ETV Bharat / bharat

Bilkis Bano case: ରାୟ ସଂରକ୍ଷିତ, ସୋମବାର ସୁଦ୍ଧା ଦୋଷୀଙ୍କୁ ମୁକ୍ତି ସମ୍ପର୍କିତ ଦଲିଲ ଦାଖଲ କରିବେ କେନ୍ଦ୍ର ଓ ଗୁଜୁରାଟ ସରକାର

author img

By ETV Bharat Odisha Team

Published : Oct 12, 2023, 8:55 PM IST

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୁକ୍ତିକୁ ଚ୍ୟାଲେଞ୍ଜ ମାମଲାରେ ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ କୋର୍ଟ । ସୋମବାର ସୁଦ୍ଧା ଦଲିଲ ଦାଖଲ କରିବେ କେନ୍ଦ୍ର ଓ ଗୁଜୁରାଟ ସରକାର । ଅଧିକ ପଢନ୍ତୁ

Bilkis Bano case: ରାୟ ସଂରକ୍ଷିତ, ଦୋଷୀଙ୍କୁ ମୁକ୍ତି ସମ୍ପର୍କିତ ଦଲିଲ ଦାଖଲ କରିବାକୁ କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ 2002 ଗୁଜୁରାଟ ଦଙ୍ଗା ବେଳେ ହୋଇଥିବା ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ଦୋଷୀଙ୍କୁ ମୁକ୍ତ କରାଯିବା ମାମଲାର ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ଦୋଷୀଙ୍କୁ ମୁକ୍ତ କରାଗଲା ପରେ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ପୀଡିତା ବାନୋ ନିଜେ ଚ୍ୟାଲେଞ୍ଜ କରିଥିଲେ । ଆଜି କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତି ସମ୍ପର୍କରେ ସମସ୍ତ ଦଲିଲ ଦାଖଲ କରିବା ପାଇଁ ଗୁଜୁରାଟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ବି.ଭି ନାଗରତ୍ନା ଓ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ମୁଖ୍ୟ ପୀଡିତା ବାନୋଙ୍କ ସହ ଏକାଧିକ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ମଧ୍ୟ ଆବେଦନକାରୀ ଭାବେ ରହିଛନ୍ତି । କୋର୍ଟ ଆଜି ତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରତିପକ୍ଷଙ୍କ ଜବାବ ପାଇଁ ଗୁଜୁରାଟ ଓ କେନ୍ଦ୍ର ସରକାରଙ୍କୁ ଦୋଷୀଙ୍କୁ ମୁକ୍ତି ସମ୍ପର୍କିତ ଦଲିଲ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ସୁଦ୍ଧା ଉଭୟ ସରକାର ଅରିଜିନାଲ ଦଲିଲ ସହ ନିଜର ଉତ୍ତର ରଖିବେ । ଏହା ପରେ ମାମଲାର ରାୟ ପ୍ରକାଶ ପାଇବ ।

କ’ଣ ଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା:-

2002ରେ ଗୁଜୁରାଟ ଗୋଧ୍ରାରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ 21 ବର୍ଷୀୟା ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବାନୋ ସେ ସମୟରେ ଗର୍ଭବତୀ ମଧ୍ୟ ଥିଲେ । ଏଥିରେ ବାନୋଙ୍କ ପରିବାରର 7ଜଣଙ୍କୁ ନିର୍ମମ ହତ୍ୟା ମଧ୍ୟ କରାଯାଇଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାନୋଙ୍କ 3ବର୍ଷୀୟା ଶିଶୁକନ୍ୟା ମଧ୍ୟ ରହିଥିଲା । ପରେ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତଥ୍ୟ ପ୍ରମାଣ ଆଧାରରେ 11ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ମାତ୍ରା ଗତବର୍ଷ (2022) ରେ 1992 କ୍ଷମା ନୀତି ଆଧାରରେ ଗୁଜୁରାଟ ସରକାର ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ । କିଛି ନିର୍ଦ୍ଦଷ୍ଟ ସଂଗଠନ ମଧ୍ୟ ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଖଃପ୍ରକାଶ କରିଥିଲେ ବାନୋ । ତେବେ ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଗର୍ଭସ୍ଥ ଶିଶୁର ମଧ୍ୟ ଅଧିକାର ଅଛି: ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି ସର୍ବୋଚ୍ଚ କୋର୍ଟ

ଗୁଜୁରାଟ ସରକାରଙ୍କ ଦୋଷୀଙ୍କୁ ଏହି ମୁକ୍ତି ନିଷ୍ପତ୍ତିକୁ ପୀଡିତା ବାନୋଙ୍କ ସମେତ ଏକାଧିକ ଆବେଦନକାରୀ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସିପିଆଇ (ଏମ୍) ନେତା ସୁଭାଷିନୀ ଅଲ୍ଲୀ, ସାମ୍ବାଦିକ ରେବତୀ ଲାଲ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରେଖା ବର୍ମା, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌଇତ୍ରାଙ୍କ ସମେତ ଏକାଧିକ ଆବେଦନକାରୀ ଏହି କ୍ରମରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.