ କଲା କଂଗ୍ରେସ । ହତ୍ୟାକାରୀ ସହ ବିଜେପି ନେତାଙ୍କ ଫଟୋ ସେୟାର କଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

ଉଦୟପୁର ହତ୍ୟାକାଣ୍ଡ: ଅଭିୟୁକ୍ତ ସହ ବିଜେପି ନେତାଙ୍କ ଲିଙ୍କ୍ ! ଫଟୋ ଛାଡିଲା କଂଗ୍ରେସ
ଉଦୟପୁର ହତ୍ୟାକାଣ୍ଡ: ଅଭିୟୁକ୍ତ ସହ ବିଜେପି ନେତାଙ୍କ ଲିଙ୍କ୍ ! ଫଟୋ ଛାଡିଲା କଂଗ୍ରେସ

ଜୟପୁର: ଉଦୟପୁର ଦରଜୀ କହ୍ନେୟାଲାଲଙ୍କୁ ଗଳକାଟି ହତ୍ୟା କରାଯିବାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି(ଶନିବାର) ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ବିଜେପିର ଲିଙ୍କ୍ ଥିବା ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କହ୍ନେୟାଲାଲଙ୍କ ହତ୍ୟାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ରିୟାଜ ଅଖତାରିର ବିଜେପି ନେତାଙ୍କ ସହ ସମ୍ପର୍କ ରହିଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ରିୟାଜ ବିଜେପିର କିଛି ନେତାଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ କଂଗ୍ରେସ ପକ୍ଷରୁ ସେୟାର କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶେଖ ବାନାର୍ଜୀ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ଫଟୋଗୁଡିକୁ ସେୟାର କରିଛନ୍ତି ।

  • NO, they don’t want UNITY.
    No, they don’t want HARMONY.
    No, they don’t want DEMOCRACY .

    THEY WANT TO DIVIDE THE NATION.

    Responsible for spewing hate, unleashing propaganda & divisive politics, @BJP4India is DIRECTLY LINKED to the GRUESOME #UdaipurHorror.

    See for yourself 👇🏻 pic.twitter.com/r7TJoqhaGC

    — Abhishek Banerjee (@abhishekaitc) July 2, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ପବନ ଖେଡା ସାମ୍ବାଦିକ ସମ୍ମିଳନୀ ଯୋଗେ କହିଛନ୍ତି, ''କହ୍ନେୟାଲାଲ ହତ୍ୟାକାରୀ ରିୟାଜ ବିଜେପିର ରାଜସ୍ଥାନ ସଂଖ୍ୟାଲଘୁ ୟୁନିଟର ସଦସ୍ୟ ଅଟନ୍ତି । ବିଜେପି ନେତା ଗୁଲାବଚନ୍ଦ୍ର କଟାରିଆ ଏବଂ ଅନ୍ୟ କିଛି ନେତାଙ୍କ ସହ ତା'ର ସମ୍ପର୍କ ରହିଛି ।'' ରିୟାଜ ଦଳର ସଂଖ୍ୟାଲଘୁ ୟୁନିଟର ଅନେକ ବୈଠକରେ ଯୋଗ ଦେଉଥିବାର ସେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

  • श्री @Pawankhera जी ने आज की प्रेस कॉन्फ्रेंस के सनसनीखेज खुलासे में #उदयपुर हॉरर आरोपी मोहम्मद रफीक के बीजेपी के गुलाब चंद कटारिया के साथ संबंध और पार्टी के कई कार्यक्रमों में उनकी भागीदारी पर सबूत साझा किए। pic.twitter.com/UPbrPLKVlH

    — TeriMonk (@teri_monk) July 2, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ କଂଗ୍ରେସ ଏଭଳି ସାଙ୍ଘାତିକ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଉଦୟପୁରର କିଛି ବିଜେପି ନେତାଙ୍କ ସହ ଅଭିଯୁକ୍ତର ଫଟୋ ସାମ୍ନାକୁ ଆସିବା ପରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସାଦିକ ଖାନ(Sadiq Khan) କହିଛନ୍ତି ଯେ, ''ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରର ବିଫଳତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସହ ବିଜେପିର କୌଣସି ଲିଙ୍କ ନାହିଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.