ETV Bharat / bharat

ସଂସଦରେ ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

ସଂସଦରେ ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି । କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି କଲା ପ୍ରଶ୍ନ ଦଳ। ଅଧିକ ପଢନ୍ତୁ...

author img

By

Published : Feb 11, 2021, 1:25 PM IST

ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ
ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ବର: ସଂସଦରେ ମହିଳାଙ୍କ ସଂରକ୍ଷଣ ଦେବାର ସ୍ବରକୁ ଅଧିକ ଶାଣିତ କରିଛି ବିଜେଡି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିବାବେଳେ ଦଳୀୟ ସାଂସଦ ମାନେ ମଧ୍ୟ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରି ମହିଳାଙ୍କ ହକ୍‌ ପାଇଁ ଲଢେଇ ଜାରି ରଖିଛନ୍ତି ।

ସଂସଦରେ ମହିଳାଙ୍କ ସଂରକ୍ଷଣ ଉପରେ ଆଜି(ଗୁରୁବାର) ରାଜ୍ୟସଭାରେ କିଛି ପ୍ରଶ୍ନ ପଚାରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସରକାରଙ୍କ ଏଦିଗରେ କିଛି ପ୍ରସ୍ତାବ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଯଦି ନାହିଁ କାରଣ ଦର୍ଶାଇବାକୁ ମଧ୍ୟ ସାଂସଦ କହିଛନ୍ତି ।

ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ
ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ

ଏହା ସହ ଭାରତୀୟ ରାଜନୀତିରେ ମହିଳାମାନଙ୍କ ପ୍ରବେଶ ଏବଂ ଅଂଶଗ୍ରହଣ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ସେ ପଚାରିଛନ୍ତି । ତେବେ ଏହାର ଉତ୍ତର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦେଇଛନ୍ତି । ଲିଙ୍ଗଗତ ନ୍ୟାୟ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଏହି ପ୍ରସଙ୍ଗରେ ସମ୍ବିଧାନରେ ସଂଶୋଧନ କରିବା ପାଇଁ ବିଲ ଆଣିବା ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ(ବ୍ୟୁରୋ ଚିଫ୍‌), ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.