ETV Bharat / bharat

Bilkis Bano case, ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Aug 25, 2022, 12:49 PM IST

Updated : Aug 25, 2022, 2:09 PM IST

ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ୧୧ ଅଭିଯୁକ୍ତଙ୍କୁ ଖଲାସ ମମଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଗୁଜୁରାଟର ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ୧୧ ଅଭିଯୁକ୍ତଙ୍କୁ ଖଲାସ ନେଇ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନୋଟିସ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ ହୋଇଛି ।

କେଉଁ କାରଣ ପାଇଁ ସେମାନଙ୍କୁ ଛଡ଼ା ଯାଇଥିଲା ? ଜେଲରୁ ଖଲାସ କରାଯିବାବେଳେ ସମସ୍ତ ରେମଶିନ ପିଲିସି ଗାଇଡଲାଇନକୁ ପାଳନ କରାଯାଇ ଥିଲା କି ନାହିଁ ଜଣାଇବାକୁ ତାହାର ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଆଜି ଗୁଜରାଟ ସରକାରଙ୍କୁ ନୋଟିସ କରାଯାଇଛି । ଗୁଜରାଟ ସରକାର ପୂରା ଘଟଣା ଉପରେ ନିଜର ମତ ରଖିବେ। ସରକାର ଜବାବ ଦେବା ପରେ ମାମଲାର ଶୁଣାଣି ହେବ। ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି ।

ଏହା ବି ପଢନ୍ତୁ..Bilkis Bano gang rape case, ଜେଲରୁ ମୁକୁଳିଲେ 11 ଅଭିଯୁକ୍ତ

ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଗୁଜରାଟ ସରକାର ବିଲକିସ ବାନୋଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ୧୧ ଜଣ ଦୋଷୀଙ୍କୁ ସ୍ୱାଧୀନତା ଦିବସରେ ଖଲାସ କରିଥିଲେ। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଦୋଷୀ ଜେଲରୁ ଖଲାସ ହେବା ପରେ ତାଙ୍କୁ ମିଠା ଖୁଆଇ ଫୁଲମାଳ ପକାଇ ସ୍ବାଗତ କରାଯାଇଥିଲା । ୧୧ ଜଣ ଦୁଷ୍କର୍ମକାରୀଙ୍କ ସ୍ବାଗତକୁ ନେଇ ଗତକାଲି (ବୁଧବାର) ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସମାଲୋଚନା କରିଥିଲେ ।

୨୦୦୨ ଫେବୃଆରୀ ୨୭ରେ ଗୁଜୁରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଉକ୍ତ ଟ୍ରେନର ଥିବା ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ଦଙ୍ଗାର ନିଆଁ ଚାରିଆଡକୁ ବ୍ୟାପିଥିଲା । ଏହି ସମୟରେ ବିଲକିସ ୟାକୁବ ରସୁଲଙ୍କ ପରିବାର ସଦସ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ମାର୍ଚ୍ଚ ୩ରେ ଏକ ଟ୍ରକରେ ବିଲକିସଙ୍କ ପରିବାର ସମେତ ୧୭ ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା ।

ଏଥିରେ ୧୪ଜଣଙ୍କ ମୃତ୍ୟୁ ହୋଇଥିଲା । ସେଥିରେ ବିଲକିସଙ୍କ ପରିବାରରୁ ୭ ସଦସ୍ୟ ଥିଲେ । ବିଲକିସଙ୍କ ୨ ବର୍ଷୀୟା ଝିଅଟିଏ ମଧ୍ୟ ଆଖି ବୁଜିଥିଲା । ଖାଲି ସେତିକି ନୁହେଁ ଗର୍ଭବତୀ ଥିବା ବିଲକିସଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ସୌଭାଗ୍ୟବଶତଃ ବଞ୍ଚିଯାଇଥିବା ବିଲକିସ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଥିଲେ ।

Last Updated : Aug 25, 2022, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.