ETV Bharat / bharat

Punjab Polls: ନବଜୋତ ସିଦ୍ଧୁ-ବିକ୍ରମ ସିଂ ମାଜିଥିଆଙ୍କ ମଧ୍ୟରେ ହେବ ଲଢେଇ - ପଞ୍ଜାବ ବିଧାନସଭା ନିର୍ବାଚନ

ପଞ୍ଜାବ ବିଧାନସଭା ନିର୍ବାଚନ ୯୭ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଶିରୋମଣି ଅକାଳୀ ଦଳ । ଅମୃତସର ପୂର୍ବ ଆସନରୁ ରାଜ୍ୟ ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଟକ୍କର ଦେବେ ଦଳର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆ । ଅଧିକ ପଢନ୍ତୁ

Punjab Assembly Polls :  ସିଦ୍ଧୁଙ୍କୁ ଟକ୍କର ଦେବେ ବିକ୍ରମ ସିଂ ମାଜିଥିଆ

author img

By

Published : Jan 27, 2022, 10:40 AM IST

ଚଣ୍ଡିଗଡ: ସରଗରମ ହେଉଛି ପଞ୍ଜାବ ରାଜନୀତି । ଅମୃତସର ପୂର୍ବ ଆସନରୁ ରାଜ୍ୟ ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଟକ୍କର ଦେବେ ଶିରୋମଣି ଅକାଳୀ ଦଳର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆ । ତେବେ ବିକ୍ରମ ସିଂ ମାଜିଥିଆ ମଧ୍ୟ ମଜିଠା ବିଧାନସଭା ଆସନରୁ ଲଢିବେ । ଏନେଇ ଗତକାଲି ଘୋଷଣା କରିଛନ୍ତି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂ ବାଦଲ । ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ତାଙ୍କର ୯୪ ବର୍ଷିୟ ପିତା ତଥା ରାଜ୍ୟର ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂ ବାଦଲ ପୁଣି ଥରେ ଲମ୍ବି ବିଧାନସଭା ଆସନରୁ ଲଢି ପାରନ୍ତି ।

ଗତ ମାସରେ ନାର୍କୋଟିକ୍ ଡ୍ରଗ୍ସ NDPS ଅଧିନିୟମ ଅନୁଯାୟୀ, ମାଜିଥିଆଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହି ଦୁଇଟି ଆସନରୁ ପ୍ରାର୍ଥୀ ଘୋଷଣା ହେବା ସହିତ ଅକାଳୀ ଦଳ ଏହାର ସମସ୍ତ ୯୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଫେବୃଆରୀ ୨୦ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଅନ୍ୟ ୪ ରାଜ୍ୟ ସହିତ ମାର୍ଚ୍ଚ 10ରେ ପଞ୍ଜାବରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.