ETV Bharat / bharat

Birbhum Massacre: ଆଉ ଜଣେ ଆହତ ମହିଳାଙ୍କ ମୃତ୍ୟୁ, 10ରେ ପହଞ୍ଚିଲା ସଂଖ୍ୟା - ପଶ୍ଚିମବଙ୍ଗ ଗଣହତ୍ୟା ମାମଲା

ବୀରଭୂମ ହିଂସାକାଣ୍ଡ ଘଟଣାରେ ଆଉ ଜଣେ ଆହତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୋଟ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି । ମାର୍ଚ୍ଚ 20 ତାରିଖରେ ହୋଇଥିଲା ହିଂସାକାଣ୍ଡ । ଅଧିକ ପଢନ୍ତୁ

Birbhum massacre: ଆଉ ଜଣେ ଆହତ ମହିଳାଙ୍କ ମୃତ୍ୟୁ, 10 ରେ ପହଞ୍ଚିଲା ସଂଖ୍ୟା

author img

By

Published : May 1, 2022, 8:36 PM IST

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡ ଘଟଣାରେ ଆଉ ଜଣେ ଆହତ ମହିଳାଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ପୀଡିତା ଆଜି (ରବିବାର) ହସ୍ପିଟାଲରେ ଆଖି ବୁଜିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି ।

ଅଗ୍ନିକାଣ୍ଡରେ ମହିଳାଙ୍କ ଶରୀରର 27 ପ୍ରତିଶତ ପୋଡି ଯାଇଥିବା ପ୍ରାଥମିକ ଭାବେ ମେଡିକାଲ ରିପୋର୍ଟରେ ଦର୍ଶାଯାଇଥିଲା । ସେ କିଛି ଦିନ ଚିକିତ୍ସାଧୀନ ରହିବା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ଯୋଗୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୁଣି ତାଙ୍କର ସମସ୍ୟା ଦେଖାଯିବାରୁ ତାଙ୍କୁ ଦ୍ବିତୀୟ ଥର ପାଇଁ ରାମପୁରହାଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିବାବେଳେ ଆଜି (ରବିବାର) ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

20 ମାର୍ଚ୍ଚରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ 10 ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଦିନ 8ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇବା ସହ ପରବର୍ତ୍ତୀ ସମୟରେ ଆଉ ଦୁଇ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଜଣେ ସ୍ଥାନୀୟ ଟିଏମସି ନେତାଙ୍କ ହତ୍ୟା ପରେ ଏହି ହିଂସା ଦେଖିବାକୁ ମିଳିଥିଲା ।

ରାତିରେ ଏକାଧିକ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଫଳରେ ଶୋଇଥିବା ଅବସ୍ଥାରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଶିଶୁଙ୍କ ସମେତ ମୋଟ 8ଜଣ । ପ୍ରଥମେ ଏହି ଘଟଣାର ତଦନ୍ତ ରାଜ୍ୟ ପୋଲିସ ଆରମ୍ଭ କରିଥିବା ବେଳେ କୋଲକାତା ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତଭାର CBI କୁ ହସ୍ତାନ୍ତର କରାଯାଇଥିଲା । ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ସହ ଏବେ ମଧ୍ୟ ତଦନ୍ତ ଜାରି ରହିଛି ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.