ETV Bharat / bharat

Bird hit in GO First flight: ଗୋ-ଫାଷ୍ଟ ବିମାନରେ ବାର୍ଡ ହିଟ, ଅହମ୍ମଦାବାଦରେ ଜରୁରୀ ଅବତରଣ

ବାର୍ଡ ହିଟ ପରେ ଅହମ୍ମଦାହାଦରେ ଜରୁରୀ ଅବତରଣ କଲା ଗୋ-ଫାଷ୍ଟ ବିମାନ । ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଭରିଥିଲା ଉଡାଣ । ସମସ୍ତ ଯାତ୍ରୀ ସୁରକ୍ଷିତ,ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Bird hit in GO First flight: ଗୋ-ଫାଷ୍ଟ ବିମାନରେ ବାର୍ଡହିଟ, ଅହମ୍ମଦାବାଦରେ ଜରୁରୀ ଅବତରଣ

author img

By

Published : Aug 4, 2022, 9:18 PM IST

ଗାନ୍ଧୀନଗର: ଅହମ୍ମଦାବାଦରୁ ଚଣ୍ଡିଗଡ ଅଭିମୁଖେ ଉଡାଣ ଭରିବାର ମାତ୍ର କିଛି ମିନିଟ ପରେ ବାର୍ଡ ହିଟର ଶିକାର ହୋଇଛି ଗୋ-ଫାଷ୍ଟ ଏୟାର ଲାଇନ୍ସର ଏକ ବିମାନ । ଫଳରେ ବିମାନକୁ ଅହମ୍ମଦାବାଦକୁ ଫେରାଇ ଅଣାଯାଇ ଜରୁରୀ ଅବତରଣ କରାଇବାକୁ ପଡିଛି । ସମସ୍ତ ଯାତ୍ରୀ ଓ ବିମାନ କମ୍ପାନୀ ସଦସ୍ୟ ସୁରକ୍ଷିତ ଅଛନ୍ତି । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

DGCA ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅହମ୍ମଦାବାଦରୁ ଗଣ୍ଡିଗଡ ଅଭିମୁଖେ ଉଡାଣ ଭରିଥିବା ଗୋ-ଫାଷ୍ଟର G-8911 ବିମାନ ଟେକ-ଅଫର ମାତ୍ର କିଛି ସମୟ ପରେ ବାର୍ଡ ହିଟର ଶିକାର ହୋଇଥିଲା । ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)କୁ ସୂଚନା ମିଳିବା ପରେ ବିମାନକୁ ପନଶ୍ଚ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରି ଆସିବାକୁ ନିର୍ଦ୍ଦେଶ ମିଳିଥିଲା । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । ବିମାନ କ୍ର୍ୟୁ ସଦସ୍ୟଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ମଧ୍ୟ ରହିଛନ୍ତି । ବିମାନଟି ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଜୁନ 20 ତାରିଖରେ ସ୍ପାଇସଜେଟର ଏକ ବିମାନ 185 ଯାତ୍ରୀଙ୍କୁ ନେଇ ପାଟନାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବାର୍ଡ ହିଟର ଶିକାର ହୋଇ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ସେହିପରି ଉକ୍ତ ଦିନ ଗୌହାଟୀରୁ ଦିଲ୍ଲୀ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ମଧ୍ୟ ସମାନ ସମସ୍ୟା ପାଇଁ ଗୌହାଟୀ ଫେରିଥିଲା । ଗତ କିଛି ମାସ ମଧ୍ୟରେ ଏକାଧିକ ଏୟାର ଲାଇନ୍ସର ବିମାନ ଜରୁରୀ ଅବତରଣ କରିଛନ୍ତି । କିଛି କ୍ଷେତ୍ରରେ ବାର୍ଡ ହିଟ କାରଣ ହୋଇଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଥିବା ସୂଚନା ରହିଛି । ସମସ୍ତ ଘଟଣାରେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.