ETV Bharat / bharat

UP Election 2022: ଉତ୍ତରପ୍ରଦେଶରେ ମିଳିତ ଭାବେ ଲଢିବ NDA

author img

By

Published : Jan 19, 2022, 9:54 PM IST

ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ନିର୍ବାଚନ ରଣାଙ୍ଗନରେ ବିଜେପି ନିଜର ସହଯୋଗୀ ଦଳଙ୍କ ସହିତ ମିଳିତ ଭାବରେ ଲଢିବ ବୋଲି ଘୋଷଣା କରିଛି । ଦୁଇ ସହଯୋଗୀ ଆପନା ଦଳ ଓ ନିଷାଦ ପାର୍ଟି ସହିତ ମିଳିତ ଭାବରେ ବିଧାନସଭା ଲଢିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ

UP Election 2022: ଉତ୍ତରପ୍ରଦେଶରେ ମିଳିତ ଭାବେ ଲଢିବ NDA
UP Election 2022: ଉତ୍ତରପ୍ରଦେଶରେ ମିଳିତ ଭାବେ ଲଢିବ NDA

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ଏନଡିଏ ମିଳିତ ଭାବରେ ଲଢିବ ନିର୍ବାଚନ । ଆଗାମୀ ବିଧାନସଭା ନିର୍ବାଚନ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ନିର୍ବାଚନ ରଣାଙ୍ଗନରେ ବିଜେପି ନିଜର ସହଯୋଗୀ ଦଳଙ୍କ ସହିତ ମିଳିତ ଭାବରେ ଲଢିବ ବୋଲି ଘୋଷଣା କରିଛି । ଦୁଇ ସହଯୋଗୀ ଆପନା ଦଳ ଓ ନିଷାଦ ପାର୍ଟି ସହିତ ମିଳିତ ଭାବରେ ବିଧାନସଭା ଲଢିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଆଜି ଏନେଇ ବିଜେପି ବୈଠକରେ ସାମିଲ ହୋଇଛନ୍ତି ଦୁଇ ସହଯୋଗୀ ଦଳ।

ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ଆଜି ଏନଡିଏର ବୈଠକ ବସିଛି। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ସହଯୋଗୀ ଆପନା ଦଳ ଓ ନିଷାଦ ପାର୍ଟୀକୁ ନେଇ ବିଜେପି ବୈଠକ କରିଛି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଆପନା ଦଳରୁ ଅନୁପ୍ରିୟା ପଟେଲ, ନିଷାଦ ପାର୍ଟିୀର ସଞ୍ଜୟ ନିଷାଦ , ଉତ୍ତରପ୍ରଦେଶ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ , ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ତ୍ରିବେଦୀ ପ୍ରମୁଖ ସାମିଲ ହୋଇଥିଲେ। ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନରେ ଏକତ୍ର ହୋଇ ଲଢିବା ପାଇଁ ଏକମତ ହୋଇଛନ୍ତି। ତେବେ ବୈଠକ ପୂର୍ବରୁ ଉତ୍ତରପ୍ରଦେଶରେ ଏନଡିଏର ଆସନ ଭାଗ ବଣ୍ଟା ବୁଝାମଣା ହୋଇଥିବା ଜଣାପଡିଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ଏନଡିଏ ତାର ସହଯୋଗୀଙ୍କ ସହିତ ମିଳିତ ଭାବରେ ନିର୍ବାଚନ ଲଢିବ। ୩୦୦ ରୁ ଅଧିକ ଆସନରେ ବିଜେପି ବିଜୟ ହାସଲ କରିବ ଏବଂ ସରକାର ଗଠନ କରିବ ବୋଲି ନଡ୍ଡା କହିଛନ୍ତି। ସେହିପରି ଆପନା ଦଳର ଅନୁପ୍ରିୟା ପଟେଲ କହିଛନ୍ତି ଯେ ଉତ୍ତରପ୍ରଦେଶରେ ବିକାଶ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଆଗେଇ ନେବା ପାଇଁ ଚେଷ୍ଟା ଜାରି ରହିବ। ସେହିପରି ଅନ୍ୟତମ ସହଯୋଗୀ ନିଷାଦ ପାର୍ଟୀର ସଞ୍ଜୟ ନିଷାଦ କହିଛନ୍ତି ଯେ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନରେ ଏନଡିଏ ଏକତ୍ର ଭାବେ ଲଢିବ। ଏଠାରେ ସିଟ ପାଇଁ ଲଢେଇ ନାହିଁ ବିକାଶ ପାଇଁ ଲଢେଇ ହେବ ବୋଲି ନିଷାଦ ପାର୍ଟୀ କହିଛି।

ଉତ୍ତରପ୍ରଦେଶରେ ୪୦୩ ଆସନରେ ଆସନ୍ତା ଫେବୃୟାରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀରୁ ସାତୋଟି ପର୍ଯ୍ୟାୟରେ ୧୦,୧୪,୨୦, ୨୩,୨୭,୩,୭ ରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ସହ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ଗଣତି ହେବ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.