ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଦେହାନ୍ତ ଓ ମା’ଙ୍କ ଅନ୍ତିମ ସଂସ୍କାର ପରେ ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ଆରୋପ, ପ୍ରତ୍ୟାରୋପ । ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରି ବିବାଦୀୟ ଟ୍ବିଟ କରିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ପ୍ରବକ୍ତା ଆଇପି ସିଂ (Samajwadi Party National Spokesperson IP Singh)। ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ମନ୍ତବ୍ୟକୁ ନିନ୍ଦା କରିବା ସହ ଏପରି ଟ୍ବିଟ କରି ସମାଜବାଦୀ ପାର୍ଟି ନେତା ହୀନ ମାନସିକତାର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଜେପି କହିଛି ।
-
एक वो हिंदू बेटा जिसने सभी हिंदू संस्कारों का मान रखते हुए तेरहवीं तक सब कुछ त्याग पिता की आत्मा को शांति हेतु पाठ किया।
— I.P. Singh (@IPSinghSp) December 30, 2022 " class="align-text-top noRightClick twitterSection" data="
एक वो बेटा जो हिंदू संस्कारों को नकारते हुए सूतक में शुभ कार्य प्रतिबंधित होने के बावजूद माँ के निधन के उपरांत सरकारी कार्यक्रम में शामिल हुआ।
हिंदू कौन हुआ? pic.twitter.com/usSAFDoRXW
">एक वो हिंदू बेटा जिसने सभी हिंदू संस्कारों का मान रखते हुए तेरहवीं तक सब कुछ त्याग पिता की आत्मा को शांति हेतु पाठ किया।
— I.P. Singh (@IPSinghSp) December 30, 2022
एक वो बेटा जो हिंदू संस्कारों को नकारते हुए सूतक में शुभ कार्य प्रतिबंधित होने के बावजूद माँ के निधन के उपरांत सरकारी कार्यक्रम में शामिल हुआ।
हिंदू कौन हुआ? pic.twitter.com/usSAFDoRXWएक वो हिंदू बेटा जिसने सभी हिंदू संस्कारों का मान रखते हुए तेरहवीं तक सब कुछ त्याग पिता की आत्मा को शांति हेतु पाठ किया।
— I.P. Singh (@IPSinghSp) December 30, 2022
एक वो बेटा जो हिंदू संस्कारों को नकारते हुए सूतक में शुभ कार्य प्रतिबंधित होने के बावजूद माँ के निधन के उपरांत सरकारी कार्यक्रम में शामिल हुआ।
हिंदू कौन हुआ? pic.twitter.com/usSAFDoRXW
ଏସପି ମୁଖପାତ୍ର ଆଇପି ସିଂ (Samajwadi Party National Spokesperson IP Singh) ଟ୍ବିଟରେ, ଅଖିଳେଶ ଯାଦବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୂଳନା କରି ସାମାଲୋଚନା କରିଛନ୍ତି । ନିକଟରେ ଅଖିଳେଶଙ୍କ ପିତା ତଥା ସପା ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଥିଲା । ହିନ୍ଦୁ ଧର୍ମର ସମସ୍ତ ନିୟମ ପାଳନ କରି ପିତାଙ୍କ ମୃତ୍ୟୁର 13ଦିନ ପର୍ଯ୍ୟନ୍ତ ଅଖିଳେଶ ସମସ୍ତ କାର୍ଯ୍ୟ ତ୍ୟାଗ କରି ଅନ୍ତ୍ୟେଷ୍ଟି ଓ ପରବର୍ତ୍ତୀ କାର୍ଯ୍ୟକ୍ରମରେ ନିଜକୁ ସୀମିତ ରହିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ହିନ୍ଦୁ ଧର୍ମର ସମସ୍ତ ନିୟମକୁ ଭାଙ୍ଗି ଅନ୍ତିମ ସଂସ୍କାର ପରେ ଶୁଭ କାର୍ଯ୍ୟରେ ସାମିଲ ହୋଇଥିଲେ । ତେବେ ହିନ୍ଦୁ କି’ଏ ବୋଲି ଟ୍ବିଟରେ ପ୍ରଶ୍ନ କରିଥିଲେ ଆଇପି ସିଂ ।
ଯାହାକୁ ନେଇ ବିବାଦ ଦେଖାଯିବା ଆରମ୍ଭ ହୋଇଛି । ଏପରି ସମୟରେ ସମବେଦନା ଜଣାଇବା ପରିବର୍ତ୍ତେ ଏପରି କଟାକ୍ଷପୂର୍ଣ୍ଣ ଟ୍ବିଟକୁ ବିଜେପି ନିନ୍ଦା କରିବା ସହ ହୀନ ମାନସିକତାର ପରିଚୟ ବୋଲି କହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ମାତୃ ବିୟୋଗରେ ସମବେଦନା ଜଣାଇଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ତେବେ ଦଳର ଅନ୍ୟଜଣେ ନେତାଙ୍କ ଏପରି କଟାକ୍ଷପୂର୍ଣ୍ଣ ଟ୍ବିଟ ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ଆଇପି ସିଂ ମଧ୍ୟ ପୂର୍ବରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ରହିଥିଲେ । ବର୍ତ୍ତମାନ ସେ ଭାରତୀୟ ଜନତା ପାର୍ଟି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେ ସମାଜବାଦୀ ପାର୍ଟିରେ ଯୋଗଦେବା ପରଠାରୁ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଆସୁଥିବା ଦେଖିବାକୁ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ