ETV Bharat / bharat

ବିଲକିସ ବାନୋ ମାମଲା, ଦୋଷୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

author img

By ETV Bharat Odisha Team

Published : Jan 19, 2024, 2:40 PM IST

Bilkis Bano Case: ବିଲକିସ ବାନୋ ମାମଲା । ଆସନ୍ତା 21 ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବେ ଦୋଷୀ । ଅବଧି ବୃଦ୍ଧି ସଂପର୍କିତ ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

Bilkis Bano Case
ବିଲକିସ ବାନୋ ମାମଲା

ନୂଆଦିଲ୍ଲୀ: ପୀଡ଼ିତା ବିଲକିସ ବାନୋଙ୍କୁ ମିଳିବ ନ୍ୟାୟ । ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ସୁପ୍ରିମ ଝଟକା । ଆତ୍ମ ସମର୍ପଣ ସମୟ ବୃଦ୍ଧି କରିବା ପାଇଁ ଦୋଷୀମାନଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା 21 ତାରିଖ ଆତ୍ମସମର୍ପଣର ଶେଷ ତାରିଖ ରହିଥିବା ବେଳେ ଗତକାଲି(ଗୁରୁବାର) 3ଜଣ ଦୋଷୀ ସମୟ ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ ।

ସୁପ୍ରିମକୋର୍ଟ କହିଛନ୍ତି,"ଆତ୍ମସମର୍ପଣକୁ ସ୍ଥିଗିତ କରିବା ଏବଂ ସମୟସୀମା ବୃଦ୍ଧି କରିବା ପାଇଁ ଦୋଷୀମାନଙ୍କ ଦ୍ବାରା ଦର୍ଶାଯାଇଥିବା କାରଣର କୌଣସି ଯୁକ୍ତିଯୁକ୍ତ ନୁହେଁ । ତେଣୁ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ଆତ୍ମ ସମର୍ପଣ କରିବେ ଦୋଷୀ ।" ପ୍ରକାଶଥାଉକି, ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ 3ଜଣ ଦୋଷୀ ଗୁରୁବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଆସନ୍ତା 21 ତାରିଖରେ ଆତ୍ମସମର୍ପଣର ଅବଧି ଶେଷ ହେବାକୁ ଥିବା ବେଳେ ଅବଧି ବଢ଼ାଇବା ପାଇଁ କୋର୍ଟକୁ ନିବେଦନ କରିଥିଲେ। ଜଣେ ଦୋଷୀ 4 ସପ୍ତାହର ଅବଧି ମାଗିଥିବା ବେଳେ ଅନ୍ୟ ଦୁଇଜଣ 6 ସପ୍ତାହର ଅବଧି ମାଗିଥିଲେ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅବଧି ବୃଦ୍ଧି କରିବା ପାଇଁ ଅପିଲ କରିଥିଲେ ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ: ବିଲକିସ ବାନୋ ମାମଲା: ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଲେ 3 ଦୋଷୀ

2002 ମସିହାରେ ଗୁଜରାଟ ରାଜ୍ୟର ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଲୋମହର୍ଷଣକାରୀ ଘଟଣା ଘଟିଥିଲା । ବୋନୋ 5 ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ 3 ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ 7 ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାସହିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

14 ବର୍ଷର ଜେଲଦଣ୍ଡ ଭୋଗିବା ପରେ 2022 ଅଗଷ୍ଟମାସରେ ଗୁଜରାଟ ସରକାର ଆଇନ ଅନୁଯାୟୀ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଏହି ଦୋଷୀମାନେ ଜେଲରୁ ମୁକ୍ତ ମଧ୍ୟ ହୋଇଥିଲେ । ହେଲେ ଏହାକୁ ବିରୋଧ କରି ପୀଡିତା ବାନୋ ଓ ଅନ୍ୟ କିଛି ସାମାଜିକ ସଂଗଠନ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟ ଏହାର ବିଚାର କରି ଆସନ୍ତା 21 ତାରିଖ ସୁଦ୍ଧା ସମସ୍ତ ଦୋଷୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ସମୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.