ETV Bharat / bharat

Rajya Sabha Election: ଆଉ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP

author img

By

Published : May 31, 2022, 10:51 AM IST

Updated : May 31, 2022, 12:34 PM IST

ରାଜ୍ୟସଭା ନିର୍ବାଚନ ପାଇଁ ଆଉ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି । ତାଲିକାରେ ନାହିଁ କୌଣସି ମୁସଲିମ ନେତାଙ୍କ ନାମ । ଅଧିକ ପଢନ୍ତୁ

RS polls: ଆଉ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP

ନୂଆଦିଲ୍ଲୀ: ରବିବାର ୧୮ ଜଣ ପ୍ରାର୍ଥୀଙ୍କ ପ୍ରାରମ୍ଭିକ ତାଲିକା ଘୋଷଣା କରିବା ପରେ ସୋମବାର ବିଳମ୍ବିତ ରାତିରେ ବିଜେପି ଆଉ ୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହାସହିତ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୨୨କୁ ଛୁଇଁଛି । ଏହି ନୂଆ ତାଲିକାରେ କେନ୍ଦ୍ରମନ୍ତ୍ରୀ ମୁଖତର ଅବାସ ନକଭିଙ୍କୁ(Union Minister Mukhtar Abbas Naqvi) ସାମିଲ କରାଯାଇନାହିଁ । ଆଗାମୀ ନିର୍ବାଚନ ପାଇଁ ଦଳ କୌଣସି ମୁସଲିମ ନେତାଙ୍କୁ(No Muslim in list) ପ୍ରାର୍ଥୀ କରିନାହିଁ । ସଦ୍ୟ ପ୍ରକାଶିତ ତାଲିକାରେ ବିଜେପିର ଓବିସି ୱିଙ୍ଗ ମୁଖ୍ୟ କେ. ଲକ୍ଷ୍ମଣଙ୍କୁ ଉତ୍ତରପ୍ରଦେଶରୁ, ମଧ୍ୟପ୍ରଦେଶରୁ ସୁମିତ୍ରା ବାଲ୍ମୀକି, କର୍ଣ୍ଣାଟକରୁ ଲାଲ ସିଂ ସିରୋୟା ଏବଂ ଉତ୍ତରପ୍ରଦେଶରୁ ମିଥିଳେଶ କୁମାରଙ୍କୁ ଚୟନ କରାଯାଇଛି ।

ଗୈରିକ ଦଳ ବିଜେପି ଦ୍ବାରା ଏଯାବତ୍‌ ଘୋଷଣା କରାଯାଇଥିବା ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ବିଜେପି ରଣନୀତି ପ୍ରସ୍ତୁତ କରି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରୁଛି । ତାଲିକାରେ ବରିଷ୍ଠ ନେତା ବିନୟ ସାହସ୍ରାବୁଦ୍ଧେ, ପ୍ରକାଶ ଜାଭଦେକର ଏବଂ ଓପି ମାଥୁରଙ୍କ ସମେତ ବହୁ ବିଶିଷ୍ଟ ବିଜେପି ନେତାମାନେ ସ୍ଥାନ ପାଇ ନାହାଁନ୍ତି । ତେବେ ଚୟନ ପ୍ରକ୍ରିୟା ଯେ କେବଳ ଲୋକପ୍ରିୟ ଚେହେରାକୁ ନେବ ତାହା ଉପରେ ଦଳ ଫୋକସ କରିନାହିଁ ।

ସୂଚନା ଥାଉ କି, ଆସନ୍ତା ମାସ ତଥା ଜୁନରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରୁଥିବା ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବା ନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ତେବେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ୫୭ ଆସନ ମଧ୍ୟରୁ ଉତ୍ତରପ୍ରଦେଶରୁ ୧୧ ସାଂସଦ, ମହାରାଷ୍ଟ୍ର ଓ ତାମିଲନାଡୁରୁ ୬ ଜଣ ସାଂସଦ, ବିହାରରୁ ୫, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନରୁ ୪ ଜଣ ସାଂସଦ ରହିଛନ୍ତି ।

Last Updated : May 31, 2022, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.