ETV Bharat / bharat

ଓଡିଆ IFS ବିନୟ ଶ୍ରୀକାନ୍ତ ପ୍ରଧାନ ହେବେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ

ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ । ଅଧିକ ପଢନ୍ତୁ:

author img

By

Published : Jul 21, 2021, 8:05 AM IST

Binaya Srikanta Pradhan
Binaya Srikanta Pradhan

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ପାଇଲେ ଓଡିଆ ପୁଅ ତଥା ଭାରତୀୟ ବୈଦେଶିକ ସେବା ୨୦୦୨ ବ୍ୟାଚ (ଆଇଏଫଏସ) ଅଧିକାରୀ ବିନୟ ଶ୍ରୀକାନ୍ତ ପ୍ରଧାନ ।

ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ବର୍ଷ ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିନୟ ଶ୍ରୀକାନ୍ତ ଋଷରେ ଭାରତୀୟ ଦୂତାବାସର ଅବସ୍ଥାପିତ ଅଛନ୍ତି । ବୈଦେଶିକ ସେବା କ୍ଷେତ୍ରରେ ବେଶ ଜଣାଶୁଣା ଓ ଦକ୍ଷ ବିନୟ ଶ୍ରୀକାନ୍ତ ପୂର୍ବରୁ ପାକିସ୍ତାନ, ତୁର୍କମେନିସ୍ତାନରେ କାର୍ଯ୍ୟ କରିସାରିଛନ୍ତି । ସେହିପରି ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଆଫଗାନିସ୍ତାନ, ଇରାନରେ କାମ କରିଛନ୍ତି ।

ବିନୟ ଶ୍ରୀକାନ୍ତ ପ୍ରଧାନ ବୈଦେଶକି ମନ୍ତ୍ରଣାଳୟର ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା । ବିଦେଶରେ କୌଣସି ସଂକଟ ସ୍ଥିତି ଉପୁଜିଲେ ସରକାର ତାଙ୍କ ଗୁରୁଦାୟିତ୍ବ ଦେଇଥାନ୍ତି ।

ସୂଚନାଯୋଗ୍ୟ ଯେ ବିନୟ ଶ୍ରୀକାନ୍ତ ପ୍ରଧାନ ହେଉଛନ୍ତି ଜଣେ ଓଡିଆ । ପଶ୍ଚିମାଞ୍ଚଳ ଦେବଗଡ ଜିଲ୍ଲାରେ ତାଙ୍କ ଜନ୍ମ । ଦେବଗଡରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ପିଲାଦିନ କଟିଛି ଦେବଗଡରେ । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳରୁ ସେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଏହାସହ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ମଧ୍ୟ ଶିକ୍ଷା ଲାଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.