ETV Bharat / bharat

ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଜେପି ନଡ୍ଡା - ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଜେପି ନଡ୍ଡା

ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ହିଜାବ ବିବାଦ, ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ ଇସ୍ତଫା ସହ ମୁଖ୍ୟମନ୍ତ୍ରୀ (Basavaraj Bommai) ବାସଭାରାଜ ବୋମ୍ମାଇଙ୍କ ସହ ଆସନ୍ତା ବିଧାନସଭା ନିର୍ବାଚନ ନେଇ ଦଳର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ । ଏହାସହ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ଅଧିକ ପଢନ୍ତୁ

ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଜେପି ନଡ୍ଡା :ହିଜାବ ବିବାଦ ,ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ ଇସ୍ତଫା ନେଇ ହେବ ଚର୍ଚ୍ଚା

author img

By

Published : Apr 17, 2022, 10:25 AM IST

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ହିଜାବ ବିବାଦ, ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ ଇସ୍ତଫା ସହ ମୁଖ୍ୟମନ୍ତ୍ରୀ (Basavaraj Bommai) ବାସଭରାଜ ବୋମ୍ମାଇଙ୍କ ସହ ଆସନ୍ତା ବିଧାନସଭା ନିର୍ବାଚନ ନେଇ ଦଳର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ । ଏହାସହ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ।

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳୀୟ ନେତାଙ୍କୁ ନେଇ ରଣନୀତି ପ୍ରସ୍ତୁତ କରିବେ । ଏହାସହ ରାଜ୍ୟରେ ଥିବା ଐତିହାସିକ ସ୍ଥାନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ରବିବାର ସକାଳେ ନଡ୍ଡା ନୂଆଦିଲ୍ଲୀରୁ ବାହାରି ତୋରାନାଗାଲୁ( Toranagallu)ରେ ପହଞ୍ଚିବେ । ଏହାପରେ ସେ ହୋସାପାଟେରେ ଥିବା ଶ୍ରୀ ଭାଟ୍ରାହାଲ୍ଲୀ ଅଞ୍ଜନାୟା ମନ୍ଦିର(Shri Bhatrahalli Anjaneya Temple )ରେ ଦର୍ଶନ କରିବେ ।

ରାଜ୍ୟ ବିଜେପି କାର୍ଯ୍ୟନିର୍ବାହୀ ସଭାରେ ଅଂଶଗ୍ରହଣ କରିବେ । ସେ ପ୍ରତିନିଧୀଙ୍କ ସହ ଏକ ପ୍ରଶ୍ନଉତ୍ତର ଅଧିବେଶନରେ ମଧ୍ୟ ଭାଗ ନେବେ। ତାଙ୍କ ଗସ୍ତର ଦ୍ବିତୀୟ ଦିନରେ ଜେ.ପି ନଡ୍ଡା ଏକାଧିକ ମନ୍ଦିରରେ ଯାଇ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଶ୍ରୀ ଭିରୁପକ୍ଷେଶ୍ବର ମନ୍ଦିର(Shri Virupaksheshwara Temple), ୟାଣ୍ଟ୍ରୋଧାରାକା ଅଞ୍ଜାନିଆ ମନ୍ଦିର(Yantrodharaka Anjaneya Temple) , କାଦଲେ କାଲୁ ଗଣପା( Kadale Kalu Ganapa) , ସେସୁଭେ କାଲୁ ଗଣପା(Sasuve Kalu Ganapa) , ଉଗ୍ରା(Ugra), ନରସିଂହ( Narasimha), ବାଦବୀ ଲିଙ୍ଗ (Badavi Linga) ଏବଂ ଉଗ୍ରାନା ବୀରଭଦ୍ରା ମନ୍ଦିର(Ugrana Veerabhadra Temple) ମନ୍ଦିରକୁ ଯାଇ ଦର୍ଶନ କରିବେ ନଡ୍ଡା ।

ଜେପି ନଡ୍ଡା ମଧ୍ୟ ହାମ୍ପିରେ ମାଲ୍ୟାଭାଣ୍ଟା ହିଲ(Malyavanta Hill) ମଧ୍ୟ ପରିଦର୍ଶନ କରିବେ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ରାମ ମାଲ୍ୟାଭନ୍ତ ପାର୍ବତାରେ ଅଞ୍ଜାନେୟଙ୍କୁ ଭେଟିଥିଲେ । ପଦ୍ମାସନ ସ୍ଥିତିରେ ପ୍ରଭୁ ରାମଙ୍କର ଏକମାତ୍ର ପ୍ରତିମୂର୍ତ୍ତି ମଧ୍ୟ ସେଠାରେ ରହିଛି। ବିଜେପି ମୁଖ୍ୟ ମଧ୍ୟ ପଥର ରଥ ଏବଂ ସଂଗୀତ ସ୍ତମ୍ଭ ପାଇଁ ପ୍ରସିଦ୍ଧ ବିଶ୍ବ ଐତିହ୍ୟ ସ୍ଥଳ ବିଜୟ ଭିଟାଲ ଦେବସ୍ତାନମ(Vijaya Vittal Devasthanam) ପରିଦର୍ଶନ କରିବେ । ଏହା ସେ ମଧ୍ୟ କମଲାପୁର ପ୍ରତ୍ନତାତ୍ତ୍ବିକ ସଂଗ୍ରହାଳୟ ଯିବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.