ETV Bharat / bharat

Birbhum Incident: ସଂସଦରେ ଗର୍ଜିଲେ BJP ସାଂସଦ, କାଲି ଘଟଣାସ୍ଥଳ ଗସ୍ତ କରିବେ ମମତା - ବୀରଭୂମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମମତା

ବୀରଭୂମି ଗଣହତ୍ୟା ଘଟଣାରେ ସଂସଦରେ ଆପତ୍ତି ଉଠାଇଲା ବିଜେପି । ତୁରନ୍ତ କେନ୍ଦ୍ରୀୟ ହସ୍ତକ୍ଷେପ ଦାବି କରି ଗୃହ ବାହାରେ ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କ ପ୍ରତିବାଦ । ଆସନ୍ତାକାଲି ଘଟଣାସ୍ଥଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମମତା । ମୋଟ 9ଜଣଙ୍କୁ କରାଯାଇଛି ହତ୍ୟା । ଅଧିକ ପଢନ୍ତୁ

Birbhum incident: ସଂସଦରେ କେନ୍ଦ୍ରର ହସ୍ତକ୍ଷେପ ଦାବି କଲେ ବିଜେପି ସାଂସଦ, କାଲି ଘଟଣାସ୍ଥଳ ଗସ୍ତ କରିବେ ମମତା

author img

By

Published : Mar 23, 2022, 7:04 PM IST

କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ମୋଟ 9ଜଣ ପ୍ରାଣ ହରାଇଥିବାବେଳେ ଏନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଆଜି ଏହି ଘଟଣାକୁ ସଂସଦରେ ମଧ୍ୟ ଉଠାଇଛନ୍ତି ବିଜେପି ସାସଂଦ । ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଚାଲିଛି । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଶାସନରେ ଥିବା ଟିଏମସି ପ୍ରାୟୋଜିତ ଭାବେ ବିରୋଧୀ ଦଳର କର୍ମୀଙ୍କ ଉପରେ ଆକ୍ରମଣ କରି ହିଂସା ସୃଷ୍ଟି କରୁଥିବା ଦର୍ଶାଇଛନ୍ତି ବିଜେପି ସାଂସଦ ଡ.ସୁକାନ୍ତ ମଜୁମଦାର । ଆଜି ସୁକାନ୍ତ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଥିବାବେଳେ ନିର୍ବାଚନ ପରେ ବିଜେପି କର୍ମୀଙ୍କୁ ଟାର୍ଗେଟ କରାଯାଉଥିବା ଦର୍ଶାଇଥିଲେ ।

Birbhum incident: ସଂସଦରେ କେନ୍ଦ୍ରର ହସ୍ତକ୍ଷେପ ଦାବି କଲେ ବିଜେପି ସାଂସଦ, କାଲି ଘଟଣାସ୍ଥଳ ଗସ୍ତ କରିବେ ମମତା

ଏପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ରାଜ୍ୟପାଳ କହିଛନ୍ତି, ଦୋଷୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ ହେଉଛି । ଏହାସହିତ ରାଜ୍ୟପାଳ ମଧ୍ୟ ଘଟଣାରେ ଟ୍ବିଟ୍ କରି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ପ୍ରସଙ୍ଗ ମଧ୍ୟ ଉଠିଛି, ପଶ୍ଚିମବଙ୍ଗ ହାଇକୋର୍ଟରେ । ହାଇକୋର୍ଟଙ୍କ ପକ୍ଷରୁ ପ୍ରତ୍ୟକ୍ଷଦର୍ଶୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଲାଣି । ଗତ କିଛି ସପ୍ତାହରେ 26 ବଜେପି କର୍ମୀଙ୍କୁ ହତ୍ୟା କରାଗଲାଣି ବୋଲି ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ବିଜେପିର ଜଣେ କାଉନସିଲରଙ୍କୁ ହତ୍ୟା କରାଯାଇଥିବା ବେଳେ ସାଂସଦ ମଧ୍ୟ ବୋମା ମାଡର ଶିକାର ହୋଇଥିବା ସେ ଦର୍ଶାଇଥିଲେ। ତେଣୁ କୌଣସି ରାଜ୍ୟରେ ରାଜନୈତିକ ଅରାଜକତା ଦେଖାଗଲେ ସାମ୍ଭିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସେ ଗୃହରେ ଦାବି କରିଥିଲେ ।

ବିଜେପି ସାଂସଦମାନେ ସଂସଦ ବାହାରେ ହାତରେ ପ୍ଲାକକାର୍ଡ ଧରି ଘଟଣାକୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ହିଂସା ବୋଲି ଦର୍ଶାଇ ଧାରଣାରେ ଦେଇଥିଲେ । କେନ୍ଦ୍ର ତୁରନ୍ତ ଏପରି ସ୍ଥଳେ ହସ୍ତକ୍ଷେପ କରୁ ବୋଲି ଦାବି ମଧ୍ୟ କରିଥିଲେ । ଗୃହରେ ତୃଣମୂଳ କଂଗ୍ରେସରୁ ଉତ୍ତର କୋଲକାତାରୁ ସାଂସଦ ଥିବା ସୁଦୀପ ବନ୍ଦୋପାଧାୟ ଘଟଣାରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ଓ ପୋଲିସ ଯୁଦ୍ଧାକଳୀନ ଭିତ୍ତିରେ ତଦନ୍ତ ଜାରି ରଖିଛି ବୋଲି କହିବା ସହ ଏଥିରେ ରାଜନୀତି ନକରିବା ପାଇଁ ମଧ୍ୟ କହିଥିଲେ ।

ଘଟଣାସ୍ଥଳ ପରିଦର୍ଶନ କରିବେ ମମତା:-

ଘଟଣାକୁୁ ନେଇ ପଶ୍ଚିମବଙ୍ଗ ସମତେ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ କାଲି ଘଟଣାସ୍ଥଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଘଟଣାକୁ ଦୁଖଃଦାୟକ ବର୍ଣ୍ଣନା କରିବା ସହ କହିଛନ୍ତି ଘଟଣାରେ ତଦନ୍ତ ଜାରି ରହିଛି, ସେ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ । ଘଟଣାରେ ଯେକୌଣସି ଦଳର କର୍ମୀଙ୍କ ସମ୍ପୃକ୍ତି ଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମମତା ଚେତାବନୀ ଦେଇଛନ୍ତି ।

କଣ ଥିଲା ଘଟଣାକ୍ରମ:-

ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ବୋଗ୍ଟୁଇ ଗ୍ରାମରେ ଜଣେ ପଞ୍ଚାୟତ ପ୍ରତିନିଧିଙ୍କ ହତ୍ୟା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପରେ ଏକାଧିକ ଘରେ ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ । ଏଥିରେ 8 ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଥିଲା । କୋଲକାତା ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ ହୋଇଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଏହାର ଶୁଣାଣି କରିବେ । ଘଟଣାର ସମସ୍ତ ସାକ୍ଷୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.