ETV Bharat / bharat

ଅର୍ଣ୍ଣବ ଗୋସ୍ବାମୀଙ୍କ ସମର୍ଥନରେ ବିଜେପି, କଂଗ୍ରେସକୁ ଟାର୍ଗେଟ - Congress President Sonia Gandhi

ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସମର୍ଥନରେ ବାହାରିଲା ବିଜେପି । କଂଗ୍ରେସକୁ କଲା ଟାର୍ଗେଟ । ଅଧିକ ପଢନ୍ତୁ...

ଅର୍ଣ୍ଣବ ଗୋସ୍ବାମୀଙ୍କ ସମର୍ଥନରେ ବିଜେପି
ଅର୍ଣ୍ଣବ ଗୋସ୍ବାମୀଙ୍କ ସମର୍ଥନରେ ବିଜେପି
author img

By

Published : Nov 4, 2020, 1:48 PM IST

ନୂଆଦିଲ୍ଲୀ: ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ବିଜେପି ତାଙ୍କ ସମର୍ଥନରେ ବାହାରିଛି । ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବିଜେପି ଟାର୍ଗେଟ କରିବା ସହ ଗଣମାଧ୍ୟମ ଏକ ସ୍ତମ୍ଭ ହୋଇଥିବାବେଳେ ଏହା ଏବେ ବିପଦରେ ବୋଲି ବିଜେପି କହିଛି ।

ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି,‘ପ୍ରତ୍ୟେକ ବ୍ୟକ୍ତି ଯିଏ ଗଣମାଧ୍ୟମର ସ୍ବତନ୍ତ୍ରତା ଓ ବାକ୍‌ ସ୍ବାଧୀନତାକୁ ବିଶ୍ବାସ କରେ ସେମାନେ ଏବେ ମହାରାଷ୍ଟ୍ର ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।’

ଏହାସହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କଥାରେ ଅରାଜି ହେଉଥିବା ଲୋକଙ୍କୁ ତାଙ୍କ ଇଙ୍ଗିତରେ ଏପରି ହଇରାଣ କରାଯାଉଛି । ଯାହା ଲଜ୍ଜାକର ବିଷୟ ବୋଲି ନଡ୍ଡା କହିଛନ୍ତି । ଅନ୍ୟପଟେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ଜରୁରୀକାଳୀନ ସ୍ଥିତି ମନେ ପକାଇଦେଉଛି ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଅର୍ଣ୍ଣବଙ୍କ ସମର୍ଥନରେ ଟ୍ବିଟ୍‌ କରିଛନ୍ତି । ଘଟଣାକୁ ନେଇ ସେ ନିନ୍ଦା କରିବା ସହ ସମସ୍ତଙ୍କୁ ଅର୍ଣ୍ଣବଙ୍କ ସମର୍ଥନରେ ବାହାରିବାକୁ ପରୋକ୍ଷରେ କହିଛନ୍ତି । ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଘଟଣାକୁ ନେଇ ନିନ୍ଦା କରିଛନ୍ତି ।

ସୂଚନାଥାଉକି, 2018 ମସିହାର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଛି । ଆଜି(ବୁଧବାର) ସକାଳେ ତାଙ୍କ ବାସଭବନ ଉପରେ ରେଡ୍‌ କରାଯିବା ସହ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.