ETV Bharat / bharat

ସ୍ବାଧୀନତା ସଂଗ୍ରାମୀଙ୍କ ସନ୍ତାନଙ୍କୁ ବୈଷୟିକ ଶିକ୍ଷାରେ ସଂରକ୍ଷଣ ଦାବି କଲେ ଭର୍ତ୍ତୃହରି

author img

By

Published : Mar 16, 2021, 7:54 AM IST

ବୈଷୟିକ ଶିକ୍ଷାରେ ସ୍ବାଧୀନତା ସଂଗ୍ରାମୀଙ୍କ ସନ୍ତାନଙ୍କୁ ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିଛନ୍ତି ଭର୍ତ୍ତୃହରି । କେବଳ ଏତିକି ନୁହେଁ, ସ୍ବାଧିନତା ସଂଗ୍ରାମୀଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ସୁବିଧା ଯୋଗାଇ ଦେବାକୁ କହିଛନ୍ତି ବିଜେଡି ସାଂସଦ । ଅଧିକ ପଢନ୍ତୁ...

ସ୍ବାଧିନତା ସଂଗ୍ରାମୀଙ୍କ ସନ୍ତାନଙ୍କୁ ବୈଷୟିକ ଶିକ୍ଷାରେ ସଂରକ୍ଷଣ ଦାବି କଲେ ଭର୍ତ୍ତୁହରୀ

ନୂଆଦିଲ୍ଲୀ: ସ୍ବାଧୀନତା ସଂଗ୍ରାମୀଙ୍କ ସନ୍ତାନଙ୍କ ପାଇଁ ବଡ ଦାବି କରିଛନ୍ତି ବିଜୁ ଜନତା ଦଳର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ବୈଷୟିକ ଶିକ୍ଷାରେ ସ୍ବାଧିନତା ସଂଗ୍ରାମୀଙ୍କ ସନ୍ତାନଙ୍କୁ ସଂରକ୍ଷଣ ଦେବାକୁ ସଂସଦରେ ଦାବି କରିଛନ୍ତି ଭର୍ତ୍ତୁହରି । କେବଳ ଏତିକି ନୁହେଁ, ସ୍ବାଧିନତା ସଂଗ୍ରାମୀଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ସୁବିଧା ଯୋଗାଇ ଦେବାକୁ କହିଛନ୍ତି ବିଜେଡି ସାଂସଦ ।

ଲୋକସଭାର ଶୂନ୍ୟକାଳରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପାଳନ ପାଇଁ ଆରମ୍ଭ ହୋଇଥିବା ବର୍ଷତମାମ ଉତ୍ସବ ବିଷୟରେ କହିଛନ୍ତି ମହତାବ । ସେ କହିଛନ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ପିଲାମାନଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯିବା ଉଚିତ ଏବଂ ସିଜିଏଚଏସ ସୁବିଧା ସେମାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବାର ଆବଶ୍ୟକ ରହିଛି ।

ସ୍ବାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀମାନେ ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ । ସେମାନଙ୍କର ଏବଂ ସେମାନଙ୍କ ପରିବାରର ଯତ୍ନ ନେବା ଆମମାନଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଭର୍ତ୍ତୃହରି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.