ETV Bharat / bharat

IAF Helicopter Crashed: 13 ମୃତ, DNA ଟେଷ୍ଟ ପରେ ସ୍ପଷ୍ଟ ହେବ ପରିଚୟ

author img

By

Published : Dec 8, 2021, 3:41 PM IST

Updated : Dec 8, 2021, 7:05 PM IST

Bipin Rawat Helicopter Crash Live Updates

18:11 December 08

ବିପିନ ରାୱତ ମୃତ

ହେଲିକପ୍ଟର କ୍ରାସ୍‌ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ, ଟ୍ୱିଟ୍ କରି ସୂଚନା ଦେଲା ଭାରତୀୟ ବାୟୁ ସେନା ।

17:45 December 08

ୱିଙ୍ଗ କମାଣ୍ଡର ପୃଥ୍ବିଂ ସିଂ ଚୌହାନ ଚଲାଉଥିଲେ ହେଲିକପ୍ଟର

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଘଟଣା । ୱିଙ୍ଗ କମାଣ୍ଡର ପୃଥ୍ବିଂ ସିଂ ଚୌହାନ ଚଲାଉଥିଲେ AF Mi-17V5 ହେଲିକପ୍ଟର । ୧୪ ଜଣଙ୍କୁ ନେଇ ଉଡାଣ ଭରିଥିଲା AF Mi-17V5 ହେଲିକପ୍ଟର । ଯାହା ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

17:30 December 08

ସଂନ୍ଧ୍ୟା ୬.୩୦ରେ ବସିବ CCS ବୈଠକ

ତାମିଲନାଡୁ ହେଲିକପ୍ଟର କ୍ରାସକୁ ନେଇ ପ୍ରଧାନମନ୍ତ୍ରୀ ବାସଭବନରେ କ୍ୟାବିନେଟ କମିଟି ବୈଠକ (Cabinet Committee on Security)ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ରହିବେ । ସନ୍ଧ୍ୟା ୬.୩୦ରେ ବୈଠକ ବସିବାକୁ ଯାଉଛି ।

17:08 December 08

ବିପିନ ରାୱତଙ୍କ ଅବସ୍ଥା ସଙ୍କଟାପନ୍ନ

ମିଳିଥିବା ତାଜା ସୂଚନା ମୁତାବକ ସିଡିଏସ ବିପିନ ରାୱତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ଥାନୀୟ ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଛି ।

16:56 December 08

AF Mi-17V5 ହେଲିକପ୍ଟର ଦୁର୍ଘଟଣାରେ ୧୩ ମୃତ

AF Mi-17V5 ହେଲିକପ୍ଟର ଦୁର୍ଘଟଣାରେ ୧୩ ମୃତ । ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । DNA ଟେଷ୍ଟ ପରେ ମୃତକଙ୍କ ପରିଚୟ ସ୍ପଷ୍ଟ କରାଯିବ ।

16:45 December 08

ଉଦ୍ଧାରକାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ

  • I am deeply shocked & disheartened on hearing the army chopper with CDS General Bipin Rawat and 13 others has met with an accident near Coonoor.

    I've instructed the local administration to provide all the help needed in rescue operations even as I'm rushing to the spot.

    — M.K.Stalin (@mkstalin) December 8, 2021 " class="align-text-top noRightClick twitterSection" data=" ">

ଘଟଣାସ୍ଥଳରେ ଆଉ କିଛି ସମୟ ପରେ ପହଞ୍ଚିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏହାସହ ସ୍ଥାନୀୟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଷ୍ଟାଲିନ ।

16:30 December 08

ଆସନ୍ତାକାଲି ସଂସଦରେ ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗ । ଆସନ୍ତାକାଲି ସଂସଦରେ ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ । ଆଜି( ବୁଧବାର) ସଂସଦରେ ରାଜନାଥ ସିଂ ବିବୃତ୍ତି ଦେବେ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସଂସଦରେ ହେଲିକପ୍ଟର କ୍ରାସ ଘଟଣା ସମ୍ପର୍କରେ ବିବୃତ୍ତି ରଖିବେ ।

16:29 December 08

ସିଡିଏସ ବିପିନ ରାୱତଙ୍କ ଘରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ

ସିଡିଏସ ବିପିନ ରାୱତଙ୍କ ଘରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । ରାୱତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

15:43 December 08

ଚାଲିଛି ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ

ଏହି ଦୁଃଖଦ ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଅବଗତ କରାଇଛନ୍ତି । ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ MK ଷ୍ଟାଲିନ ସଂନ୍ଧ୍ୟା ସୁଦ୍ଧା କୋଏମ୍ବାଟୁର ପହଞ୍ଚି ସେଠାରୁ କୁନ୍ନୁର ଯିବାର ସୂଚନା ରହିଛି ।

15:21 December 08

Bipin Rawat Helicopter Crash Live Updates: CDSଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ତାମିଲନାଡୁ କୁନ୍ନୁର ନିକଟରେ ବଡଧରଣର ଅଘଟଣ । CDS ବିପିନ ରାୱତଙ୍କୁ ନେଇ ଯାଉଥିବା IAF Mi-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବିପିନ ରାୱତଙ୍କ ପତ୍ନୀଙ୍କ ସମେତ ୧୪ ଜଣ ରହିଥିଲେ । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବିପିନ ରାୱତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ନଜର ପକାନ୍ତୁ ହେଲିକପ୍ଟରରେ କିଏ କିଏ ଯାତ୍ରା କରୁଥିଲେ:

ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ ଲିଡର, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ,ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା

Last Updated : Dec 8, 2021, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.