ETV Bharat / bharat

SCO Summit 2022: ତୁର୍କୀ ଓ ଭାରତର ଦ୍ୱିପାକ୍ଷିକ ଆଲୋଚନା, ସଭାପତିତ୍ୱ ପାଇଁ ଜିନପିଙ୍ଗ ଓ ପୁତିନଙ୍କ ଶୁଭେଚ୍ଛା

author img

By

Published : Sep 16, 2022, 8:23 PM IST

ତୁର୍କୀ ରାଷ୍ଟ୍ରପତି ତାଏପି ଏର୍ଦୋଗାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (talk between Narendra modi and Turkish President )। ସେପଟେ ଭାରତର SCO ସମ୍ମିଳନୀର ସଭାପତିତ୍ବ ନେଇ ଚୀନ ଓ ଋଷିଆ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି (Putin and xi Jinping congratulated India) । ଅଧିକ ପଢ଼ନ୍ତୁ

SCO Summit 2022: ତୁର୍କୀ ଓ ଭାରତର ଦ୍ବିପାକ୍ଷିକ ଆଲୋଚନା, ଭାରତକୁ ଜି ଜିଙ୍ଗ୍‌ପିଙ୍ଗ୍‌ ଓ ପୁତିନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ତାଏପି ଏର୍ଦୋଗାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ SCO ସମ୍ମିଳନୀରେ ଏହି ଦ୍ବିପାକ୍ଷିକ ଆଲୋଚନା ହୋଇଛି । ବାଣିଜ୍ୟିକ ନୀତି ଓ ସୁରକ୍ଷା ନୀତିକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି ।

SCO ସମ୍ମିଳନୀରେ (SCO Summit 2022) ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରସ୍ପର ସହିତ ଦ୍ବିପାକ୍ଷିକ ଆଲୋଚନା କରିବାର ଅବସର ପାଇଥାନ୍ତି । ଏହି କ୍ରମରେ ଭାରତ ଓ ତୁର୍କୀ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ବର୍ତ୍ତମାନ ଉଜ୍‌ବେକିସ୍ତାନ SCO ସମ୍ମିଳନୀର ଆୟୋଜନ କରୁଛି । ଏହାପରେ ଭାରତକୁ ମଧ୍ୟ SCO ସମ୍ମିଳନୀ ସଭାପତିତ୍ବ କରିବାର ସୁଯୋଗ ମିଳିବ ।

ଏହାକୁ ନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ ଭାରତକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପୁତିନଙ୍କ ଛଡ଼ା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୨୩ରେ ଭାରତ SCO ସମ୍ମିଳନୀ ସଭାପତିତ୍ବ କରିବ ।

ଏହା ବି ପଢ଼ନ୍ତୁ SCO Summit 2022: ଉଜବେକିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଜିନପିଙ୍ଗ କହିଛନ୍ତି, "ଆଗାମୀ ବର୍ଷ ଭାରତ SCO ସମ୍ମିଳନୀର ସଭାପତିତ୍ବ କରିବ । ଏଥିପାଇଁ ମୁଁ ଭାରତକୁ ଶୁଭେଚ୍ଛା ଜଣାଉଛି ।" କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ SCO ସମ୍ମିଳନୀ ଆୟୋଜନ ହେଉଛି । ଏହାପୂର୍ବରୁ ୨୦୧୯ରେ ବିଶ୍‌କେକ୍‌ରେ SCO ସମ୍ମିଳନୀ ଆୟୋଜିତ ହୋଇଥିଲା ।

SCOରେ ବର୍ତ୍ତମାନ ୮ଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି । ଚୀନ, ଭାରତ, କାଜାଖସ୍ତାନ, କିର୍‌ଗିଜ୍‌ସ୍ତାନ, ଋଷିଆ, ପାକିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ପ୍ରମୁଖ ଏହାର ସଦସ୍ୟ ରହିଛନ୍ତି । ସେହିଭଳି ଆଫଗାନିସ୍ତାନ, ବେଲାଋଷ, ଇରାନ୍‌ ଓ ମଙ୍ଗୋଲିଆ ୪ ଦେଶ ପୂର୍ଣ୍ଣକାଳୀନ ସଦସ୍ୟତା ପାଇଁ ଆଗ୍ରହୀ ହୋଇ ରହିଛନ୍ତି । ସେପଟେ ୬ଟି ଦେଶ ବର୍ତ୍ତମାନ ଏହାର ଡାଇଲଗ ପାର୍ଟନର ରହିଛନ୍ତି । ସେହି ଦେଶଗୁଡ଼ିକ ହେଉଛନ୍ତି ଆର୍‌ମେନିଆ, ଆଜେରବାଇଜାନ, କମ୍ବୋଡିଆ, ନେପାଳ, ଶ୍ରୀଲଙ୍କା ଓ ତୁର୍କୀ ।

(Sanghait Five) ସାଙ୍ଘାଇ ଫାଇବ୍‌ ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ୨୦୦୧ରେ ଏହା ସାଙ୍ଘାଇ ସହଯୋଗ ସଂଗଠନ ହୋଇଥିଲେ । ସେହି ବର୍ଷ ଏହି ଶିଖର ସମ୍ମିଳନୀରେ ଉଜବେକିସ୍ତାନ ସାମିଲ ହୋଇଥିଲା । ଭାରତ ଓ ପାକିସ୍ତାନ ୨୦୧୭ରେ ଏହାର ସଦସ୍ୟତା ପାଇଥିଲେ । SCO ବର୍ତ୍ତମାନ ବିଶ୍ବର ସର୍ବ ବୃହତ ବହୁପକ୍ଷୀୟ ସଂଗଠନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.