ଲକ୍ଷ୍ନୌ: ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ସଫଳତା ପରେ ବ୍ଲକ ପ୍ରମୁଖ ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ଦଳ । ରାଜ୍ୟରେ ମୋଟ 852 ବ୍ଲକ ପ୍ରମୁଖ ଆସନରୁ 630 ଆସନରେ ବିଜେପି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ଏପରି ଫଳାଫଳ ଆସିବା ପରେ ଗଣମାଧ୍ୟକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି , ଏହି ଫଳାଫଳ ’ସବକା ସାଥ ସବକା ବିକାଶ’ର ପ୍ରତିଫଳନ ।
ମିଳିଥିବା ସୂଚନା ଅନୁସାରେ, ଗତ ବ୍ଲକ ପ୍ରମୁଖ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ 735 ଜଣ ନିର୍ବାଚନି ମୈଦାନକୁ ଓହ୍ଲାଇଥିଲେ । ସେହିପରି 14 ଆସାନ ନିଜର ସହଯୋଗୀ ଦଳ ଅପନାଦଳ ପାଇଁ ଛାଡିଥିଲା ବିଜେପି । ଏଥିରେ ବିଜେପି ଓ ତାର ସହଯୋଗୀ ଦଳ ମୋଟ 630 ଆସନ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ବହୁଜନ ସମାଜବାଦି ପାର୍ଟୀ 70 ଆସନ ଜିତିଥିବା ସକ୍ଷମ ହୋଇଥିବା ବେଳେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ମାତ୍ର 2 ଟି ଆସନରେ ନିଜକୁ ସନ୍ତୁଷ୍ଟ ରଖିବାକୁ କଂଗ୍ରେସ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ନିର୍ଦଳୀୟ ଭାବେ ନିର୍ବାଚନି ମୌଦାନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା 95 ପ୍ରାର୍ଥୀ ବିଜୟ ଲାଭ ହୋଇଛନ୍ତି ।
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ 187 ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିରୁ 349 ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଅନ୍ୟ 476 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିଥିବା ଦେଖିବାକୁ ମିଳିଥିଲା । 476 ଆସନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଥିଲା । ନିଦ୍ବନ୍ଦରେ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ 334 ପ୍ରାର୍ଥୀ ବିଜେପିର ଥିବା ଦାବି କରଥିଲେ ଦଳ ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ