ହାଇଦ୍ରାବାଦ: ଦେଶର ସମ୍ବଳର ଆଞ୍ଚଳିକଭିତ୍ତିରେ ପ୍ରକୃତ ମାଲିକ ହେଉଛନ୍ତି ଆଦିବାସୀ (Rahul gandhi target over tribal issue) । କିନ୍ତୁ ଭାରତୀୟ ଜନତା ପାର୍ଟି ସେମାନଙ୍କୁ ବନବାସୀ ବୋଲି କହି ସେମାନଙ୍କ ପ୍ରକୃତ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରୁଛି । କେନ୍ଦ୍ର ସରକାର ଆଦିବାସୀ ବିରୋଧୀ ନୀତିରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
-
BJP ने आदिवासियों के लिए 'वनवासी' शब्द का प्रयोग किया है।
— Congress (@INCIndia) November 24, 2022 " class="align-text-top noRightClick twitterSection" data="
इसके लिए पूरे देश के आदिवासियों से हाथ जोड़कर माफ़ी मांगे BJP : श्री @RahulGandhi #CongressForAdivasis pic.twitter.com/SCqIqrSxY5
">BJP ने आदिवासियों के लिए 'वनवासी' शब्द का प्रयोग किया है।
— Congress (@INCIndia) November 24, 2022
इसके लिए पूरे देश के आदिवासियों से हाथ जोड़कर माफ़ी मांगे BJP : श्री @RahulGandhi #CongressForAdivasis pic.twitter.com/SCqIqrSxY5BJP ने आदिवासियों के लिए 'वनवासी' शब्द का प्रयोग किया है।
— Congress (@INCIndia) November 24, 2022
इसके लिए पूरे देश के आदिवासियों से हाथ जोड़कर माफ़ी मांगे BJP : श्री @RahulGandhi #CongressForAdivasis pic.twitter.com/SCqIqrSxY5
ଆଜି ଦଳର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏହି ସମ୍ପର୍କିତ ଏକ ଭିଡିଓ ପୋଷ୍ଟ କରିଛି ଦଳ । ଯାହାର ହ୍ୟାସଟ୍ୟାଗ ରହିଛି ଆଦିବାସୀଙ୍କ ପାଇଁ କଂଗ୍ରେସ (Congress For Adivasis) ରଖାଯାଇଛି । ଭିଡିଓରେ ରାହୁଲ କହିଛନ୍ତି, ବିଜେପି ଆଦିବାସୀଙ୍କୁ ବନବାସୀ କହୁଥିବା ବେଳେ କଂଗ୍ରେସ ସେମାନଙ୍କୁ ଦେଶର ସମ୍ବଳର ପ୍ରକୃତ ମାଲିକ ବୋଲି ବିବେଚନା କରେ । ବିଗତ ଦିନରେ ଆଦିବାସୀଙ୍କ ଉତ୍ଥାନ ପାଇଁ କଂଗ୍ରେସ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି (Rahul gandhi target over tribal issue) । କେନ୍ଦ୍ରରେ ମୋଦି ନେତ୍ବାଧୀନ ବିଜେପି ସରକାର ଆଦିବାସୀ ବିରୋଧୀ କାର୍ଯ୍ୟ ଜାରି ରଖିଛି ।
ସେହିପରି ମଧ୍ୟ ପ୍ରଦେଶରେ ମଧ୍ୟ ରାହୁଲ ଏକ ‘ଆଦିବାସୀ ସଭା’ ନାମରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ସେଠାରେ ମଧ୍ୟ ଆଦିବାସୀ ଅଧିକାର ଓ ସେମାନଙ୍କ ଉତ୍ଥାନ ପ୍ରସଙ୍ଗ ଉଠାଇ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଥିଲେ । ରାହୁଲ କହିଥିଲେ, କଂଗ୍ରେସ ଆଦିବାସୀଙ୍କ ପାଇଁ ଲଢିବ । ସେମାନଙ୍କ ଅଧିକାର ଫେରାଇବ । ସେମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଆଦି ପ୍ରଦାନ କରିବା ସୁନିଶ୍ଚିତ କରିବ ବୋଲି ରାହୁଲ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ