କୋଲକାତା: ଆଜି ୧୨ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ବନ୍ଦ। ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିବା ସହ ଗଡିବନି ଚକଅଖ । ତେବେ ଗତକାଲି(ରବିବାର) ପଶ୍ଚିମବଙ୍ଗ ପୌର ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ଆତଙ୍କରାଜର ଅଭିଯୋଗ ଆଣି ଏହି ପ୍ରତିବାଦ କରୁଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା BJP ବନ୍ଦ ଡାକରା ଦେଇଛି ।
-
West Bengal | BJP workers protesting on the railway track at Hooghly railway station.
— ANI (@ANI) February 28, 2022 " class="align-text-top noRightClick twitterSection" data="
The party called a 12-hour statewide bandh against alleged rigging and violence in the state's civic polls pic.twitter.com/8tXdlR7e9c
">West Bengal | BJP workers protesting on the railway track at Hooghly railway station.
— ANI (@ANI) February 28, 2022
The party called a 12-hour statewide bandh against alleged rigging and violence in the state's civic polls pic.twitter.com/8tXdlR7e9cWest Bengal | BJP workers protesting on the railway track at Hooghly railway station.
— ANI (@ANI) February 28, 2022
The party called a 12-hour statewide bandh against alleged rigging and violence in the state's civic polls pic.twitter.com/8tXdlR7e9c
ତେବେ ଅନେକ ସ୍ଥାନରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ ହେବା ସହ କେତେକ ସ୍ଥାନରେ ସରକାରୀ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ବାରାକପୋରରେ ବର୍ତ୍ତମାନ ସୁଦ୍ଧା ବନ୍ଦର ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ହୁଗୁଳି ରେଳ ଷ୍ଟେସନରେ ବିଜେପି କର୍ମୀମାନେ ଟ୍ରେନ ଅଟକାଇ ପ୍ରତିବାଦ କରୁଥିବା ସୂଚନା ରହିଛି ।
ସୂଚନାଅନୁସାରେ, ରବିବାର ପଶ୍ଚିମବଙ୍ଗର ୧୦୮ ପୌର ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା । ତେବେ ଭୋଟ ଗ୍ରହଣ ସମୟରେ ହିଂସାକାଣ୍ଡ, ବୋମମାଡ ହୋଇଥିଲା । କେତେକ ସ୍ଥାନରେ ପୋଲିସ ଗୁଳିଚାଳନା ସହ ଲୁହାବୁହା ଗ୍ୟାସର ପ୍ରୟୋଗ କରିଥିଲା । ଏହି ହିଂସା ବିରୁଦ୍ଧରେ ପ୍ରତିବାଦର ସ୍ବର ଉଠାଇବା ସହତ ଆଜି ସାରା ରାଜ୍ୟରେ ୧୨ ଘଣ୍ଟା ବାଲାଂ ବନ୍ଦ ଡାକରା ଦେଇଛି BJP ।