ETV Bharat / bharat

Bilkis Bano case: କେନ୍ଦ୍ରର ସହମତିରେ ଦୋଷୀଙ୍କୁ ଛଡାଯାଇଛି, ସୁପ୍ରିମକୋର୍ଟରେ ଜଣାଇଲେ ଗୁଜୁରାଟ ସରକାର

author img

By

Published : Oct 18, 2022, 9:25 AM IST

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କ ଉତ୍ତମ ଆଚରଣ ପାଇଁ ତାଙ୍କୁ ମୁକ୍ତ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସହମତି ରହିଥିଲା ବୋଲି ସୁପ୍ରିମକୋର୍ଟରେ ଜଣାଇଲେ ଗୁଜୁରାଟ ସରକାର । ଅଧିକ ପଢନ୍ତୁ

Bilkis Bano case: କେନ୍ଦ୍ରର ସହମତିରେ ଦୋଷୀଙ୍କୁ ଛଡାଯାଇଛି, ସୁପ୍ରିମକୋର୍ଟ ଜଣାଇଲେ ଗୁଜୁରାଟ ସରକାର

ନୂଆଦିଲ୍ଲୀ: ବିଲକିସ୍ ବାନୋ ଗଣଦୁଷ୍କର୍ମ(Bilkis Bano case) ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଗୁଜୁରାଟ ସରକାର ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ସରକାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି, ବିଲକିମ୍ ବାନୋ ମାମଲାରେ ସମସ୍ତ ୧୧ ଜଣ ଦୋଷୀ ୧୪ ବର୍ଷ କାରାଦଣ୍ଡ ଭୋଗିଛନ୍ତି । ଉତ୍ତମ ଆଚରଣ ପାଇଁ ଦୋଷୀମାନଙ୍କ ଦଣ୍ଡ କୋହଳ କରାଯାଇ ସମସ୍ତଙ୍କୁ ମୁକ୍ତ କରାଯାଇଛି ।

ଆଜାଦୀ କା ଅମୃତ ମହୋତ୍ସବ(Azadi ka Amrit Mahotsav) ଅଧୀନରେ ନୁହେଁ ବରଂ ଗୁଜୁରାଟ ସରକାର ୧୯୯୨ ଦଣ୍ଡ କୋହଳ ନୀତି ଅନୁସାରେ ସେମାନଙ୍କୁ ଛଡା ଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସ୍ବୀକୃତି ଦେଇଥିବା ସତ୍ୟପାଠରେ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ଜେଲ୍‌ରୁ ମୁକୁଳିଲେ ୧୧ ଦୁଷ୍କର୍ମକାରୀ, ନ୍ୟାୟ ଉପରୁ ଭରସା ଉଠିଗଲା କହିଲେ ପୀଡିତା ବିଲକିସ୍

ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ, "ଦୋଷୀମାନଙ୍କୁ ମୁକ୍ତି ପ୍ରସଙ୍ଗରେ ୭ ଜଣ କର୍ତ୍ତୃପକ୍ଷଙ୍କ ମତାମତ ଗ୍ରହଣ କରାଯାଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କର ମଧ୍ୟ ସହମତି ଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ(Union Home ministry) ପକ୍ଷରୁ ଦୋଷୀଙ୍କୁ କ୍ଷମା ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିଲା । ପ୍ରକାଶଥାଉ କି, ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରି ଗୋଧ୍ରା ସବ୍ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗୁଜୁରାଟ ସରକାର ଖଲାସ୍ କରିଥିଲେ । ଏହି ଦୋଷୀମାନେ ପ୍ରାୟ ୧୪ ବର୍ଷରୁ ଅଧିକ ସମୟ ହେଲା ଜେଲ୍‌ରେ ଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୦୨ ମାର୍ଚ୍ଚ ୩ରେ ଗୁଜୁରାଟ ଦଙ୍ଗା ସମୟରେ ରାଜ୍ୟର ରାନ୍ଧିକପୁର ଗାଁରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଦୋଷୀମାନେ ତାଙ୍କ ତିନି ବର୍ଷର ଝିଅ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ । ଏହି ବର୍ବରକାଣ୍ଡ ସମୟରେ ବିଲକିସ୍ ମାତ୍ର ୨୧ ବର୍ଷ ହୋଇଥିବାବେଳେ ୫ ମାସର ଗର୍ଭବତୀ ମଧ୍ୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.